ନୂଆ କରି ତିଆରି ହୋଇଥିବା ବିଶାଳ ପ୍ରତିରକ୍ଷା ଅଫିସ କମ୍ପ୍ଲେକ୍ସ ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ: ନୂଆ କରି ତିଆରି ହୋଇଥିବା ୨ଟି ପ୍ରତିରକ୍ଷା ଅଫିସ କମ୍ପ୍ଲେକ୍ସକୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର କସ୍ତୁରବା ଗାନ୍ଧି ମାର୍ଗ ଓ ଆଫ୍ରିକା ଆଭିନ୍ୟୁ ଠାରେ ଏହି କମ୍ପ୍ଲେକ୍ସ ଦୁଇଟିକୁ ତିଆରି କରାଯାଇଛି। ମୋଦି ଦୁଇଟି ଯାକ କମ୍ପ୍ଲେକ୍ସ ଉଦଘାଟଡ଼ କରିଥିବା ବେଳେ ଆଫ୍ରିକା ଆଭିନ୍ୟୁରେ ଥିବା କମ୍ପ୍ଲେକ୍ସକୁ ପରିଦର୍ଶନ କରିଛନ୍ତି। ଏଥିସହ ସେ ଏଠାରେ ସ୍ଥଳ ସେନା, ନୌ ସେନା, ବାୟୁସେନା ଓ ସିଭିଲିଆନ ଅଫିସରମାନଙ୍କ ସହ ଆଲୋଚନା କରିଛନ୍ତି। […]

Modi

Hemant Lenka
  • Published: Thursday, 16 September 2021
  • , Updated: 16 September 2021, 05:33 PM IST

ନୂଆଦିଲ୍ଲୀ: ନୂଆ କରି ତିଆରି ହୋଇଥିବା ୨ଟି ପ୍ରତିରକ୍ଷା ଅଫିସ କମ୍ପ୍ଲେକ୍ସକୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର କସ୍ତୁରବା ଗାନ୍ଧି ମାର୍ଗ ଓ ଆଫ୍ରିକା ଆଭିନ୍ୟୁ ଠାରେ ଏହି କମ୍ପ୍ଲେକ୍ସ ଦୁଇଟିକୁ ତିଆରି କରାଯାଇଛି। ମୋଦି ଦୁଇଟି ଯାକ କମ୍ପ୍ଲେକ୍ସ ଉଦଘାଟଡ଼ କରିଥିବା ବେଳେ ଆଫ୍ରିକା ଆଭିନ୍ୟୁରେ ଥିବା କମ୍ପ୍ଲେକ୍ସକୁ ପରିଦର୍ଶନ କରିଛନ୍ତି। ଏଥିସହ ସେ ଏଠାରେ ସ୍ଥଳ ସେନା, ନୌ ସେନା, ବାୟୁସେନା ଓ ସିଭିଲିଆନ ଅଫିସରମାନଙ୍କ ସହ ଆଲୋଚନା କରିଛନ୍ତି।

ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଆଜି ସ୍ୱାଧୀନତାର ୭୫ ବର୍ଷ ଅବସରେ ଆମେ ଦେଶର ରାଜଧାନୀକୁ ବିକଶିତ କରିବା ପାଇଁ ଗୋଟିଏ ପାଦ ଆଗକୁ ବଢ଼ିଛେ। ନୂଆ ଭାରତର ଆବଶ୍ୟକତାକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି। ଏହି ନୂଆ ପ୍ରତିରକ୍ଷା ଅଫିସ କମ୍ପ୍ଲେକ୍ସ ଗୁଡ଼ିକ ଆମ ସୁରକ୍ଷା ବଳକୁ ଅଧିକ ସହଜ ଓ ସଶକ୍ତ କରିବାରେ ସହାୟକ ହେବ। ଅତ୍ୟାଧୁନିକ ଅଫିସରେ ୩ ସୁରକ୍ଷା ବାହିନୀ ଦେଶ ପାଇଁ ବେଶ ପ୍ରଭାବୀ ଢଙ୍ଗରେ ସବୁ କାର୍ଯ୍ୟ କରିପାରିବେ। ଦେଶର ରାଜଧାନୀରେ ମର୍ଡର୍ଣ୍ଣ ଏନକ୍ଲେଭ ଗଠନ ଦିଗରେ ଏହା ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି।

