ସମାଲୋଚକଙ୍କୁ ମିସ କରୁଥିବା କହିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତରେ ଟିକାକରଣର ଐତିହାସିକ ସଫଳତା ପଛରେ ଟେକ୍ନୋଲଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଭାହ କରିଛି। ଆତ୍ମନିର୍ଭର ଭାରତ ପ୍ରୟାସରେ ଚାଲିଥିବା ଅଭିଯାନ ଯୋଗୁ ଟିକାକରଣରେ ବେଶ ସଫଳତା ମିଳିପାରିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏଥିସହ ସେ ସବୁବେଳେ ସମାଲୋଚନାକୁ ଗୁରୁତ୍ୱର ସହ ନିଅନ୍ତି ଓ ଏହାକୁ ସମ୍ମାନ କରନ୍ତି। ବର୍ତ୍ତମାନ ସେ ତାଙ୍କର ସମାଲୋଚକମାନଙ୍କୁ ବହୁତ ମିସ କରୁଥିବା ମଧ୍ୟ ମୋଦି କହିଛନ୍ତି। ଭାରତ ସରକାର ଡିସେମ୍ବର ସୁଦ୍ଧା ସବୁ ପ୍ରାପ୍ତ ବୟସ୍କଙ୍କ […]

Modi

Hemant Lenka
  • Published: Saturday, 02 October 2021
  • , Updated: 02 October 2021, 12:11 PM IST

ନୂଆଦିଲ୍ଲୀ: ଭାରତରେ ଟିକାକରଣର ଐତିହାସିକ ସଫଳତା ପଛରେ ଟେକ୍ନୋଲଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଭାହ କରିଛି। ଆତ୍ମନିର୍ଭର ଭାରତ ପ୍ରୟାସରେ ଚାଲିଥିବା ଅଭିଯାନ ଯୋଗୁ ଟିକାକରଣରେ ବେଶ ସଫଳତା ମିଳିପାରିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏଥିସହ ସେ ସବୁବେଳେ ସମାଲୋଚନାକୁ ଗୁରୁତ୍ୱର ସହ ନିଅନ୍ତି ଓ ଏହାକୁ ସମ୍ମାନ କରନ୍ତି। ବର୍ତ୍ତମାନ ସେ ତାଙ୍କର ସମାଲୋଚକମାନଙ୍କୁ ବହୁତ ମିସ କରୁଥିବା ମଧ୍ୟ ମୋଦି କହିଛନ୍ତି।

ଭାରତ ସରକାର ଡିସେମ୍ବର ସୁଦ୍ଧା ସବୁ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୬୯% ଲୋକ ଅତିକମରେ ଟିକାର ଗୋଟିଏ ଡୋଜ୍‌ ନେଇ ସାରିଥିବା ବେଳେ କେବଳ ୨୫% ଲୋକ ଡବଲ ଡୋଜ୍‌ ନେଇଛନ୍ତି। ଏବେ ଦୈନିକ ପ୍ରାୟ ୧ କୋଟି ଡୋଜ୍‌ର ଟିକାକରଣ ହେଉଛି। ଏହାକୁ ମୋଦି ଏକ ସଫଳତା ବୋଲି କହିଛନ୍ତି।

ଓପନ ମ୍ୟାଗାଜିନକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆପଣ ଥରେ ଭାବନ୍ତୁ ଯଦି ଆମ ଦେଶ ଟିକା ବାହାର କରି ନଥାଆନ୍ତା, ତା’ହେଲେ ପରିସ୍ଥିତି କ’ଣ ହୋଇଥାଆନ୍ତା? ଆମେ ସମସ୍ତେ ଜାଣିଛୁ ଯେ ବିଶ୍ୱର ଗୋଟିଏ ବଡ଼ ଭାଗ ଏଯାଏ କୋଭିଡ ଟିକା ପାଇବାକୁ ସକ୍ଷମ ହୋଇନାହାନ୍ତି। ଭାରତ ଆତ୍ମନିର୍ଭର ହେଉଥିବାରୁ ଟିକାକରଣରେ ଆମେ ସଫଳତା ପାଇଛୁ।”

ପୂର୍ବରୁ ‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ’ ନାରା ଦିଆଯାଉଥିବା ବେଳେ ମୋଦି ଏହା କେମିତି ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ନାଁରେ ରୂପାନ୍ତର ହେଲା ସେକଥା ମଧ୍ୟ କହିଛନ୍ତି। କେନ୍ଦ୍ର ସରକାର ସବୁବେଳେ ଅନୁସନ୍ଧାନ ବା ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ମୋଦି କହିଛନ୍ତି।

