ଉଦ୍ଧବଙ୍କ କାର୍‌ରୁ ଆଦିତ୍ୟଙ୍କୁ ଓହ୍ଲାଇଦେଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମଚାରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇ ଗସ୍ତରେ ଯାଇଥିଲେ। ତାଙ୍କୁ ସ୍ୱାଗତ କରିବାକୁ କୋଲାବାରେ ଥିବା ନୌସେନା ହେଲିପ୍ୟାଡ ଆଇଏନଏସ ଶିକ୍ରାରେ ପହଞ୍ଚିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ତାଙ୍କ ସହିତ ଥିଲେ ତାଙ୍କ ପୁଅ ତଥା ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ। ଉଦ୍ଧବଙ୍କ କାରରେ ବସିଥିଲେ ଆଦିତ୍ୟ। ତେବେ ସେମାନଙ୍କୁ ସେଠାରେ ହଟାହଟା ହେବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମଚାରୀମାନେ ଆଦିତ୍ୟଙ୍କୁ କାରରୁ ଓହ୍ଲାଇ ଯିବାକୁ କହିଥିଲେ। ଆଦିତ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିପାରିବେ […]

PM

Jitendra Garnayak
  • Published: Tuesday, 14 June 2022
  • , Updated: 14 June 2022, 10:02 PM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇ ଗସ୍ତରେ ଯାଇଥିଲେ। ତାଙ୍କୁ ସ୍ୱାଗତ କରିବାକୁ କୋଲାବାରେ ଥିବା ନୌସେନା ହେଲିପ୍ୟାଡ ଆଇଏନଏସ ଶିକ୍ରାରେ ପହଞ୍ଚିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ତାଙ୍କ ସହିତ ଥିଲେ ତାଙ୍କ ପୁଅ ତଥା ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ। ଉଦ୍ଧବଙ୍କ କାରରେ ବସିଥିଲେ ଆଦିତ୍ୟ। ତେବେ ସେମାନଙ୍କୁ ସେଠାରେ ହଟାହଟା ହେବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମଚାରୀମାନେ ଆଦିତ୍ୟଙ୍କୁ କାରରୁ ଓହ୍ଲାଇ ଯିବାକୁ କହିଥିଲେ। ଆଦିତ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିପାରିବେ ନାହିଁ ବୋଲି ସେମାନେ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସ୍‌ପିଜି ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଯେଉଁ ଭିଆଇପିଙ୍କ ତାଲିକା ପ୍ରସ୍ତୁତ ହୋଇଛି ସେଥିରେ ଆଦିତ୍ୟଙ୍କ ନାଁ ନାହିଁ। ଏହା ଶୁଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଆଦିତ୍ୟଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ ଆଦିତ୍ୟ କେବଳ ତାଙ୍କ ପୁଅ ନୁହନ୍ତି, ସେ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ। ପ୍ରୋଟୋକୋଲ ଅନୁଯାୟୀ ଆଦିତ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିପାରିବେ।

ଉଦ୍ଧବ ଠାକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ପରେ ଏସ୍‌ପିଜି ପକ୍ଷରୁ ଆଦିତ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଅନୁମତି ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୀର୍ଘଦିନ ପରେ ଦୁହେଁ ଷ୍ଟେଜ ଶେଆର କରିଥିବାରୁ ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରଠୁ ଉଦ୍ଧବ ଠାକରେ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କ ଦୁଇଟି କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିକରେ ଆଦିତ୍ୟ ଠାକରେ ଉପସ୍ଥିତ ରହିଥିଲେ। ତେବେ ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ମଞ୍ଚରେ ବସି ନଥିଲେ।

Related story