୨୦୧୯ କର୍ଣ୍ଣାଟକ ସରକାର ଭାଙ୍ଗିବା ପଛରେ ଥାଇପାରେ ପେଗାସସ୍‌ ଲିଙ୍କ୍‌

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଇୱେୟାର ବିବାଦକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ରେ କଂଗ୍ରେସ ଓ ଜେଡିଏସ୍‌ କର୍ଣ୍ଣାଟକାରେ ଗଠନ କରିଥିବା ସରକାର ସହ ସମ୍ପର୍କ ରଖିବା ଫୋନ୍‌ ନମ୍ବର ଗୁଡ଼ିକ ପେଗାସସ୍‌ର ସମ୍ଭାବ୍ୟ ହ୍ୟାକ ତାଲିକାରେ ରହିଛି। ଦି ୱେୟାର ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ୨୦୧୯ ଜୁଲାଇ ମାସରେ ଜେଡିଏସ-କଂଗ୍ରେସ ସରକାର ଭୁଶୁଡ଼ିବା ଓ ବିଜେପି ସରକାର ଗଠନ କରିବା ପଛରେ ସମ୍ଭବତଃ ଏହି ଗୁଇନ୍ଦାଗିରିର ଲିଙ୍କ ରହିଛି। ପେଗାସସ୍‌ ଦ୍ୱାରା ଗୁଇନ୍ଦାଗିରି କରି […]

BJPa

Hemant Lenka
  • Published: Tuesday, 20 July 2021
  • , Updated: 20 July 2021, 05:59 PM IST

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଇୱେୟାର ବିବାଦକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ରେ କଂଗ୍ରେସ ଓ ଜେଡିଏସ୍‌ କର୍ଣ୍ଣାଟକାରେ ଗଠନ କରିଥିବା ସରକାର ସହ ସମ୍ପର୍କ ରଖିବା ଫୋନ୍‌ ନମ୍ବର ଗୁଡ଼ିକ ପେଗାସସ୍‌ର ସମ୍ଭାବ୍ୟ ହ୍ୟାକ ତାଲିକାରେ ରହିଛି। ଦି ୱେୟାର ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ୨୦୧୯ ଜୁଲାଇ ମାସରେ ଜେଡିଏସ-କଂଗ୍ରେସ ସରକାର ଭୁଶୁଡ଼ିବା ଓ ବିଜେପି ସରକାର ଗଠନ କରିବା ପଛରେ ସମ୍ଭବତଃ ଏହି ଗୁଇନ୍ଦାଗିରିର ଲିଙ୍କ ରହିଛି।

ପେଗାସସ୍‌ ଦ୍ୱାରା ଗୁଇନ୍ଦାଗିରି କରି କର୍ଣ୍ଣାଟକାରେ ସରକାର ଭାଙ୍ଗି ଦିଆଯାଇଥିବା ଅଭିଯୋଗକୁ ମଧ୍ୟ ଟାଳି ଦିଆଯାଇ ପାରିବ ନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ତେବେ କଂଗ୍ରେସ-ଜେଡିଏସ୍‌ ସହ ଲିଙ୍କ ରହିଥିବା ବ୍ୟକ୍ତି ବିଶେଷଙ୍କ ଫୋନ ହ୍ୟାକ୍‌ କରାଯାଇ ଥିଲା କି ନାହିଁ, ସେକଥା ଜଣାପଡ଼ିନି। କେବଳ ସମ୍ଭାବ୍ୟ ଟାର୍ଗେଟ ତାଲିକାରେ ଏହି ନମ୍ବର ଗୁଡ଼ିକ ରହିଛି।

ସୂଚନା ଅନୁସାରେ, ସରକାର ଭାଙ୍ଗିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ବିଧାୟକଙ୍କ ବିଦ୍ରୋହର ଶିକାର ହୋଇଥିଲେ। ଏହି ସମୟରେ ସରକାରଙ୍କ ସହ ସକ୍ରିୟ ଭାବେ କାମ କରୁଥିବା ଲୋକଙ୍କ ଫୋନ୍‌ ନମ୍ବରକୁ ହ୍ୟାକ ପାଇଁ ଚୟନ କରାଯାଇଥିଲା। ପେଗାସସ୍‌ ସ୍ପାଇୱେୟାର ଟାର୍ଗେଟ ତାଲିକାରେ ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର, ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରୈମେୟାଙ୍କ ବ୍ୟକ୍ତିଗତ ସଚିବମାନଙ୍କ ଫୋନ ନମ୍ବର ରହିଥିଲା।

ନମ୍ବର ଅଫ ଇଣ୍ଟରେଷ୍ଟ ବା ଟାର୍ଗେଟ ତାଲିକାକୁ ରିଭ୍ୟୁ କରିବା ବେଳେ ଏହି ବ୍ୟକ୍ତିମାନଙ୍କ ଫୋନ ନମ୍ବର ସାମ୍ନାକୁ ଆସିଥିବା ଦି ୱେୟାର ରିପୋର୍ଟ କରିଛି। କିନ୍ତୁ ଏହା ହ୍ୟାକ ହୋଇଛି କି ନାହିଁ, ସେକଥା ଏଥିରେ କୁହାଯାଇ ନାହିଁ।

ସୂଚନାଯୋଗ୍ୟ, ୨୦୧୯ ଜୁନ୍‌ ମାସରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟରେ ଥିବା ୧୭ ଜଣ ବିଧାୟକ ଇସ୍ତଫା ଦେଇଥିଲେ। ଏହି କାରଣରୁ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି ଏଠାରେ ସରକାର ଗଠନ କରିଛି। ଇସ୍ତଫା ଦେଇଥିବା ବିଧାୟକମାନେ ପରେ ବିଜେପିରେ ମଧ୍ୟ ଯୋଗ ଦେଇଥିଲେ। ବିଏସ୍‌ ୟେଦ୍ଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ହେବା ପରେ ଇସ୍ତଫା ଦେଇଥିବା ବିଧାୟକମାନେ ଉପ ନିର୍ବାଚନ ଲଢ଼ିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

Related story