ଜାତୀୟ କାର୍ଯ୍ୟକାରିଣୀ ବୈଠକ ପାଇଁ ପହଞ୍ଚିଲେ ମୋଦି, ଅସମ୍ଭାଳ ଭିଡ଼

ନୂଆଦିଲ୍ଲୀ: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଏନଡିଏମସସି କନଭେନ୍‌ସନ୍‌ କେନ୍ଦ୍ରରେ ପହଞ୍ଚିଛନ୍ତି। ମୋଦି ପହଞ୍ଚିବାର ଭିଡିଓ ଖବର ସରବରାହ ସଂସ୍ଥା ଏନଆଇ ପକ୍ଷରୁ ସେୟାର କାରାଯାଇଛି। ଏହି ଭିଡିଓରେ ମୋଦି ସେଠାରେ ଜମା ହୋଇଥିବା ସାଧାରଣ ଜନତା ଓ ଦଳୀୟ ପ୍ରଶଂସକୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଆଜିର କାର୍ଯ୍ୟକ୍ରମରେ ମୋଦି ଯୋଗ ଦେବାକୁ ଆସୁଥିବାରୁ  ଏନଡିଏମସି କନଭେନ୍‌ସନ୍‌ ସେଣ୍ଟର ସମ୍ମୁଖରେ ଲୋକାରଣ୍ୟ ହୋଇପଡ଼ିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ […]

891

  • Published: Monday, 16 January 2023
  • , Updated: 16 January 2023, 04:59 PM IST

ନୂଆଦିଲ୍ଲୀ: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଏନଡିଏମସସି କନଭେନ୍‌ସନ୍‌ କେନ୍ଦ୍ରରେ ପହଞ୍ଚିଛନ୍ତି। ମୋଦି ପହଞ୍ଚିବାର ଭିଡିଓ ଖବର ସରବରାହ ସଂସ୍ଥା ଏନଆଇ ପକ୍ଷରୁ ସେୟାର କାରାଯାଇଛି। ଏହି ଭିଡିଓରେ ମୋଦି ସେଠାରେ ଜମା ହୋଇଥିବା ସାଧାରଣ ଜନତା ଓ ଦଳୀୟ ପ୍ରଶଂସକୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଆଜିର କାର୍ଯ୍ୟକ୍ରମରେ ମୋଦି ଯୋଗ ଦେବାକୁ ଆସୁଥିବାରୁ  ଏନଡିଏମସି କନଭେନ୍‌ସନ୍‌ ସେଣ୍ଟର ସମ୍ମୁଖରେ ଲୋକାରଣ୍ୟ ହୋଇପଡ଼ିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା।

ଆଗାମୀ ୨୦୨୪ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି।  ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଧାନୀ ଦିଲ୍ଲୀରେ ଏକ ମେଗା ରୋଡ଼ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ପରେ ବୈଠକରେ ଆସନ୍ତା ବିଧାନସଭା ଓ ସାଧାରଣ ନିର୍ବାଚନ ରଣନୀତି ବାବଦରେ ଅଭିଭାଷଣ ଦେବେ ମୋଦି।

https://twitter.com/ANI/status/1614930901976379392?s=20&t=BgRJnAQDcmOQrsdlOJUgFg

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ବିଜେପିରେ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି  ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଦଳ ବିଚାର କରୁଛି। ତେବେ ଏହି ବୈଠକରେ ଏବାବଦରେ କିଛି କିଛି ସୂଚନା ମଧ୍ୟ ଜାରି କରାଯାଇପାରେ।  ତେବେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବିଜେପି ପକ୍ଷରୁ ଏକ ମେଗା ରୋଡ଼ ଶୋ’ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପଟେଲ ଚୌକଠାରୁ ଏନଡିଏମସି କନଭେନ୍‌ସନ୍‌ ସେଣ୍ଟର ପର୍ଯ୍ୟନ୍ତ ଏହି  ରୋଡ଼ ଶୋ ଚାଲିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବହୁ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।   

Related story