ବିରାଟ କୋହଲି ଓ ତମନ୍ନା ଭାଟିଆଙ୍କ ବିରୋଧରେ କୋର୍ଟରେ ଅଭିଯୋଗ, ଗିରଫ କରିବାକୁ ଦାବି

ଚେନ୍ନାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଗିରଫ କରିବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି। ଅନ୍‌ଲାଇନ୍ ଜୁଆ ଖେଳକୁ ସେମାନେ ପ୍ରୋତ୍ସାହିତ କରୁଥିବାରୁ ଅନେକ ନିରୀହ ଜୀବନ ଅକାଳରେ ଝଡ଼ିପଡୁଥିବା ଅଭିଯୋଗ ହୋଇଛି। ଚେନ୍ନାଇର ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ଏ.ପି ସୂର୍ଯ୍ୟପ୍ରକାଶମ୍‌ ଏହି ପିଟିସନ୍ ଦାଖଲ କରିଛନ୍ତି। ବିରାଟ ଓ ତମନ୍ନାଙ୍କୁ ଗିରଫ କରିବା ସହିତ ଅନ୍‌ଲାଇନ୍ ଜୁଆକୁ ବ୍ୟାନ୍‌ କରିବାକୁ […]

virat1

Jitendra Garnayak
  • Published: Sunday, 02 August 2020
  • , Updated: 02 August 2020, 08:41 AM IST

ଚେନ୍ନାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଗିରଫ କରିବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି। ଅନ୍‌ଲାଇନ୍ ଜୁଆ ଖେଳକୁ ସେମାନେ ପ୍ରୋତ୍ସାହିତ କରୁଥିବାରୁ ଅନେକ ନିରୀହ ଜୀବନ ଅକାଳରେ ଝଡ଼ିପଡୁଥିବା ଅଭିଯୋଗ ହୋଇଛି।

ଚେନ୍ନାଇର ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ଏ.ପି ସୂର୍ଯ୍ୟପ୍ରକାଶମ୍‌ ଏହି ପିଟିସନ୍ ଦାଖଲ କରିଛନ୍ତି। ବିରାଟ ଓ ତମନ୍ନାଙ୍କୁ ଗିରଫ କରିବା ସହିତ ଅନ୍‌ଲାଇନ୍ ଜୁଆକୁ ବ୍ୟାନ୍‌ କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସବୁ ପ୍ରକାର ଅନ୍‌ଲାଇନ୍ ଜୁଆ ୱେବ୍‌ସାଇଟ୍‌ ଓ ଆପ୍‌କୁ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ହଜାର ହଜାର ଯୁବକଯୁବତୀଙ୍କ ଜୀବନକୁ ନଷ୍ଟ କରି ଦେଉଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଅନ୍‌ଲାଇନ୍ ଜୁଆ ଖେଳ ଚଲାଇଥିବା କମ୍ପାନୀ ଗୁଡ଼ିକ ବିରାଟ ଓ ତମନ୍ନାଙ୍କ ଭଳି ସେଲେବ୍ରିଟିମାନଙ୍କ ଜରି଼ଆରେ ଯୁବକଯୁବତୀଙ୍କ ବ୍ରେନ୍ ୱାଶ୍ କରୁଛନ୍ତି। ସେମାନଙ୍କ ଭଳି ଷ୍ଟାରମାନେ ଏଭଳି ୱେବ୍‌ସାଇଟ୍ ଓ ଆପ୍‌ସର ପ୍ରୋମୋସନ୍ କରୁଛନ୍ତି। ସେମାନଙ୍କର ଏଭଳି ଅପରାଧିକ କାର୍ଯ୍ୟ ଯୋଗୁ ଯୁବକଯୁବତୀମାନେ ଅନ୍‌ଲାଇନ୍ ଜୁଆ ଖେଳ ଅଭ୍ୟାସରେ ପଡୁଛନ୍ତି ଓ ଏହା ଧୀରେ ଧୀରେ ନିଶାରେ ପରିଣତ ହୋଇଯାଉଛି।

ଅଗଷ୍ଟ ୪ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରିବେ।

ସୂଚନାଯୋଗ୍ୟ, ନିକଟରେ ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିଲେ। ଅନ୍‌ଲାଇନ୍ ଜୁଆ ଖେଳ ତାଙ୍କ ଆତ୍ମହତ୍ୟାର କାରଣ ବୋଲି ଜଣାପଡ଼ିଥିଲା। ତାଙ୍କୁ ଅନ୍‌ଲାଇନ୍ ଜୁଆର ନିଶା ଲାଗିଯାଇଥିଲା। ଆଉ ଏହି ଘଟଣା ପରେ ଶୁକ୍ରବାର ଦିନ ଏ.ପି ସୂର୍ଯ୍ୟପ୍ରକାଶମ୍‌ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

 

Related story