ପେଟ୍ରୋଲ ଲିଟର ପିଛା ୧୧୧ ଛୁଇଁଲା

ନୂଆଦିଲ୍ଲୀ: ବୋଲ ମାନୁନି ତୈଳ ଦର। କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ଉପର ମୁହାଁ ହୋଇ ଚାଲିଛି। ଆଜି ପୁଣି ତୈଳ ଦାମ୍‌ ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୮୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୯୪ ଟଙ୍କା ୫୭ ପଇସା ପ୍ରତି ଲିଟର ହୋଇଛି। ସେପଟେ […]

petrol-price-hike

petrol-price-hike

Madhupriya Mistry
  • Published: Sunday, 17 October 2021
  • Updated: 17 October 2021, 08:37 AM IST

Sports

Latest News

ନୂଆଦିଲ୍ଲୀ: ବୋଲ ମାନୁନି ତୈଳ ଦର। କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ଉପର ମୁହାଁ ହୋଇ ଚାଲିଛି। ଆଜି ପୁଣି ତୈଳ ଦାମ୍‌ ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି।

ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୮୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୯୪ ଟଙ୍କା ୫୭ ପଇସା ପ୍ରତି ଲିଟର ହୋଇଛି।

ସେପଟେ ମୁମ୍ବାଇରେ ତୈଳ ଦର ରେକର୍ଡ ଭାଙ୍ଗିଛି। ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୭୭ ପଇସାରେ ପହଞ୍ଚିଛି। ଡିଜେଲ ମଧ୍ୟ ଲିଟର ପିଛା ୧୦୨ ଟଙ୍କା ୫୨ ପଇସାକୁ ବୃଦ୍ଧି ହୋଇଛି। ପୂର୍ବରୁ କେବେ ହେଲେ ତୈଳଦର ଏପରି ରେକର୍ଡ ସ୍ତରରେ ପହଞ୍ଚି ନଥିଲା।

ଅନ୍ୟପଟେ କୋଲକାତାରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୪୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୯୭ ଟଙ୍କା ୬୮ ପଇସାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ଲିଟର ୯୮ ଟଙ୍କା ୯୨ ପଇସାକୁ ବଢ଼ିଛି।

କ୍ରମାଗତ ଚତୁର୍ଥ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ୩୫ ପଇସା ଲେଖାଏ ବଢ଼ିଛି। ଚଳିତ ମାସରେ କେବଳ ୧୨ ଓ ୧୩ ତାରିଖକୁ ଛାଡ଼ି ଦେଲେ ବାକି ସବୁ ଦିନ ତୈଳଦର ମହଙ୍ଗା ହୋଇଛି।

https://twitter.com/ANI/status/1449546321061302277?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos