ଆସନ୍ତାକାଲି ମୋଦି-ବାଇଡେନ୍‌ ଭର୍ଚୁଆଲ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ  ର୍ଚୁଆଲ ବୈଠକ ହେବ । ଏହି ବୈଠକରେ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହି ବୈଠକରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିବେ। ଏହାସହ ଏହା ଉପରେ ଦୁହେଁ ନିଜ ନିଜର ମତ ପ୍ରଦାନ କରିବେ। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଭାରତ-ଆମେରିକା ମଧ୍ୟରେ […]

modi-and-biden

Tapas Behera
  • Published: Sunday, 10 April 2022
  • , Updated: 11 April 2022, 10:45 AM IST

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ  ର୍ଚୁଆଲ ବୈଠକ ହେବ । ଏହି ବୈଠକରେ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହି ବୈଠକରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିବେ। ଏହାସହ ଏହା ଉପରେ ଦୁହେଁ ନିଜ ନିଜର ମତ ପ୍ରଦାନ କରିବେ।

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଭାରତ-ଆମେରିକା ମଧ୍ୟରେ ହେବାକୁ ଥିବା ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ରୁଷରୁ ତୈଳ କ୍ରୟ ନକରିବାକୁ ଭାରତ ଉପରେ ଆମେରିକା ଚାପ ପକାଉଥିବା ବେଳେ ଏବେ ଦୁଇ ଦେଶ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଏହି ବିଷୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ, ଆସନ୍ତା ସପ୍ତାହରେ ଆମେରିକା ଏବଂ ଭାରତ ମଧ୍ୟରେ ୨+୨ ଆଲୋଚନା ମଧ୍ୟ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଅଂଶଗ୍ରହଣ କରିବେ। ତେବେ ଦୁଇ ନେତା ଏହି ବୈଠକରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବେ ଏବଂ ଦକ୍ଷିଣ ଏସିଆ ଓ ଏସିଆ-ପ୍ରଶାନ୍ତ ମହାସାଗରରେ ସାମ୍ପ୍ରତିକ ବିକାଶ ଉପରେ ମତ ବିନିମୟ କରିବେ ବୋଲି କୁହାଯାଉଛି।

Related story