ସର୍ଦ୍ଦାର ପଟେଲ ବଞ୍ଚିଥିଲେ ଗୋଆ ବହୁ ଆଗରୁ ମୁକ୍ତି ପାଇଥାନ୍ତା: ମୋଦି

ଗୋଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଥିଲେ। ଗୋଆ ମୁକ୍ତି ଦିବସ ଅବସରରେ ସେ ନବୀକରଣ ହୋଇଥିବା ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜର ସୁପର ସ୍ପେସିଆଲିଟି ବ୍ଲକ, ନୂତନ ଦକ୍ଷିଣ ଗୋଆ ଜିଲ୍ଲା ହସପିଟାଲ, ମୋପା ବିମାନବନ୍ଦରରେ ବିମାନ ଚଳାଚଳ ଦକ୍ଷତା ବିକାଶ କେନ୍ଦ୍ର ଏବଂ ମାର୍ଗାଓର ଡାଭୋରଲିମ-ନାଭେଲିମରେ ଗ୍ୟାସ ଇନସୁଲେଟେଡ୍ ସବ୍ ସେଣ୍ଟରର ଉଦଘାଟନ କରିଛନ୍ତି। ପ୍ରତିବର୍ଷ ଡିସେମ୍ବର ୧୯ରେ ଗୋଆ ମୁକ୍ତି ଦିବସ ପାଳନ କରାଯାଏ। ଏହି ଦିନ […]

Modi

Tapas Behera
  • Published: Sunday, 19 December 2021
  • , Updated: 19 December 2021, 07:49 PM IST

ଗୋଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଥିଲେ। ଗୋଆ ମୁକ୍ତି ଦିବସ ଅବସରରେ ସେ ନବୀକରଣ ହୋଇଥିବା ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜର ସୁପର ସ୍ପେସିଆଲିଟି ବ୍ଲକ, ନୂତନ ଦକ୍ଷିଣ ଗୋଆ ଜିଲ୍ଲା ହସପିଟାଲ, ମୋପା ବିମାନବନ୍ଦରରେ ବିମାନ ଚଳାଚଳ ଦକ୍ଷତା ବିକାଶ କେନ୍ଦ୍ର ଏବଂ ମାର୍ଗାଓର ଡାଭୋରଲିମ-ନାଭେଲିମରେ ଗ୍ୟାସ ଇନସୁଲେଟେଡ୍ ସବ୍ ସେଣ୍ଟରର ଉଦଘାଟନ କରିଛନ୍ତି। ପ୍ରତିବର୍ଷ ଡିସେମ୍ବର ୧୯ରେ ଗୋଆ ମୁକ୍ତି ଦିବସ ପାଳନ କରାଯାଏ।

ଏହି ଦିନ ଭାରତୀୟ ସଶସ୍ତ୍ର ବାହିନୀ ୧୯୬୧ ମସିହାରେ ପର୍ତ୍ତୁଗୀଜ୍ ଶାସନରୁ ଉପକୂଳବର୍ତ୍ତୀ ରାଜ୍ୟକୁ ମୁକ୍ତ କରିଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଯଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆଉ କିଛି ଦିନ ବଞ୍ଚିଥାନ୍ତେ ତେବେ ପର୍ତ୍ତୁଗୀଜ୍ ଶାସକଙ୍କ କବଳରୁ ଗୋଆ ବହୁ ଆଗରୁ ମୁକ୍ତ ହୋଇପାରିଥାନ୍ତା। ନେହରୁ କ୍ୟାବିନେଟରେ ଡେପୁଟି ପ୍ରଧାନମନ୍ତ୍ରୀ ପଟେଲଙ୍କ  ୧୯୫୦ ଡିସେମ୍ବର ୧୫ରେ ମୃତ୍ୟୁ ହୋଇଥିଲା। ସର୍ଦ୍ଦାରଙ୍କ ଉଦ୍ୟମରେ ମହାରାଷ୍ଟ୍ରର ମରାଠୱାଡା ଅଞ୍ଚଳର ମୁକ୍ତ ହୋଇଥିବାରୁ ତାଙ୍କୁ ତତ୍କାଳୀନ ନିଜାମ ଶ୍ରେୟ ଦେଇଥିଲେ ବୋଲି ମୋଦି କହିଛନ୍ତି। ଏହି ସମୟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ।

ସେ କହିଛନ୍ତି ଯେ, ପାରିକର କେବଳ ଗୋଆକୁ ବିକାଶର ନୂତନ ଉଚ୍ଚତାକୁ ନେଇ ନାହାଁନ୍ତି, ବରଂ ଗୋଆର ସମ୍ଭାବନାକୁ ବିସ୍ତାର କରିଛନ୍ତି। ଗୋଆର ଲୋକମାନେ କେତେ ସଚ୍ଚୋଟ, ଦକ୍ଷ ଏବଂ ପରିଶ୍ରମୀ, ମନୋହର ଏହାର ଉଦାରହଣ ଥିଲେ ବୋଲି ସେ କହିଛନ୍ତି।  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଆପାଇଁ ସମୁଦ୍ର ପ୍ରକୃତିର ଏକ ଅଦ୍ଭୁତ ଉପହାର । ଏହି ସମୁଦ୍ର ଗୋଆର ପ୍ରଗତୀର  ସାରଥୀ ହୋଇପାରିଛି ବୋଲି ସେ କହିଛନ୍ତି।

Related story