ଟ୍ୱିଟରରେ ମୋଦିଙ୍କ ‘ଲାଲ ଟୋପି’କୁ ନେଇ ଝଡ଼

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲାଲ ଟୋପି’ ଟିପ୍ପଣୀକୁ ନେଇ ହଙ୍ଗାମା। ପିଏମଓ ହ୍ୟାଣ୍ଡେଲରେ ‘ଲାଲ ଟୋପି’ ପୋଷ୍ଟକୁ ନେଇ ମୋଦିଙ୍କୁ ଘେରିଛନ୍ତି ବିରୋଧୀ। ପିଏମଓ ଏକ ଅଫିସିଆଲ ହ୍ୟାଣ୍ଡେଲ ହୋଇଥିବା ବେଳେ ସେଥିରେ ରାଜନୈତିକ ଆକ୍ଷେପମୂଳକ ପୋଷ୍ଟ ଅଶୋଭନୀୟ ବୋଲି ବିରୋଧୀ କହିଛନ୍ତି। ଏମିତିକି ଏହା ପିଏମଓ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟର ମର୍ଯ୍ୟାଦାହାନି ହେଉଛି ବୋଲି ବିରୋଧୀ କହିଛନ୍ତି।ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି ‘ଲାଲ ଟୋପି’କୁ ରେଡ୍‌ ଫ୍ଲାଗ ସହ ତୁଳନା କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ […]

Modi1

Tapas Behera
  • Published: Wednesday, 08 December 2021
  • , Updated: 16 December 2021, 04:54 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲାଲ ଟୋପି’ ଟିପ୍ପଣୀକୁ ନେଇ ହଙ୍ଗାମା। ପିଏମଓ ହ୍ୟାଣ୍ଡେଲରେ ‘ଲାଲ ଟୋପି’ ପୋଷ୍ଟକୁ ନେଇ ମୋଦିଙ୍କୁ ଘେରିଛନ୍ତି ବିରୋଧୀ। ପିଏମଓ ଏକ ଅଫିସିଆଲ ହ୍ୟାଣ୍ଡେଲ ହୋଇଥିବା ବେଳେ ସେଥିରେ ରାଜନୈତିକ ଆକ୍ଷେପମୂଳକ ପୋଷ୍ଟ ଅଶୋଭନୀୟ ବୋଲି ବିରୋଧୀ କହିଛନ୍ତି।

ଏମିତିକି ଏହା ପିଏମଓ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟର ମର୍ଯ୍ୟାଦାହାନି ହେଉଛି ବୋଲି ବିରୋଧୀ କହିଛନ୍ତି।ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି ‘ଲାଲ ଟୋପି’କୁ ରେଡ୍‌ ଫ୍ଲାଗ ସହ ତୁଳନା କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ପିଏମଓରେ ହୋଇଥିବା ଟ୍ୱିଟକୁ ନେଇ ଆମ ଆଦମୀ ପାର୍ଟି ଏବଂ ତ୍ରୁଣମୂଳ କଂଗ୍ରେସ ବର୍ଷିଛନ୍ତି। କହିଛନ୍ତି ପିଏମଓ ହ୍ୟାଣ୍ଡେଲର ଅପବ୍ୟବହାର କରାଯାଉଛି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି  ଉତ୍ତରପ୍ରଦେଶର ଗୋରଖପୁର ଗସ୍ତ କରି ଆୟୋଜିତ ରାଲିକୁ ସମ୍ବୋଧିତ କରିଥିଲେ। ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧି ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରିଥିଲେ। କହିଥିଲେ ଲାଲ ଟୋପି ପିନ୍ଧୁଥିବା ଲୋକଙ୍କ ନଜର କେବଳ ଲାଲବତୀ ଉପରେ। ସେମାନେ ଆତଙ୍କବାଦୀଙ୍କ ପ୍ରତି ନରମ ।

https://twitter.com/PMOIndia/status/1468137247895539714?s=20

ଉତ୍ତର ପ୍ରଦେଶରେ ସରକାର ଗଠନ କରି ସେମାନେ ଆତଙ୍କବାଦ ବିସ୍ତାର କରିବାକୁ ଚାହୁଁଛନ୍ତି। ଲାଲ ଟୋପି ହେଉଛି ସତର୍କ ଘଣ୍ଟି। ଲୋକଙ୍କ ଦୁଃଖ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ଲାଲ ଟୋପି ପିନ୍ଧୁଥିବା ଲୋକ ଉତ୍ତରପ୍ରଦେଶ ପାଇଁ ହେଉଛନ୍ତି ରେଡ ଆଲର୍ଟ । ଏନେଇ ପିଏମଓ ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ କରାଯାଥିଲା। ସେଥିରେ  “ଆଜି ସାରା ୟୁପି ଜାଣିଛି କେବଳ ଲାଲ ଟୋପିବାଲାଙ୍କର କେବଳ ମତଲବ ଲାଲବତୀ ଉପରେ ଅଛି।  ଆପଣଙ୍କ ଦୁଃଖ ଦୁର୍ଦ୍ଦଶାର ସେମାନେ ଭାଗିଦାର ନୁହନ୍ତି। ଲାଲ ଟୋପିବାଲାଙ୍କୁ କେବଳ ସତ୍ତା ଆବଶ୍ୟକ। ଘୋଟାଲା ପାଇଁ ନିଜ ଟ୍ରେଜେରୀ ଭର୍ତ୍ତି କରନ୍ତି। ଅବୈଧ କବ୍‌ଜା କରନ୍ତି। ମାଫିଆଙ୍କୁ ଛାଡ଼ି ଦିଅନ୍ତି” ବୋଲି ଉଲ୍ଲେଖ ରହିଛି।  ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Related story