ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବେ ପୋଖରିୟାଲ ଓ ଦେବଶ୍ରୀ ଚୌଧୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଟିମ୍‌ରେ ୨୦ ଜଣ ନୂଆ ସଦସ୍ୟ ସାମିଲ ହେବା ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଛି। ଯେଉଁମାନେ ମନ୍ତ୍ରୀ ପଦ ପାଇବେ, ସେମାନେ ଆଜି ମୋଦିଙ୍କ ବାସଭବନକୁ ଆସି ବୈଠକ କରିଛନ୍ତି। ଏମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଠାରୁ ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରହିଛନ୍ତି। ସେହିପରି ୩ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି ସହ କ୍ୟାବିନେଟ ପାହ୍ୟା ମଧ୍ୟ ମିଳିବ। ଆଜି ସନ୍ଧ୍ୟା ୬ଟାରେ ନୂଆ ମନ୍ତ୍ରୀମାନେ ଶପଥ […]

BJP

Hemant Lenka
  • Published: Wednesday, 07 July 2021
  • , Updated: 07 July 2021, 01:29 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଟିମ୍‌ରେ ୨୦ ଜଣ ନୂଆ ସଦସ୍ୟ ସାମିଲ ହେବା ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଛି। ଯେଉଁମାନେ ମନ୍ତ୍ରୀ ପଦ ପାଇବେ, ସେମାନେ ଆଜି ମୋଦିଙ୍କ ବାସଭବନକୁ ଆସି ବୈଠକ କରିଛନ୍ତି। ଏମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଠାରୁ ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରହିଛନ୍ତି।

ସେହିପରି ୩ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି ସହ କ୍ୟାବିନେଟ ପାହ୍ୟା ମଧ୍ୟ ମିଳିବ। ଆଜି ସନ୍ଧ୍ୟା ୬ଟାରେ ନୂଆ ମନ୍ତ୍ରୀମାନେ ଶପଥ ନେବେ। ଏ ସମ୍ପର୍କରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେପଟେ ମୋଦିଙ୍କ ଟିମ୍‌ରୁ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଓ ବିଜେପିର ବେଙ୍ଗଲ ସାଂସଦ ଦେବଶ୍ରୀ ଚୌଧୁରୀ ବାଦ ପଡ଼ିବେ। କିଛି ଦିନ ତଳେ ପୋଖରିୟାଲ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ସେ କରୋନା ଜନିତ ଜଟିଳତାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ସେ ମୋଦିଙ୍କ କ୍ୟାବିନେଟରେ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଏହି କାରଣରୁ ତାଙ୍କୁ କ୍ୟାବିନେଟରୁ ବାଦ୍‌ ଦେବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଦେବଶ୍ରୀ ଚୌଧୁରୀ ଶିଶୁ, ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ ଭାବେ ମୋଦି ୨.୦ ସରକାରରେ କାମ କରୁଥିଲେ। କିନ୍ତୁ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରିବାକୁ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। କ’ଣ ପାଇଁ ତାଙ୍କୁ ମନ୍ତ୍ରୀ ପଦରୁ ବାଦ ଦିଆଯାଉଛି, ତା’ର କାରଣ ଜଣାପଡ଼ିନି।

Related story