କାଲି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ସବୁ ରାଜ୍ୟ ସଂକ୍ରମଣ ଉପରେ ବ୍ରେକ ଲଗାଇବାକୁ କଟକଣା ଜାରି କରିଛନ୍ତି। ତଥାପି ସଂକ୍ରମଣ ଗତିରେ କୌଣସି ବ୍ରେକ ଲାଗୁନି। ଆଗକୁ କରୋନାର ତୃତୀୟ ଲହର ତା’ର ସର୍ବୋଚ୍ଚ ଗତି ଦେଖାଇବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ […]

PM

Hemant Lenka
  • Published: Wednesday, 12 January 2022
  • , Updated: 12 January 2022, 09:34 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ସବୁ ରାଜ୍ୟ ସଂକ୍ରମଣ ଉପରେ ବ୍ରେକ ଲଗାଇବାକୁ କଟକଣା ଜାରି କରିଛନ୍ତି। ତଥାପି ସଂକ୍ରମଣ ଗତିରେ କୌଣସି ବ୍ରେକ ଲାଗୁନି। ଆଗକୁ କରୋନାର ତୃତୀୟ ଲହର ତା’ର ସର୍ବୋଚ୍ଚ ଗତି ଦେଖାଇବ।

ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ବୈଠକରେ ରାଜ୍ୟଗୁଡ଼ିକର ସ୍ଥିତି ସମ୍ପର୍କରେ ମୋଦିଙ୍କୁ ମୁଖ୍ୟମନ୍ତ୍ରୀମାନେ ଅବଗତ କରାଇବେ। ଏଥିସହ ଟିକାକରଣକୁ ଜୋରଦାର କରିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ମଧ୍ୟ ଆଲୋଚନା ହେବ। ଏହାପରେ ମୋଦି ସଂକ୍ରମଣ ରୋକିବାକୁ ଆଗକୁ କ’ଣ ସବୁ ବ୍ୟବସ୍ଥା କରାଯିବ, ସେ ବିଷୟରେ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେବେ।

ପୂର୍ବ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ ନାଇଟ କର୍ଫ୍ୟୁ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ଏବେ ସେ କ’ଣ କହୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Related story