ନୂଆଦିଲ୍ଲୀ: ଚାଇନା କମ୍ପାନୀ ତଥା ଭାରତୀୟ ଓଇଙ୍ଗସ୍ ସ୍ମାର୍ଟ ଫୋନ୍ ନିର୍ମାତା ଭିଭୋ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍ କରାଯାଇଛି। କମ୍ପାନୀ ୬୨,୪୭୬ କୋଟି ଟଙ୍କା ଚାଇନାକୁ ପ୍ରେରଣ କରିଥିବା ଅଭିଯୋଗ ହୋଇଛି। ଏହି ଆର୍ଥିକ ପରିମାଣ କମ୍ପାନୀ ଟର୍ଣ୍ଣ ଓଭରର ୫୦ ପ୍ରତିଶତ ହେବ। ଟ୍ୟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ କମ୍ପାନୀ ଏଭଳି ଏକ ଫନ୍ଦିଫିକର ଉପାୟକୁ ଆପଣେଇଥିବା ଇଡି ପକ୍ଷରୁ କୁହାଯାଛି। ତେବେ ଭିଭୋ ଇଣ୍ଡିଆ ବ୍ୟବସାୟର ୧୧୯ଟି ବ୍ୟାଙ୍କ ଆକାଉଣ୍ଟକୁ ଇଡି ପକ୍ଷରୁ ବ୍ଲକ କରାଯାଇଛି। ଯେଉଁଥିରେ ୪୬୫ କୋଟି, ୭୩ ଲକ୍ଷ ଟଙ୍କାର କ୍ୟାସ୍ ଏବଂ ୨ କେଜି ସୁନାକୁ ସିଜ୍ କରାଯାଇଛି। ସେହିପରି କମ୍ପାନୀ ବିରୋଧରେ ମରନିଲଣ୍ଡରିଂ ଅଭିଯୋଗ ଆଣି ଇଡି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ସମଗ୍ର ଭାରତରେ ଭିଭୋ ସହ ଜିଡ଼ିତ ଥିବା ୨୩ ଟି କମ୍ପାନୀ ଉପରେ ଇଡି ପକ୍ଷରୁ ରେଡ୍ ହୋଇଛି। ସେହିପରି ଏହି ସବୁ କମ୍ପାନୀ ପାଇଁ ଭିଭୋ ନକଲି କାଗଜପତ୍ର ପ୍ରସ୍ତୁତ କରିଥିବା ଇଡି ପକ୍ଷରୁ କୁହାଯାଇଛି।
ସେହିପରି ତଦନ୍ତ ବେଳେ ଭିଭୋର କର୍ମଚାରୀମାନେ ସହଯୋଗ କରିନଥିବା ନଥିବା କୁହାଯାଇଛି। ଏପରିକି ତଦନ୍ତରୁ ଆଡ଼େଇ ବା ପାଇଁ ସେମାନେ ଖସିବାକୁ ଚେଷ୍ଟା କରିଥିଲା। କେବଳ ସେତିକି ନୁହଁ ଭିଭୋ କର୍ମଚାରୀମାନେ ଡିଜିଟାଲ ଡିଭାଇସ ଗୁଡ଼ିକୁ ଲୁଚାଇବାକୁ ପ୍ରୟାସ କରିଛନ୍ତି। ଅନ୍ୟପକ୍ଷରେ ଯାହା କିଛି ହୋଇଛି ଭାରତୀୟ ଆଇନ୍ ଅନୁସାରେ ହୋଇଥିବା କୁହାଯାଇଛି। ଭାରତରେ ଭିଭୋ ହେଉଛି ପ୍ରମୁଖ ସ୍ମାର୍ଟ ଫୋନ ନିର୍ମାଣରେ ଭିଭୋ ଅନ୍ୟତମ । କାଉଣ୍ଟ ପଏଣ୍ଟ ରିସର୍ଚ୍ଚ ଅନୁଯାୟୀ ୧୫ ପ୍ରତିଶତ ମାର୍କେଟ ସେୟାର ଅଛି। ମନି ଲଣ୍ଡରିଂ ମାମଲାଠାରୁ ଆରମ୍ଭ କରି ଟ୍ୟାକ୍ସ ଫାଙ୍କିବା ଭଳି ମାମଲା ରୁଜୁ କରି ତଦନ୍ତ ଅରମ୍ଭ ହେବ।
ଗତ ଏପ୍ରିଲ ମାସରେ ଭିଭୋର ପ୍ରତିଦ୍ୱନ୍ଦୀ ସାଉମିର ୫୫୫୧ କୋଟି ଟଙ୍କା ଇଡି ପକ୍ଷରୁ ସିଜ୍ କରାଯାଥିଲା। ଭାରତ-ଚାଇନା ସୀମାରେ ସାମରିକ ବିବାଦ ଆରମ୍ଭ ହେବା ପରେ ଭାରତରେ କାରବାର କରୁଥିବା ଚାଇନା କମ୍ପାନୀ ଉପରେ ଲଗାତାର ଚଢ଼ାଉ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।