ପାକ ଅଧିକୃତ କଶ୍ମୀର ଭାରତର: ରାଜନାଥ ସିଂହ

ଜାମ୍ମୁ: ପାକ ଅଧିକୃତ କଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ରବିବାର ୨୩ ତମ କାର୍ଗିଲ ବିଜୟ ଦିବସ ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ସେନାର ସର୍ବୋଚ୍ଚ ବଳିଦାନକୁ  ସ୍ମୃତିଚାର କରି ଏହା କହିଛନ୍ତି। ସେ କହିଛନ୍ତି ଯେ ଏହା କେମିତି ସମ୍ଭବ ହେଲା,  ବାବା ଅମରନାଥ ଭାରତରେ ଅଛନ୍ତି  ହେଲେ ମା ଶାରଦା ଦେବୀ ଶକ୍ତି ନିୟନ୍ତ୍ରଣ ରେଖା (ଏଲଓସି) ରେ ଅଛନ୍ତି।  ପିଓକେକୁ ନେଇ ସଂସଦରେ ଏକ ସଂକଳ୍ପ ପାରିତ […]

Rajnath singh

  • Published: Sunday, 24 July 2022
  • , Updated: 24 July 2022, 10:29 PM IST

ଜାମ୍ମୁ: ପାକ ଅଧିକୃତ କଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ରବିବାର ୨୩ ତମ କାର୍ଗିଲ ବିଜୟ ଦିବସ ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ସେନାର ସର୍ବୋଚ୍ଚ ବଳିଦାନକୁ  ସ୍ମୃତିଚାର କରି ଏହା କହିଛନ୍ତି। ସେ କହିଛନ୍ତି ଯେ ଏହା କେମିତି ସମ୍ଭବ ହେଲା,  ବାବା ଅମରନାଥ ଭାରତରେ ଅଛନ୍ତି  ହେଲେ ମା ଶାରଦା ଦେବୀ ଶକ୍ତି ନିୟନ୍ତ୍ରଣ ରେଖା (ଏଲଓସି) ରେ ଅଛନ୍ତି।  ପିଓକେକୁ ନେଇ ସଂସଦରେ ଏକ ସଂକଳ୍ପ ପାରିତ ହୋଇଛି। ପାକିସ୍ତାନ ଅଧିକୃତ କଶ୍ମୀର ଏବଂ କଶ୍ମୀର ଭାରତର ଏକ ଅଂଶ।  ଏହା ଭାରତର ଏକ ଅଂଶ ହୋଇ ରହିବ। ଶିବ ରୂପରେ  ବାବା ଅମରନାଥ ଆମ ସହ ଏବଂ ମାତା ଶାରଦା ଦେବୀ କିପରି ଏଲଓସି ଆପାଖରେ ରହିବେ।  ଶାରଦା ପୀଠ ବିଷୟରେ ବଖାଣିବାକୁ ଯାଇ ରାଜନାଥ କହିଛନ୍ତି ଯେ, ଏଲଓସିରେ ଥିବା ଏହି ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ମନ୍ଦିରରେ ଅବସସ୍ଥାନ କରୁଥିବା ସରସ୍ୱତୀ ଶାରଦା ଦେବୀ ନାମରେ ପରଚିତ ବୋଲି ସେ କହଇନ୍ତି।  ଯାହାର ଧ୍ୱଂସାବଶେଷ ଏବେବି ରହିଛି।

ଜାମ୍ମୁରେ 'କାର୍ଗିଲ ବିଜୟ ଦିବସ'ର ସ୍ମୃତି ସମାରୋହରେ ସେ ଏହା କହିଛନ୍ତି। ସେ ଆହୁରି କହିଚନ୍ତି ୧୯୬୨  ତୁଳନାରେ ଆଜି ଭାରତ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଥଇପାରିଛି। ୧୯୬୨ ମସିହାରେ  ଚୀନ୍ ଲଦାଖରେ ଆମର ଅଞ୍ଚଳ ଦଖଲ କରିଥିଲା। ପଣ୍ଡିତ ନେହେରୁଙ୍କୁ ଆମର ପ୍ରଧାନମନ୍ତ୍ରୀ ଥିଲେ । ମୁଁ ତାଙ୍କର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରିବି ନାହିଁ। ଉଦ୍ଦେଶ୍ୟ ଭଲ ହୋଇପାରେ କିନ୍ତୁ ନୀତି ପ୍ରଯୁଜ୍ୟ ନୁହେଁ।

ତଥାପି ଆଜିର ଭାରତ ଅନ୍ୟତମ ଶକ୍ତିଶାଳୀ ଦେଶ  ହୋଇପାରିଛି । ଏହି ଅବସରରେ ସେ ଜମ୍ମୁରେ ଡ୍ୟୁଟି ବେଳେ ପ୍ରାଣ ହରାଇଥିବା ସୁରକ୍ଷା କର୍ମୀଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ।  ସେ କହିଛନ୍ତି ଯେ,  ଦେଶର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେମାନଙ୍କୁ ଦେଶ ଭୁଲି ପାରିବ ନାହିଁ। ୧୯୯୯ ଯୁଦ୍ଧରେ ଆମର ଅନେକ ସାହସୀ ସୈନ୍ୟ ପ୍ରାଣ  ହରାଇଛନ୍ତି।  ମୁଁ ସେମାନଙ୍କୁ ପ୍ରଣାମ କରୁଛି  ବୋଲି ଶ୍ରୀ ସିଂହ କହିଛନ୍ତି।

Related story