ଖଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ, ପୁଲିସ୍‌ର ଫାଙ୍କା ଗୁଳି ଚାଳନା

ପଟିଆଲା: ପଞ୍ଜାବର ପଟିଆଲାରେ ଆୟୋଜିତ ଖଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ମାରପିଟ ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିବା ସହ ଖଣ୍ଡା ପ୍ରଦର୍ଶନ କରି ଆତଙ୍କ ସୃଷ୍ଟି କରିଛନ୍ତି। ସ୍ଥିତି ବେକାବୁ ହେବାରୁ ପୁଲିସ୍‌ ପକ୍ଷରୁ ମଧ୍ୟ ଫାଙ୍କା ଗୁଳି ଚାଳନା କରାଯାଇଛି। ଏହି ଗୋଷ୍ଠୀ ସଂଘର୍ଷରେ ଅତି କମରେ ୨ ଜଣ ଆହତ ହୋଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ […]

Patiala

Hemant Lenka
  • Published: Friday, 29 April 2022
  • , Updated: 29 April 2022, 03:23 PM IST

ପଟିଆଲା: ପଞ୍ଜାବର ପଟିଆଲାରେ ଆୟୋଜିତ ଖଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ମାରପିଟ ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିବା ସହ ଖଣ୍ଡା ପ୍ରଦର୍ଶନ କରି ଆତଙ୍କ ସୃଷ୍ଟି କରିଛନ୍ତି। ସ୍ଥିତି ବେକାବୁ ହେବାରୁ ପୁଲିସ୍‌ ପକ୍ଷରୁ ମଧ୍ୟ ଫାଙ୍କା ଗୁଳି ଚାଳନା କରାଯାଇଛି। ଏହି ଗୋଷ୍ଠୀ ସଂଘର୍ଷରେ ଅତି କମରେ ୨ ଜଣ ଆହତ ହୋଇଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ହିଂସାକାରୀଙ୍କୁ ଛଡ଼ା ଯିବନି ବୋଲି ଚେତାବାନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି, “ପଟିଆଲାରେ ଘଟିଥିବା ହିଂସାକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଁ ବ୍ୟକ୍ତିଗତ ଭାବେ ଡିଜିପିଙ୍କ ସହ କଥା ହୋଇଛି ଓ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଫେରିଛି। ଆମେ ସ୍ଥିତି ଉପରେ ନଜର ରଖିଛି ଓ ବିଶୃଙ୍ଖଳା ପାଇଁ କାହାକୁ ବି ଅନୁମତି ଦିଆଯିବନି। ପଞ୍ଜାବର ଶାନ୍ତି ଓ ସୌହାର୍ଦ୍ଦ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।”

ଜିଲ୍ଲା ପ୍ରଶାସନ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଶାନ୍ତି ବଜାୟୀ ରଖିବାକୁ ନିବେଦନ କରିଛନ୍ତି। ଏଥିସହ ଦୁଇ ଗୋଷ୍ଠୀଙ୍କୁ ଆଲୋଚନା ମାଧ୍ୟମରେ ସମସ୍ତ ପ୍ରକାରର ବିବାଦ ଓ ଭୁଲ ବୁଝାମଣାର ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।


ମିଳିଥିବା ସୂଚନା ଅନୁଯାୟୀ, ଆଜି ନିଜକୁ ଶିବସେନାର କର୍ମୀ କହୁଥିବା ଗୋଟିଏ ଗୋଷ୍ଠୀ ଖଲିସ୍ତାନୀ ବିରୋଧୀ ଶୋଭାଯାତ୍ରା ଆୟୋଜନ କରିଥିଲା। ଏଥିପାଇଁ ଅନୁମତି ନଥିଲେ ମଧ୍ୟ ଉକ୍ତ ଗୋଷ୍ଠୀର କର୍ମୀମାନେ ବିଶାଳ ଶୋଭାଯାତ୍ରା କରିବା ସହ ଖଲିସ୍ତାନ ବିରୋଧୀ ନାରାବାଜୀ କରିଥିଲେ। ଏହି ସମୟରେ ପଟିଆଲାର କାଳୀ ମନ୍ଦିର ନିକଟରେ ଗୋଟିଏ ଶିଖ ଗୋଷ୍ଠୀ ଏହାକୁ ବିରୋଧ କରିଥିଲା। ଏହି ଶିଖ୍ ଗୋଷ୍ଠୀ ଖଲିସ୍ତାନର ସପକ୍ଷବାଦୀ ବୋଲି କୁହାଯାଉଛି। ଏହି ବିରୋଧ ଯୋଗୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା।

ସ୍ଥିତି ଏପରି ହୋଇଥିଲା ଯେ ଦୁଇ ଗୋଷ୍ଠୀ ପରସ୍ପରକୁ ପଥାର ମାଡ଼ କରିଥିଲେ। ପୁଲିସ୍ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ଶେଷରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍ ଫାଙ୍କା ଗୁଳି ଚାଳନା କରିଥିଲା। ତଥାପି ଦୁଇ ଗୋଷ୍ଠୀର ସଦସ୍ୟମାନେ ସର୍ବସମ୍ମୁଖରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ। ସ୍ଥିତିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Related story