ଟିକାକରଣ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ୫ ରାଜ୍ୟରେ କରୋନା ଟିକାକରଣ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ।  ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଏହି କଟକଣା ଲାଗିଛି।  ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ଏଣିକି ଟିକାକରଣ ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ । ନିର୍ବାଚନ ସରିବା ଯାଏଁ କୋୱିନରୁ  ସାର୍ଟିଫିକେଟ୍ ଡାଉନଲୋଡ଼ କଲେ ମୋଦିଙ୍କ ଫଟୋ ଦେଖିବାକୁ ମିଳିବନି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା ହୋଇଛି। […]

modi

Tapas Behera
  • Published: Tuesday, 11 January 2022
  • , Updated: 11 January 2022, 09:57 AM IST

ନୂଆଦିଲ୍ଲୀ: ୫ ରାଜ୍ୟରେ କରୋନା ଟିକାକରଣ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ।  ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଏହି କଟକଣା ଲାଗିଛି।  ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ଏଣିକି ଟିକାକରଣ ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ । ନିର୍ବାଚନ ସରିବା ଯାଏଁ କୋୱିନରୁ  ସାର୍ଟିଫିକେଟ୍ ଡାଉନଲୋଡ଼ କଲେ ମୋଦିଙ୍କ ଫଟୋ ଦେଖିବାକୁ ମିଳିବନି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା ହୋଇଛି।

ତେବେ ଗତ ମାସରେ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ହୋଇଥିବା ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଥିଲେ । ଏମିତିକି କୋର୍ଟ ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କା ଜୋରିମାନା ଲାଗୁ କରିଥିଲେ।

କୋର୍ଟ କହିଥିଲେ ଯେ, ତୁମେ କାହିଁକି ଆମ ପ୍ରଧାନମନ୍ତ୍ରୀଙ୍କୁ ଲଜ୍ଜିତ କରୁଛୁ। ରାଜନୈତି ଉଦ୍ଦେଶ୍ୟ ରଖି ନିଜର ପ୍ରଚାର ପାଇଁ ଏମିତି ଆବେଦନ କରାଯାଇଥିବାରୁ ଏହାକୁ ଖାରଜ କରିଦିଆଯାଇଛି। ଏହାପୂର୍ବରୁ ପଶ୍ଚିମବଙ୍ଗ ଓ ଅନ୍ୟ ଉପ ନିର୍ବାଚନ ବେଳେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ।  ତେଣୁ ସରକାରଙ୍କୁ ବିରୋଧୀ ଘେରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ବାଦ୍ ଦିଆଯାଇଛି ।

Related story