୨ କ୍ୱିଣ୍ଟାଲ ଜିଲାପୀ ଓ ୧୦୦୦ରୁ ଅଧିକ ସିଙ୍ଗଡା ଜବତ କଲା ପୁଲିସ

ଉନ୍ନାଓ: ନିର୍ବାଚନ ପ୍ରଚାର ବେଳେ ଭୋଟରଙ୍କୁ ମନେଇବାକୁ ନେତାମାନେ ଅନେକ ଉପାୟ ଆପଣାନ୍ତି। ଯଦିଓ ସାରା ଦେଶର ନଜର ପଶ୍ଚିମବଙ୍ଗ ସମେତ ତିନି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ରହିଛି; ହେଲେ ଏଥିରୁ ବାଦ ପଡ଼ିନି ଉତ୍ତର ପ୍ରଦେଶର ପଞ୍ଚାୟତ ନିର୍ବାଚନ। ଯେଉଁଠି ଏକ ଅଜବ କାରନାମା ସାମ୍ନାକୁ ଆସିଛି। ଅନେକ ସ୍ଥାନରେ ଭୋଟରଙ୍କ ମାନଭଞ୍ଜନ ପାଇଁ ମଦ, ମାଂସ, ପଇସା କାରବାର ଚାଲିଥିବା ବେଳେ ଉନ୍ନାଓରୁ ଜବତ ହୋଇଛି ୨ କ୍ୱିଣ୍ଟାଲ […]

up-panchayat-election

Subhransu Sekhar
  • Published: Sunday, 11 April 2021
  • , Updated: 11 April 2021, 07:34 PM IST

ଉନ୍ନାଓ: ନିର୍ବାଚନ ପ୍ରଚାର ବେଳେ ଭୋଟରଙ୍କୁ ମନେଇବାକୁ ନେତାମାନେ ଅନେକ ଉପାୟ ଆପଣାନ୍ତି। ଯଦିଓ ସାରା ଦେଶର ନଜର ପଶ୍ଚିମବଙ୍ଗ ସମେତ ତିନି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ରହିଛି; ହେଲେ ଏଥିରୁ ବାଦ ପଡ଼ିନି ଉତ୍ତର ପ୍ରଦେଶର ପଞ୍ଚାୟତ ନିର୍ବାଚନ। ଯେଉଁଠି ଏକ ଅଜବ କାରନାମା ସାମ୍ନାକୁ ଆସିଛି।

ଅନେକ ସ୍ଥାନରେ ଭୋଟରଙ୍କ ମାନଭଞ୍ଜନ ପାଇଁ ମଦ, ମାଂସ, ପଇସା କାରବାର ଚାଲିଥିବା ବେଳେ ଉନ୍ନାଓରୁ ଜବତ ହୋଇଛି ୨ କ୍ୱିଣ୍ଟାଲ ଜିଲାପୀ ଓ ୧୦୫୦ ସିଙ୍ଗଡ଼ା। ପଞ୍ଚାୟତ ନିର୍ବାଚନରେ ଜଣେ ପ୍ରାର୍ଥୀ ଏହିସବୁ ଖାଦ୍ୟ ସାମଗ୍ରୀ ଲୋକଙ୍କୁ ବାଣ୍ଟିବାକୁ ଯୋଜନା କରିଥିଲେ। ହେଲେ ପୁଲିସ ପ୍ରଶାସନ ଖାଦ୍ୟ ସାମଗ୍ରୀ ତିଆରି ହେଉଥିବା ସ୍ଥାନରେ ରେଡ୍ କରି ଏହି ସବୁ ଜବତ କରିଛି। ପୁଲିସ ଏହିସବୁ ଖାଦ୍ୟ ସାମଗ୍ରୀକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ, କୋଭିଡ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ଜବତ କରିଛି। ଏଥିସହ ୧୦ ଜଣଙ୍କୁ ଗିରଫ କରିଛି।

https://twitter.com/ANINewsUP/status/1380970050320928768?s=20

ଉନ୍ନାଓ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଜବତ ହୋଇଥିବା ସିଙ୍ଗଡା ଏବଂ ଜିଲାପୀ ପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ପ୍ରଶାସନ କରୋନା ନିୟମ ଉଲ୍ଲଂଘନ ସହିତ ଆଚରଣ ବିଧି ଉଲ୍ଲଂଘନ ମାମଲା ରୁଜୁ କରିଛି।

ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ମଦ କାରବାର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମିଳିତ ଅପରେସନର ଅଂଶ ଭାବରେ ପଶ୍ଚିମ ୟୁପି ଏସଟିଏଫ ଏବଂ ଦାଦ୍ରି ଥାନା ଶୁକ୍ରବାର ରାତିରେ ଲକ୍ଷ ଲକ୍ଷ ଟଙ୍କାର ମଦ ଜବତ କରିଛି। ହରିଆଣାରେ ନିର୍ମିତ ଏହି ୩୧୯ ପେଟି ମଦର ମୂଲ୍ୟ ୨୫ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି। ଏହି ମାମଲାରେ ପୁଲିସ ୫ ବେଆଇନ ଚୋରା ମଦ ଚାଲାଣକାରୀଙ୍କୁ ଗିରଫ କରିଛି।

Related story