କାନପୁର: ଏକ ଅପରାଧିକ ଖବର ପାଇ ତଦନ୍ତ କରିବାକୁ ଯାଇଥିବା ପୁଲିସ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛି। ଗାଁ ଲେକେ ଘେରି ଯାଇ ପୁଲିସକୁ ନିର୍ଦ୍ଧୁମ ପିଟିଛନ୍ତି। ଗ୍ରାମବାସୀଙ୍କ ମାଡ଼ରେ ପୁଲିସ ଲହୁଲୁହାଣ ହୋଇଛି। ଉତ୍ତରପ୍ରଦେଶର କାନପୁରରେ ଏଭଳି ଏକ ଅଭାବନୀୟ ଘଟଣା। ଘଟିଛି। ପୁଲିସକୁ ମାଡ଼ ମାରିବା ଅଭିଯୋଗରେ ୨୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ପୁଲିକୁ କେବଳ ନିର୍ଯାତନା ଦେଇ ନାହାନ୍ତି ବରଂ ସେମାନଙ୍କୁ ପଣବନ୍ଦୀ କରି ରଖିଥିଲେ।
ବାକି ପୁଲିସ ଟିମ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ପହଞ୍ଚି ଫସିଥିବା ପୁଲିସକୁ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ପରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ଆହତ ଅବସ୍ଥାରେ ହସପିଟାଲରା ଭର୍ତ୍ତି କରାଯାଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି।
ଏଏସପି ଘନଶ୍ୟାମ ଚୌରାସିଆ କହିଛନ୍ତି ଯେ, ଭୌରା ଏବଂ ଗୁଲାବପରୱା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ କଳହ ଳାଗିଥିବା ଖବର ପାଇ ଚେତକର ଏକ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଅଭିଯୁକ୍ତମାନେ ଓଲଟି ପୁଲିସ ପରେ ଆକ୍ରମଣ କରି ସେମାନଙ୍କୁ ବନ୍ଦୀ କରିଥିଲେ। ଘଟଣାର ତଦନ୍ତ କରାଯାଉଥିବା ପୁଲିସ କହିଛି।