ଡିସିପିଙ୍କୁ ଗାଡିକୁ ଧକ୍କା ଦେଇ ଗିରଫ ହୋଇଥିଲେ Paytm ଫାଉଣ୍ଡର୍‌  

ନୂଆଦିଲ୍ଲୀ: Paytm ଫାଉଣ୍ଡର ବିଜୟ ଶେଖର ଶର୍ମାଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର। ଦିଲ୍ଲୀ ପୁଲିସର ଏକ ଗାଡିକୁ ଧକ୍କା ଦେଇ ଗିଫର ହୋଇଥିଲେ ବିଜୟ ଶେଖର ଶର୍ମା। ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲା କିନ୍ତୁ ପରେ ତାଙ୍କୁ ଜାମିନରେ ଛାଡି ଦେଇଥିବା ଜଣାପଡିଛି। ପେବ୍ରୁଆରୀ ୨୨ ତାରିଖରେ ଏହି ଘଟଣା ଘଟିଥିଲା। ପ୍ରକୃତରେ, ମଦର ଇଣ୍ଟରନ୍ୟାସନାଲ ସ୍କୁଲ ସାମ୍ନାରେ ପେଟିଏମ୍‌ର ଫାଉଣ୍ଟର ବିଜୟ ଶେଖର ଶର୍ମା ନିଜ ଜାଗୁଆର ଲ୍ୟାଣ୍ଡ ରୋଭର୍‌ […]

Paytm Founder Arrested

Madhupriya Mistry
  • Published: Sunday, 13 March 2022
  • , Updated: 13 March 2022, 11:45 AM IST

ନୂଆଦିଲ୍ଲୀ: Paytm ଫାଉଣ୍ଡର ବିଜୟ ଶେଖର ଶର୍ମାଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର। ଦିଲ୍ଲୀ ପୁଲିସର ଏକ ଗାଡିକୁ ଧକ୍କା ଦେଇ ଗିଫର ହୋଇଥିଲେ ବିଜୟ ଶେଖର ଶର୍ମା। ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲା କିନ୍ତୁ ପରେ ତାଙ୍କୁ ଜାମିନରେ ଛାଡି ଦେଇଥିବା ଜଣାପଡିଛି। ପେବ୍ରୁଆରୀ ୨୨ ତାରିଖରେ ଏହି ଘଟଣା ଘଟିଥିଲା।

ପ୍ରକୃତରେ, ମଦର ଇଣ୍ଟରନ୍ୟାସନାଲ ସ୍କୁଲ ସାମ୍ନାରେ ପେଟିଏମ୍‌ର ଫାଉଣ୍ଟର ବିଜୟ ଶେଖର ଶର୍ମା ନିଜ ଜାଗୁଆର ଲ୍ୟାଣ୍ଡ ରୋଭର୍‌ କାର୍‌ ଜରିଆରେ ଦକ୍ଷିଣ ଦିଲ୍ଲୀର ଡିସିପି ବେନିତା ମେରି ଜ୍ୟାକରଙ୍କ କାର୍‌କୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲେ। ଏହି ଅଭିଯୋଗରେ ତାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା।

https://twitter.com/ANI/status/1502857372909604867?s=20&t=tTS00XFp-fJzLREjOM5HAA

ସୂଚନା ମୁତାବକ,  ସେତେବେଳେ ପେଟ୍ରୋଲ୍‌ ପକାଇବା ପାଇଁ ‘ଡିସିପି’ଙ୍କ ଗାଡ଼ିକୁ ଡ୍ରାଇଭର୍‌ ଦୀପକ ନେଇଯାଉଥିଲେ। ‘ଡିସିପି’ଙ୍କ ଗାଡ଼ିକୁ ଧକ୍କା ଦେବା ପରେ ବିଜୟ ଶେଖର ଶର୍ମା ଘଟଣାସ୍ଥଳରୁ ଖସି ପଳାଇଥିଲେ। କିନ୍ତୁ, ‘ଡିସିପି’ଙ୍କର ଗାଡ଼ିକୁ ଧକ୍କା ଦେଇଥିବା କାର୍‌ର ନମ୍ବରଟିକୁ ଡ୍ରାଇଭର ଦୀପକ ଲେଖି ପକାଇଥିଲେ। ତାହାକୁ ଆଧାର କରି ‘ଆଇପିସି’ ଧାରା ୨୭୯ ଅନୁଯାୟୀ ମାଲଭୀୟ ନଗର ଥାନାରେ ମାମଲା ରୁଜୁ କରାଯାଇଥିଲା।

ତଦନ୍ତ ବେଳେ ଜଣାପଡ଼ିଥିଲା, ଧକ୍କା ଦେଇଥିବା ଗାଡ଼ିଟି  ହରିୟାଣାର ଗୁରୁଗ୍ରାମସ୍ଥିତ ଏକ କମ୍ପାନିର। ପରେ ତାହା ଦକ୍ଷିଣ ଦିଲ୍ଲୀରେ ବାସ କରୁଥିବା ବିଜୟ ଶେଖର ଶର୍ମାଙ୍କର ଓ ସେ ‘ପେଟିଏମ୍‌’ର ସଂସ୍ଥାପକ ବୋଲି ଜଣାପଡ଼ିଲା। ଏହାପରେ ତୁରନ୍ତ ତାଙ୍କୁ ଥାନାକୁ ଡକାଯାଇ ଗିରଫ କରାଯାଇଥିଲା। କିନ୍ତୁ, ପରେ ତାଙ୍କୁ ଜାମିନ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ବିଜୟ ଶେଖର ଶର୍ମା ହେଉଛନ୍ତି ଜଣେ ସ୍କୁଲ୍‌ ଶିକ୍ଷକଙ୍କ ପୁତ୍ର। ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ବିଜୟ ୨୦୧୦ରେ ଟେକ୍ନୋଲୋଜି କମ୍ପାନୀ ‘ପେଟିଏମ୍‌’ ସ୍ଥାପନ କରିଥିଲେ। ପ୍ରଥମେ ଏହା ମୋବାଇଲ୍‌ ରିଚାର୍ଜ ପାଇଁ ବ୍ୟବହାର କରାଯାଉଥିଲା। ମାତ୍ର ‘ଉବେର୍‌’ ‘କୁଇକ୍‌ ପେଟିଏମ୍‌ ଅପ୍ସନ୍‌’ ତାଲିକାଭୁକ୍ତ କରିବା ପରେ ତାହାର ଦ୍ରୁତ ଅଭିବୃଦ୍ଧି ଘଟିଥିଲା।

Related story