ଜି-୨୦ ସମ୍ମିଳନୀ ପାଇଁ ‘ପଦ୍ମ ଫୁଲ’ ଲୋଗୋ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧ଠାରୁ ଭାରତ ଜି-୨୦ ଦେଶମାନଙ୍କ ନେତୃତ୍ୱ ବା ଅଧ୍ୟକ୍ଷତା ଗ୍ରହଣ କରିବ। ସେହିପରି ଆସନ୍ତା ବର୍ଷ ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଭାରତରେ ଏପରି ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ଫୁଲ ଉପରେ ଆଧାରିତ ଜି-୨୦ ସମ୍ମିଳନୀର ଲୋଗୋକୁ ଉନ୍ମୋଚନ କରିଛନ୍ତି। ଏଥିସହ ସମ୍ମିଳନୀର ଥିମ ଓ ୱେବସାଇଟକୁ ମଧ୍ୟ ଲଞ୍ଚ କରାଯାଇଛି। ଭାରତ […]

G20

  • Published: Tuesday, 08 November 2022
  • , Updated: 08 November 2022, 08:16 PM IST

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧ଠାରୁ ଭାରତ ଜି-୨୦ ଦେଶମାନଙ୍କ ନେତୃତ୍ୱ ବା ଅଧ୍ୟକ୍ଷତା ଗ୍ରହଣ କରିବ। ସେହିପରି ଆସନ୍ତା ବର୍ଷ ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଭାରତରେ ଏପରି ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ଫୁଲ ଉପରେ ଆଧାରିତ ଜି-୨୦ ସମ୍ମିଳନୀର ଲୋଗୋକୁ ଉନ୍ମୋଚନ କରିଛନ୍ତି।

ଏଥିସହ ସମ୍ମିଳନୀର ଥିମ ଓ ୱେବସାଇଟକୁ ମଧ୍ୟ ଲଞ୍ଚ କରାଯାଇଛି। ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ଏହାକୁ ମୋଦି ଦେଶ ପାଇଁ ଐତିହାସିକ ଦିନ ବୋଲି କହିଛନ୍ତି। ୬ଟି ଭାରତୀୟ ଭାଷାରେ ସ୍ୱାଗତ ଅବିବାଦନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜି-୨୦ ସମ୍ମିଳନୀର ଥିମ୍ ସର୍ବଭାରତୀୟ ଚେତନା ଉପରେ ଆଧାରିତ। ସେ ହିନ୍ଦୁ ଦେବୀ ସରସ୍ୱତୀ ଓ ଲକ୍ଷ୍ମୀଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ “ଭାରତୀୟ ସଂସ୍କୃତିରେ ଉଭୟ ଜ୍ଞାନ ଓ ସମୃଦ୍ଧିର ଦେବୀ ପଦ୍ମ ଫୁଲ ଉପରେ ବିରାଜମାନ ଅଛନ୍ତି। ଲୋଗୋରେ ପଦ୍ମ ଫୁଲର ୭ଟି ଫାଖୁଡ଼ା ୭ ମହାଦ୍ୱୀପର ପ୍ରତିନିଧିତ୍ୱ କରୁଛନ୍ତି। ଏହା ବସୁଧୈବ କୁଟୁମ୍ବକମ, ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ଥିମ୍ ସହିତ ଜଡ଼ିତ।”

ଭାରତ ୧ ଡିସେମ୍ବରରେ ବର୍ତ୍ତମାନ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷ ରହିଥିବା ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ଠାରୁ ଅଧ୍ୟକ୍ଷତା ପାଇଁ ଦାୟିତ୍ୱ ଗ୍ରହଣ କରିବ। ସେହିପରି ଆସନ୍ତା ବର୍ଷ ଏହି ସମ୍ମିଳନୀର ଆୟୋଜନ କରିବ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଡିସେମ୍ବର ୧ରୁ ଭାରତ ଜି -୨୦କୁ ଅଧ୍ୟକ୍ଷ କରିବ। ଏହା ଭାରତ ପାଇଁ ଗୋଟିଏ ଐତିହାସିକ ଘଟଣା। ସେଥିପାଇଁ ଆଜି ଜି -୨୦ ଶିଖର ସମ୍ମିଳନୀର ୱେବସାଇଟ୍, ଥିମ୍ ଓ ଲୋଗୋ ଉନ୍ମୋଚିତ ହୋଇଛି। ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।

