ବର୍ଦ୍ଧିତ ଦାମକୁ ବିରୋଧ, ୧ ଟଙ୍କାରେ ବିକ୍ରି କଲେ ପେଟ୍ରୋଲ

ପୁଣେ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚି ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦରଦାମ ବୃଦ୍ଧିକୁ ବିରୋଧ କରି ବିଭିନ୍ନ ସଂଗଠନ ବିକ୍ଷୋଭ କରୁଥିଲେ ମଧ୍ୟ ସରକାରଙ୍କ ଉପରେ ଏହାରୁ କୌଣସି ପ୍ରଭାବ ପଡ଼ିବା ପରି ମନେହେଉନାହିଁ। ଏସବୁ ଭିତରେ ପେଟ୍ରୋଲର ଦର ବୃଦ୍ଧିକୁ ବିରୋଧ କରି ମହାରାଷ୍ଟ୍ରର ସୋଲାପୁର ସହରରେ ଗୋଟିଏ ସଂଗଠନ ଅଭିନବ ଢଙ୍ଗରେ ବିକ୍ଷୋଭ କରିଛି। ସଂଗଠନ ପକ୍ଷରୁ ଗୁରୁବାର ଡ. ବିଆର ଆମ୍ବେଦକରଙ୍କ […]

petrol

Hemant Lenka
  • Published: Friday, 15 April 2022
  • , Updated: 15 April 2022, 08:05 AM IST

ପୁଣେ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚି ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦରଦାମ ବୃଦ୍ଧିକୁ ବିରୋଧ କରି ବିଭିନ୍ନ ସଂଗଠନ ବିକ୍ଷୋଭ କରୁଥିଲେ ମଧ୍ୟ ସରକାରଙ୍କ ଉପରେ ଏହାରୁ କୌଣସି ପ୍ରଭାବ ପଡ଼ିବା ପରି ମନେହେଉନାହିଁ।

ଏସବୁ ଭିତରେ ପେଟ୍ରୋଲର ଦର ବୃଦ୍ଧିକୁ ବିରୋଧ କରି ମହାରାଷ୍ଟ୍ରର ସୋଲାପୁର ସହରରେ ଗୋଟିଏ ସଂଗଠନ ଅଭିନବ ଢଙ୍ଗରେ ବିକ୍ଷୋଭ କରିଛି। ସଂଗଠନ ପକ୍ଷରୁ ଗୁରୁବାର ଡ. ବିଆର ଆମ୍ବେଦକରଙ୍କ ଜନ୍ମ ବାର୍ଷିକ ପାଳନ କରାଯାଇଥିଲା। ଏହି ସମୟରେ ସଂଗଠନର ସଦସ୍ୟମାନେ ପେଟ୍ରୋଲର ଦରବୃଦ୍ଧିକୁ ମଧ୍ୟ ବିରୋଧ କରିଥିଲେ।

ପ୍ରତିବାଦ ସ୍ୱରୂପ ସେମାନେ ପେଟ୍ରୋଲ ଲିଟର ପିଛା ୧ ଟଙ୍କାରେ ବିକ୍ରି କରିଛନ୍ତି। ଏହାର ସୁଯୋଗ ନେଇ ୫୦୦ ଜଣ ଲୋକ ମଧ୍ୟ ୧ ଟଙ୍କା ଲେଖାଏ ଦେଇ ପେଟ୍ରୋଲ କିଣିଛନ୍ତି। ପ୍ରତି ଗ୍ରାହକଙ୍କୁ ଗୋଟିଏ ଲିଟର ପେଟ୍ରୋଲ ଦିଆଯାଇଥିଲା। ଏଥିପାଇଁ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସ୍ଥିତିକୁ ନିୟନ୍ତ୍ରଣ ପାଇଁ ସଂଗଠନର ଅନୁରୋଧକ୍ରମେ ପୁଲିସ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଥିଲା।

ଡ. ବିଆର ଆମ୍ବେଦକର ଷ୍ଟୁଡେଣ୍ଟ୍ସ ଓ ୟୁଥ ପାନ୍ଥର୍ସ ପକ୍ଷରୁ ଆୟୋଜନ କରାଯାଇଥିବା ଏହି ବିକ୍ଷୋଭକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ସଂଗଠନର ସଦସ୍ୟ ମହେଶ ସାରଭାଗୋଡା କହିଛନ୍ତି, “ମୁଦ୍ରାସ୍ଫୀତି ଦ୍ରୁତଗତିରେ ବଢ଼ି ଚାଲିଛି। ନରେନ୍ଦ୍ର ମୋଦି ସରକାରଙ୍କ ଶାସନ କାଳରେ ପେଟ୍ରୋଲ ଲିଟ ୧୨୦ ଛୁଇଁଲାଣି। ତେଣୁ ମହଙ୍ଗା ମାଡ଼ରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଓ ଡ ବିଆର ଆମ୍ବେଦକରଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ଆମେ ପେଟ୍ରୋଲ ଲିଟର ପିଛା ୧ ଟଙ୍କାରେ ଲୋକଙ୍କୁ ଯୋଗାଇ ଦେଇଛୁ।

ଯଦି ଆମ ଭଳି ଗୋଟିଏ ଛୋଟ ସଂଗଠନ ୫୦୦ ଲୋକଙ୍କୁ ମହଙ୍ଗା ମାଡ଼ରୁ ସାମାନ୍ୟ ଉଦ୍ଧାର କରିପାରୁଛି, ତା’ହେଲେ ଭାରତ ସରକାର ମଧ୍ୟ ପୂରା ଦେଶର ଲୋକଙ୍କୁ ମହଙ୍ଗା ମାଡ଼ରୁ ରକ୍ଷା କରିବା ଦରକାର।” ଗ୍ରାହକମାନେ ମଧ୍ୟ ୧ ଟଙ୍କାରେ ପେଟ୍ରୋଲ ପାଇ ବେଶ ଖୁସି ହୋଇଛନ୍ତି।

Related story