ଜାନୁଆରୀ ୨୭ରେ ପରୀକ୍ଷା ପେ’ ଚର୍ଚ୍ଚାରେ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ: ଆଗକୁ ଆସୁଛି ପରୀକ୍ଷା ଋତୁ। ଦଶମ, ଏକାଦଶ ,ଆଇସିଏସଇ, ସିବିଏସଇ ସହ ଯୁକ୍ତ ୨ ପରୀକ୍ଷା ମଧ୍ୟ ହେବ। ତେବେ  ତାପୂର୍ବରୁ ପାରୀକ୍ଷାରେ ଅଂଶଗ୍ରହଣ କରୁଥିବା ପିଲାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏଥିପାଇଁ ଆସନ୍ତା ଜାନୁଆରୀ ୨୭ରେ ପରୀକ୍ଷା ପେ’ ଚର୍ଚ୍ଚାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ପିଲା ଏବଂ ସେମାନଙ୍କ ଅଭିଭାବକ ସହ ଆଲୋଚନା କରିବେ। ପରୀକ୍ଷାରେ ଭଲ କରିବା, ଚାପଗ୍ରସ୍ତ ନହେବା, ପରୀକ୍ଷା ପାଇଁ ପ୍ରସ୍ତୁତି […]

Modi1

  • Published: Tuesday, 03 January 2023
  • , Updated: 03 January 2023, 08:29 PM IST

ନୂଆଦିଲ୍ଲୀ: ଆଗକୁ ଆସୁଛି ପରୀକ୍ଷା ଋତୁ। ଦଶମ, ଏକାଦଶ ,ଆଇସିଏସଇ, ସିବିଏସଇ ସହ ଯୁକ୍ତ ୨ ପରୀକ୍ଷା ମଧ୍ୟ ହେବ। ତେବେ  ତାପୂର୍ବରୁ ପାରୀକ୍ଷାରେ ଅଂଶଗ୍ରହଣ କରୁଥିବା ପିଲାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏଥିପାଇଁ ଆସନ୍ତା ଜାନୁଆରୀ ୨୭ରେ ପରୀକ୍ଷା ପେ’ ଚର୍ଚ୍ଚାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ପିଲା ଏବଂ ସେମାନଙ୍କ ଅଭିଭାବକ ସହ ଆଲୋଚନା କରିବେ। ପରୀକ୍ଷାରେ ଭଲ କରିବା, ଚାପଗ୍ରସ୍ତ ନହେବା, ପରୀକ୍ଷା ପାଇଁ ପ୍ରସ୍ତୁତି ଆଦି ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରିବେ ମୋଦି। କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ, ଶିକ୍ଷକ ଓ ଅଭିଭାବକମାନଙ୍କ ସହ ଭାବବିନିମୟ କରିବେ। କୋଭି  ମହାମାରୀ ଯୋଗୁଁ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ବୃହତ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ।

ଦେଶର ଯୁବପିଢି ମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରୀକ୍ଷା ପେ ଚର୍ଚ୍ଚା ହେଉଛି ପରୀକ୍ଷା ଯୋଦ୍ଧାମାନଙ୍କର ମନୋବଳ ବୃଦ୍ଧି କରିବାର ମହାନ୍‍ ଲକ୍ଷ୍ୟ। ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଏକ ଅଭିନବ କାର୍ଯ୍ୟକ୍ରମ । ପରୀକ୍ଷା ଶୁଣିବା ମାତ୍ର ଛାତ୍ରଛାତ୍ରୀଙ୍କ ମନରେ ଭୟ ଆସେ । ଏହି କାର୍ଯ୍ୟକ୍ରମ ଦ୍ୱାରାଛାତ୍ରଛାତ୍ରୀମାନେ ପରୀକ୍ଷାର ଚାପରୁ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ ।

ଏହି କାର୍ଯ୍ୟକ୍ରମ ନୂଆପିଢ଼ିଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବ ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ରେଡ଼ିଓ ଚ୍ୟାନେଲ, ବିଭିନ୍ନ ଟିଭି ଚ୍ୟାନେଲ ସମେତ, ଶିକ୍ଷା ମନ୍ତ୍ରଣାଳୟ, ନରେନ୍ଦ୍ର ମୋଦୀ, ପିଏମଓ ଇଣ୍ଡିଆ, ପିଆଇବି ଇଣ୍ଡିଆ ଭଳି ଡ଼ିଜିଟାଲ ପ୍ଲାଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲ ସମେତ ଦୂରଦର୍ଶନ ନ୍ୟାସନାଲ, ଡ଼ିଡି ନ୍ୟୁଜ୍‌, ମାଇ ଗଭ.ଇଣ୍ଡିଆ, ସଂସଦ ଟିଭି ଏବଂ ସ୍ୱୟଂପ୍ରଭାରେ ସିଧାସଳଖ ପ୍ରସାରଣ କରାଯିବ ।

Related story