ସୁପ୍ରିମକୋର୍ଟରେ ପହଞ୍ଚିଲା ପେଗାସସ ମାମଲା, ଏସଆଇଟି ତଦନ୍ତ ଦାବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ପେଗାସସ ମାମଲା। ଏସଆଇଟି ଜରିଆରେ ତଦନ୍ତ କରିବାକୁ ଆବେଦନକାରୀ ପିଆଇଏଲ ଦାଖଲ କରିଛନ୍ତି। ଆବେଦନକାରୀ ହେଉଛନ୍ତି ଆଇନଜୀବୀ ଏମ.ଏଲ୍ ଶର୍ମା। ଇସ୍ରାଏଲର ଏହି ଗୁଇନ୍ଦା ସଫ୍ଟଓ୍ୱୟାର ବା ମାଲଓ୍ୱୟାର ବ୍ୟବହାର କରି ସରକାର ସାମ୍ବାଦିକ, ରାଜନେତା ଏବଂ ଅନ୍ୟମାନଙ୍କ ତଥ୍ୟ ହାସଲ କରିଥିବା ଆବେଦନକାରୀ କହିଛନ୍ତି। ଅନ୍ୟପଟେ ଇସ୍ରାଏଲ ମଧ୍ୟ ପେଗାସସର ନିର୍ମାତା ଏନଏସଓ ବିରୋଧରେ ବିଭିନ୍ନ ଦେଶରେ ଆସିଥିବା ଅଭିଯୋଗକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି। ଆବେଦନରେ କୁହାଯାଇଛି ଯେ ପେଗାସସ୍ […]

pegasus-sc

Subhransu Sekhar
  • Published: Thursday, 22 July 2021
  • , Updated: 22 July 2021, 01:50 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ପେଗାସସ ମାମଲା। ଏସଆଇଟି ଜରିଆରେ ତଦନ୍ତ କରିବାକୁ ଆବେଦନକାରୀ ପିଆଇଏଲ ଦାଖଲ କରିଛନ୍ତି। ଆବେଦନକାରୀ ହେଉଛନ୍ତି ଆଇନଜୀବୀ ଏମ.ଏଲ୍ ଶର୍ମା। ଇସ୍ରାଏଲର ଏହି ଗୁଇନ୍ଦା ସଫ୍ଟଓ୍ୱୟାର ବା ମାଲଓ୍ୱୟାର ବ୍ୟବହାର କରି ସରକାର ସାମ୍ବାଦିକ, ରାଜନେତା ଏବଂ ଅନ୍ୟମାନଙ୍କ ତଥ୍ୟ ହାସଲ କରିଥିବା ଆବେଦନକାରୀ କହିଛନ୍ତି। ଅନ୍ୟପଟେ ଇସ୍ରାଏଲ ମଧ୍ୟ ପେଗାସସର ନିର୍ମାତା ଏନଏସଓ ବିରୋଧରେ ବିଭିନ୍ନ ଦେଶରେ ଆସିଥିବା ଅଭିଯୋଗକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି।

ଆବେଦନରେ କୁହାଯାଇଛି ଯେ ପେଗାସସ୍ ଜରିଆରେ ତଥ୍ୟ ଚୋରି ଏକ ଚିନ୍ତାର ବିଷୟ। ଏହା ଭାରତୀୟ ଗଣତନ୍ତ୍ର, ନ୍ୟାୟପାଳିକା ଏବଂ ଦେଶର ସୁରକ୍ଷା ଉପରେ ଏକ ବଡ଼ ଆକ୍ରମଣ। ବିନା କୌଣସି ଉତ୍ତରଦାୟିତ୍ୱରେ ଏହି ସଫ୍ଟଓ୍ୱୟାର ବ୍ୟବହାର କରିବା ବେଆଇନ୍ ବୋଲି ଆବେଦନକାରୀ କହିଛନ୍ତି।

ଆବେଦନରେ ଦର୍ଶାଯାଇଛି, 'ଗୋପନୀୟତା ଲୁଚାଇବାକୁ କେହି ଇଚ୍ଛା କରନ୍ତି ନାହିଁ। ବରଂ ଏହା ଆମର ନିଜର ଏକ ସ୍ଥାନ। ଯେଉଁଠି ଆମର ଚିନ୍ତାଧାରା ଏବଂ ଆମର ଅସ୍ତିତ୍ୱ ରୁହେ। ଏହା ଅନ୍ୟ କାହାର ଉଦ୍ଦେଶ୍ୟ ପୂରଣ ପାଇଁ ନୁହେଁ। ଏଥିପାଇଁ ସମ୍ମାନ ରହିବା ଦରକାର। ଆବେଦନକାରୀ ଦର୍ଶାଇଛନ୍ତି ଯେ ପେଗାସସ୍ କେବଳ ବାର୍ତ୍ତାଳାପ ଶୁଣିବା ପାଇଁ ବ୍ୟବହୃତ ହୁଏ ନାହିଁ, ବରଂ ଏହା ଜଣେ ବ୍ୟକ୍ତିଙ୍କ ଜୀବନ ବିଷୟରେ ସମ୍ପୂର୍ଣ୍ଣ ଡିଜିଟାଲ୍ ସୂଚନା ହାସଲ କରିବା ପାଇଁ ବ୍ୟବହୃତ ହୁଏ। ଏଥିସହ ଫୋନ ବ୍ୟବହାରକାରୀଙ୍କୁ ଯୋଗାଯୋଗ ତାଲିକା ମଧ୍ୟ ସଂଗ୍ରହ କରିଥାଏ।'

ତେବେ ଆଗାମୀ ଦିନରେ ଏହି ଆବେଦନ ଶୁଣାଣି ହେବାର ସମ୍ଭାବନା ରହିଛି। ପିଆଇଏଲରେ ଦାବି ହୋଇଛି ଯେ ୨୦୧୬ ମସିହାରୁ ଏନଏସଓ କମ୍ପାନୀ ପ୍ରାୟ ୫୦ ହଜାର ଫୋନ୍ ନମ୍ବରକୁ ଟାର୍ଗେଟ କରିଛି। ଏଥିରେ କୁହାଯାଇଛି, 'ପେଗାସସ୍ କେବଳ ମନିଟରିଂ ଉପକରଣ ନୁହେଁ। ଏହା ଏକ ସାଇବର ଅସ୍ତ୍ର। ପେଗାସସ୍ ବ୍ୟବହାର ଜାତୀୟ ସୁରକ୍ଷା ପ୍ରତି ବିପଦ। ୨୦୧୭ ମସିହାରୁ ବିଚାରପତି, ବିରୋଧୀ ଦଳର ନେତା, ରାଜନୀତିକ ବ୍ୟକ୍ତିବିଶେଷ ଅନ୍ୟମାନଙ୍କ ବିରୋଧରେ ଏହି ସଫ୍ଟଓ୍ୱୟାର ବ୍ୟବହାର ହେଉଛି। ରାଜନୀତିକ ସ୍ୱାର୍ଥ ପାଇଁ ୨୦୧୭ ମସିହାରୁ ପେଗାସସ୍ କିଣିବାକୁ ଆବେଦନ କରାଯାଇଛି ବୋଲି ଆବେଦନକାରୀ କହିଛନ୍ତି। ଗୁଇନ୍ଦା ସୂଚନା ପାଇଁ ପେଗାସସ୍ କିଣିବା ବେଆଇନ ଏବଂ ଅସାମ୍ବିଧାନିକ ବୋଲି ଘୋଷଣା କରିବାକୁ ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି।

Related story