ଜି -୨୦ ହେଉଛି ଏମିତି ଏକ ସମୂହ, ଯାହାର ଅର୍ଥନୀତିକ ସାମର୍ଥ୍ୟ ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୮୫%। ସେହିପରି ବିଶ୍ୱ ବାଣିଜ୍ୟରେ ଏହାର ଯୋଗଦାନ ୭୫% ଓ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶ ଦେଶକୁ ଜି-୨୦ ସମୂହ ପ୍ରତିନିଧିତ୍ୱ କରୁଛନ୍ତି।

ଭାରତ ବର୍ତ୍ତମାନ ଏହି ଜି-୨୦ ସମୂହର ନେତୃତ୍ୱ ନେବାକୁ ଯାଉଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଆଜି ଜି-୨୦ ସମ୍ମିଳନୀ ପାଇଁ ଲୋଗୋର ଉନ୍ମୋଚନ ହୋଇଛି। ଏଥିରେ ମଧ୍ୟ ଦେଶବାସୀଙ୍କ ବହୁତ ବଡ଼ ଭୂମିକା ରହିଛି। ଏହି ଲୋଗୋ ଓ ଥିମ ଜରିଆରେ ଆମେ ପୂରା ବିଶ୍ୱକୁ ଗୋଟିଏ ବାର୍ତ୍ତା ଦେଇଛୁ।

ଏହି ଜି-୨୦ ଲୋଗୋ କେବଳ ଗୋଟିଏ ଲୋଗୋ ନୁହେଁ। ଏହା ଏକ ବାର୍ତ୍ତା। ଏକ ଅନୁଭବ ଯାହା ପ୍ରତ୍ୟେକ ଭାରତୀୟଙ୍କ ଶରୀରରେ ରହିଛି। ଏହା ଏକ ସଂକଳ୍ପ ଯାହା ଆମ ଚିନ୍ତାଧାରାକୁ ଦର୍ଶାଉଛି। ଭାରତ ହେଉଛି ବିଶ୍ୱର ଏକ ସମୃଦ୍ଧ ତଥା ଜୀବନ୍ତ ଗଣତନ୍ତ୍ର ବୋଲି ମୋଦି କହିଛନ୍ତି।
https://youtu.be/3hxmCt4G5ps

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, “ଏହି କାର୍ଯ୍ୟକ୍ରମ କେବଳ ଦିଲ୍ଲୀ କିମ୍ବା କିଛି ସହରରେ ସୀମିତ ରହିବ ନାହିଁ। ଦେଶର ପ୍ରତିଟି କୋଣଅନୁକୋଣ ଏହି କାର୍ଯ୍ୟକ୍ରମକୁ ଦେଖିବ। ପ୍ରତିଟି ରାଜ୍ୟର ସ୍ୱତନ୍ତ୍ର ସଂସ୍କୃତି ଓ ସୁନ୍ଦରତା ରହିଛି।”

ଏହାପରେ ସେ ରାଜସ୍ଥାନୀ ଭାଷାରେ ସ୍ୱାଗତ କରି padharo mhare des ବୋଲି କହିଥିଲେ। ଏହାପରେ ଗୁଜରାଟୀ ଭାଷାରେ ତାମାରୁ ସ୍ୱାଗତ ଛେ, କେରଳରେ ମାଲାୟାଲମ ଭାଷାରେ ଇଲ୍ଲାଭାରକ୍କୁମ ସ୍ୱାଗତମ, ମଧ୍ୟପ୍ରଦେଶରେ ଆପ କା ସ୍ୱାଗତ ହେ ବୋଲି ମୋଦି କହିଛନ୍ତି। ଏଥିସହ ସେ ବେଙ୍ଗଲୀ ଓ ତାମିଲ ଭାଷାରେ ମଧ୍ୟ ସ୍ୱାଗତ କରିଛନ୍ତି। ଜି-୨୦ ଦେଶ ମାନଙ୍କ ମଧ୍ୟରେ ଆର୍ଜେଣ୍ଟିନାରୁ ବ୍ରାଜିଲ, ଅଷ୍ଟ୍ରେଲିଆରୁ କାନାଡା, ଚାଇନା, ଆମେରିକା ଓ ୟୁରୋପୀୟ ୟୁନିୟନ ରହିଛନ୍ତି।

Related story