ଫିଲିପାଇନ୍ସରେ ସୁପର ଟାଇଫୋନ୍‌ ତାଣ୍ଡବ

ମାନିଲା: ଫିଲିପାଇନ୍ସରେ ପ୍ରକୃତିର ତାଣ୍ଡବ। ସବୁଠି ଧ୍ୱଂସବିଧ୍ୱଂସର ଚିତ୍ର। ସୁପର ଟାଇଫୋନ୍‌ ଯୋଗୁ ଯୋଗୁ  ୭୫ ଜଣଙ୍କର ମୃତ୍ୟୁ ଘଟିଛି। କ୍ଷତିଗ୍ରସ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକୁ   ଜଳ ଏବଂ ଖାଦ୍ୟ ଯୋଗାଣ ପାଇଁ ପ୍ରୟାସ ଜାରି ରହିଛି। ବାତ୍ୟା ଯୋଗୁ  ଯୋଗୁ ୩୦୦,୦୦୦ର ଅଧିକ  ନିଜ ଘର ଏବଂ ବେଳାଭୂମି ରିସର୍ଟ ଛାଡିଛନ୍ତି। ଅନେକ ସ୍ଥାନରେ ଯୋଗାଯୋଗ ଏବଂ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। ଅନେକ ଘର ଉପରେ  ବିଦ୍ୟୁତ୍ ଖୁଣ୍ଟ ଏବଂ ବଡ଼ ବଡ଼ ଗଛ […]

7901

Tapas Behera
  • Published: Sunday, 19 December 2021
  • , Updated: 19 December 2021, 06:19 PM IST

ମାନିଲା: ଫିଲିପାଇନ୍ସରେ ପ୍ରକୃତିର ତାଣ୍ଡବ। ସବୁଠି ଧ୍ୱଂସବିଧ୍ୱଂସର ଚିତ୍ର। ସୁପର ଟାଇଫୋନ୍‌ ଯୋଗୁ ଯୋଗୁ  ୭୫ ଜଣଙ୍କର ମୃତ୍ୟୁ ଘଟିଛି। କ୍ଷତିଗ୍ରସ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକୁ   ଜଳ ଏବଂ ଖାଦ୍ୟ ଯୋଗାଣ ପାଇଁ ପ୍ରୟାସ ଜାରି ରହିଛି। ବାତ୍ୟା ଯୋଗୁ  ଯୋଗୁ ୩୦୦,୦୦୦ର ଅଧିକ  ନିଜ ଘର ଏବଂ ବେଳାଭୂମି ରିସର୍ଟ ଛାଡିଛନ୍ତି। ଅନେକ ସ୍ଥାନରେ ଯୋଗାଯୋଗ ଏବଂ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। ଅନେକ ଘର ଉପରେ  ବିଦ୍ୟୁତ୍ ଖୁଣ୍ଟ ଏବଂ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଗ୍ରାମାଞ୍ଚଳରେ ବନ୍ୟା ପରିସ୍ଥିତି ସଅଷ୍ଟି ହୋଇଛି।

ଗୁରୁବାର ବାତ୍ୟାର ବେଗ ଘଣ୍ଟା ପ୍ରତି ୧୯୫କିଲୋମିଟର ଥିଲା। ସବୁଠି ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ଅଟକି ଯାଇଛି। ଫସିରହିଥିବା ଳୋକଙ୍କୁ ଉଦ୍ଧାର କାର୍ଯ୍ୟ ଜା ରହିଛି।  ସେମାନଙ୍କୁ ଉଚ୍ଚ ସ୍ଥାନକୁ ନିଆଯାଉଛି। ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ହଜାର ହଜାର ସେନା ସୈନିକ ଏବଂ  ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ବାତ୍ୟା ଯୋଗୁଁ ରାସ୍ତାରେ ପଡିଥିବା ଗଛକୁ ସଫା କରିବା ପାଇଁ ମେସିନ୍ ପଠାଯାଇଛି।

ପ୍ରକୃତିର କୋପ ଏତେ ତୀବ୍ର ହୋଇଛି ଯେ, କ୍ଷୟକ୍ଷତିର ଆକଳନ କରିବା କଷ୍ଟକର ହୋଇପଡ଼ିଛି। ଆନ୍ତର୍ଜାତିକ ଫେଡେରେସନ୍ ଅଫ୍ ରେଡ୍ କ୍ରସ୍ ଏବଂ ରେଡ୍ କ୍ରେସେଣ୍ଟ୍ ସୋସାଇଟିସ୍ (IFRC) ଦୀର୍ଘକାଳୀନ ରିଲିଫ୍  ଯୋଗେଇ ଦେବା ପାଇଁ  ୨୦ ମିଲିୟନ୍ ସ୍ୱିସ୍ ଫ୍ରାଙ୍କ(ମୁଦ୍ରା) ଜରୁରୀକାଳୀନ ଆବେଦନ କରିଛି।

Related story