ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀତନ ରାମ ମାଞ୍ଝି ଅସୁସ୍ଥ। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏହାପରେ ତାଙ୍କୁ ତରନ୍ତୁ ପାଟନାର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଏମ୍ଆର୍ଆଇ ଯାଞ୍ଚରୁ ମାଇଲ୍ଡ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଆଶଙ୍କା କରାଯାଉଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।
ହାମର ମୁଖପାତ୍ର ଦାନିଶ ରିଜୱାନ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ସୁଧୁରୁଛି, ଏବେ ଚିନ୍ତା କରିବାର କୌଣସି କଥା ନାହିଁ। ସେ ମାଇଲ୍ଡ ବ୍ରେନ୍ ଷ୍ଟ୍ରୋକ୍ ଖବରକୁ ଖାରଜ କରିଛନ୍ତି। ସେ କହିଛନ୍ତି 'ଜିତନ ରାମ ମାଞ୍ଝିଙ୍କ ସୁଗାର ଲେବୁଲ ହ୍ରାସ ପାଇଛି, ଯେଉଁଥିପାଇଁ ସେ ଅସୁସ୍ଥ ଅନୁଭବ କରୁଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ମାଞ୍ଝି ହୋସ୍ରେ ଅଛନ୍ତି ଏବଂ ସେ କଥାବାର୍ତ୍ତା ମଧ୍ୟ କରୁଛନ୍ତି। ତେବେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି।'
ରିଜୱାନ୍ କହିଛନ୍ତି, ଯେ ମାଞ୍ଝିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କିଛି ବିଭ୍ରାନ୍ତିକର ତଥ୍ୟ ପ୍ରସାର କରାଯାଉଛି। ଗୋଟିଏ ଦିନ ପୂର୍ବରୁ ମାଞ୍ଝି ମେଦାନ୍ତ ହସ୍ପିଟାଲକୁ ଯାଇ ତାଙ୍କ ବ୍ଲଡ ସୁଗାରର ସ୍ତର ଯାଞ୍ଚ କରିଥିଲେ। ରବିବାର ଦିନ ସେ ପୁନର୍ବାର ମେଦାନ୍ତ ହସ୍ପିଟାଲକୁ ଫୁଲ୍ ବଡି ଚେକ୍ଅପ୍ ପାଇଁ ଯାଇଥିଲେ। ସମୟ ସମୟରେ ସେ ତାଙ୍କର ହେଲ୍ଥ ଚେକ୍ଅପ୍ କରନ୍ତି। ଏପରିକି ଅନେକ ଥର ଦିଲ୍ଲୀ ଯାଇ ମଧ୍ୟ ଏହାର ସେ ନିଜର ଚେକ୍ଅପ୍ କରାନ୍ତି।
ତେବେ ସୂଚନାନୁସାରେ, ଜିତନ ରାମ ମଞ୍ଝିଙ୍କ ତାଙ୍କ ମୁହଁରେ ସାମାନ୍ୟ ପାରାଲିସ୍ସ ଆଟାକ୍ ଆସିଥିବା ନେଇ ଶନିବାର ସନ୍ଧ୍ୟାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। ଯଦି ପରୀକ୍ଷା ରିପୋର୍ଟ ସ୍ୱାଭାବିକ ହୁଏ, ତେବେ ତାଙ୍କୁ ରବିବାର ସନ୍ଧ୍ୟା ସୁଦ୍ଧା ଡାକ୍ତରଖାନାରୁ ଡିସଚାର୍ଜ ମିଳିପାରେ।