ଏହି ଅବସରରେ ମୋଦି ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଆମେ ଯେତେବେଳେ ରାଜଧାନୀ କଥା କହୁ, ଏହା କେବଳ ଗୋଟିଏ ସହରରେ ସୀମିତ ନଥାଏ। ରାଜଧାନୀ ସବୁବେଳେ ଗୋଟିଏ ଦେଶର ଚିନ୍ତା, ପ୍ରତିବଦ୍ଧତା, ସଶକ୍ତ ଓ ସାଂସ୍କୃତିକ ଚିହ୍ନ ଭାବେ ସମସ୍ତ ଆଗରେ ଉଭା ହୋଇଥାଏ। ଭାରତ ହେଉଛି ଗଣତନ୍ତ୍ରର ମା’। ତେଣୁ କରି ରାଜଧାନୀ ସବୁବେଳେ ସମସ୍ତଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ହୋଇ ରହିବା ଦରକାର।

ଯେଉଁମାନେ ସେଣ୍ଟ୍ରାଲ ଭିସ୍ତାକୁ ବିରୋଧ କରୁଛନ୍ତି, ସେମାନେ କେବେ ହେଲେ ଆମ ପ୍ରତିରକ୍ଷା କର୍ମଚାରୀମାନେ କେମିତି ଛୋଟ ଅଫିସରେ କାମ କରୁଥିଲେ ସେକଥା ଚିନ୍ତା କରନ୍ତି ନାହିଁ। ହେଲେ ଆଜି ଆମ ପ୍ରତିରକ୍ଷା ଅଫିସରମାନଙ୍କୁ ସବୁ ସୁବିଧା ଗୋଟିଏ ସ୍ଥାନରେ ମିଳିବ।”

ଏହି ଦୁଇ ଅତ୍ୟାଧୁନିକ ବିଲଡିଂକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ନିର୍ମାଣ କରାଯାଇଛି। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅର୍ଥ ମଞ୍ଜୁର କରିଥିଲା। ଏଥିରେ ଅଫିସ କାମ ପାଇଁ ୯.୬୦ ଲକ୍ଷ ବର୍ଗ ଫୁଟର ସ୍ଥାନ ରହିଛି। କସ୍ତୁରବା ଗାନ୍ଧି ମାର୍ଗରେ ତିଆରି ହୋଇଥିବା କମ୍ପ୍ଲେକ୍ସରେ ୧୪ଟି ଅଫିସ ରହିବ। ୫.୫୨ ଲକ୍ଷ ବର୍ଗ ଫୁଟ ସ୍ଥାନରେ କମ୍ପ୍ଲେକ୍ସ ତିଆରି ହୋଇଛି। ସେହିପରି ୫.୦୮ ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ଆଫ୍ରିକା ଆଭିନ୍ୟୁରେ ତିଆରି ହୋଇଥିବା କମ୍ପ୍ଲେକ୍ସରେ ୧୩ଟି ଅଫିସ କାର୍ଯ୍ୟକ୍ଷମ ହେବ।

ପୂର୍ବରୁ ଦୁଇ ବିଲ୍ଡିଂର କାମ ୨୪ ମାସରେ ସରିବାର ଥିଲା। କିନ୍ତୁ ୧୨ ମାସ ମଧ୍ୟରେ ଶ୍ରମିକମାନେ ସବୁ କାମ ଶେଷ କରିବାକୁ ସକ୍ଷମ ହୋଇଛନ୍ତି।

Related story