ସେ କହିଛନ୍ତି, “ଆମେ ୨୦୨୦ ମେ’ ମାସରେ ହିଁ ଟିକାକରଣ ପାଇଁ ଯୋଜନା କରିଥିଲୁ। ଏହି ସମୟରେ କୌଣସି ଟିକା ବିଶ୍ୱର କେଉଁ ପ୍ରାନ୍ତରେ ମଧ୍ୟ ଅନୁମୋଦନ ଲାଭ କରି ନଥିଲା। ଆମେ ଶୀଘ୍ରରୁ ଶୀଘ୍ର ଟିକାକରଣ ପାଇଁ ବ୍ଲୁ ପ୍ରିଣ୍ଟ କରିଥିଲୁ। ପୂର୍ବରୁ ଟିକାକରଣ ପାଇଁ ବ୍ୟବହାର ହେଉଥିବା ଯୋଜନା ଅନୁସାରେ ଯଦି କାର୍ଯ୍ୟ କରାଯାଇ ଥାଆନ୍ତା, ତା’ହେଲେ ଟିକାକରଣ ସାରିବାକୁ ଦୀର୍ଘ ଦଶନ୍ଧି ଲାଗି ଥାଆନ୍ତା। ଆମେ ପ୍ରଭାବୀ, ଅବଧା ଓ ସମୟ ଅନୁଯାୟୀ ଟିକାକରଣ ଆରମ୍ଭ କରିବାକୁ ଯୋଜନା କରି ଏହାକୁ କାର୍ଯ୍ୟକାରୀ କରିଛୁ।”

ପ୍ରଧାନମନ୍ତ୍ରୀ ସମାଲୋଚନା ଓ ଅଭିଯୋଗ ଲଗାଇବା ମଧ୍ୟରେ ପାର୍ଥକ୍ୟ ରହିଥିବା କହିଛନ୍ତି। ସେ କହିଛନ୍ତି, “ମୁଁ ଗୋଟିଏ ସ୍ୱଚ୍ଛ ମାନସିକତାରେ ସମାଲୋଚନାକୁ ବହୁତ ସମ୍ମାନ କରେ। କିନ୍ତୁ ଏଠାରେ ସମାଲୋଚକଙ୍କ ସଂଖ୍ୟା ବହୁତ କମ। ଅଧିକାଂଶ ଲୋକ କେବଳ ଅଭିଯୋଗ କରୁଛନ୍ତି।

ଅନୁମାନ ଲଗାଇବାର ଖେଳ ଖେଳୁଥିବା ଲୋକଙ୍କ ସଂଖ୍ୟା ଏଠାରେ ଅଧିକ। ଏହା ପଛରେ ମଧ୍ୟ କାରଣ ରହିଛି। ଯଦି ଆପଣ କାହାକୁ ସୁସ୍ଥ ସମାଲୋଚନା କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କୁ ଅନୁସନ୍ଧାନ କରିବାକୁ ପଡ଼ିବ। କଠିନ ପଶିଶ୍ରମ ଓ ସମୟ ବାହାର କରିବାକୁ ହେବ। ବୋଧେ ଆଜିର ଦ୍ରୁତଗାମୀ ବିଶ୍ୱରେ କାହା ପାଖରେ ଅନୁସନ୍ଧାନ ଓ ପରିଶ୍ରମ କରିବାକୁ ସମୟ ନାହିଁ। ଏଠାରେ ସମାଲୋଚକଙ୍କ ସଂଖ୍ୟା ବହୁତ କମ। ତେଣୁ ମୁଁ ବେଳେ ବେଳେ ସମାଲୋଚକଙ୍କୁ ମିସ କରେ।”

ସେ ଆହୁରି କହିଛନ୍ତି, ଟିକାକରଣ ଅଭିଯାନର ସଫଳତା ପାଇଁ ଆମକୁ ପୂରା ଲଜିଷ୍ଟିକ, ପ୍ଲାନିଂ ଓ ପ୍ରୋଗେସକୁ ଦେଖିବାକୁ ପଡ଼ିବ। ଏହା ଏକ ବଡ଼ ପ୍ରୟାସ। ସମଗ୍ର ଦେଶରେ ଲୋକମାନେ ରହିଛନ୍ତି। ପରିଶ୍ରମ କରୁଛନ୍ତି। ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମର ସଫଳ କରିବା ପାଇଁ ଆମ ଲୋକମାନେ କରୁଥିବା ପରିଶ୍ରମକୁ ମିଡିଆ ଦେଖାଇବା ଦରକାର ବୋଲି ମୋଦି କହିଛନ୍ତି।

Related story