କଣ୍ଟା ଓ ତାର ବାଡ଼ ପରେ ଚାଷୀଙ୍କ ପାଇଁ ରାସ୍ତାରେ ଜାଲି ବାନ୍ଧିଲା ପୁଲିସ୍‌

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବାଟ ଓଗାଳିବା ପାଇଁ ଦିଲ୍ଲୀ ପୁଲିସ୍‌ ଅଭେଦ୍ୟ ଦୁର୍ଗ ପ୍ରସ୍ତୁତ କରିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ ସୀମାରେ ଅସ୍ଥାୟୀ କଙ୍କ୍ରିଟ ବ୍ୟାରିକେଡ, ରାସ୍ତାର ଲୁହାର କଣ୍ଟା ଓ ତାର ବାଡ଼ ଭଳି ୧୨ ଥାକିଆ ବ୍ୟାରିକେଡ ବ୍ୟବସ୍ଥା କରିଥିବା ପୁଲିସ୍‌ ଏବେ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଚାଷୀମାନେ ଆନ୍ଦୋଳନ ବେଳେ ଯେମିତି ପଥର ମାଡ଼ ନ କରି ପାରିବେ, ସେଥିପାଇଁ ଦିଲ୍ଲୀ ପୁଲିସ ଟିକ୍‌ରି […]

dr

Hemant Lenka
  • Published: Wednesday, 03 February 2021
  • , Updated: 03 February 2021, 09:00 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବାଟ ଓଗାଳିବା ପାଇଁ ଦିଲ୍ଲୀ ପୁଲିସ୍‌ ଅଭେଦ୍ୟ ଦୁର୍ଗ ପ୍ରସ୍ତୁତ କରିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ ସୀମାରେ ଅସ୍ଥାୟୀ କଙ୍କ୍ରିଟ ବ୍ୟାରିକେଡ, ରାସ୍ତାର ଲୁହାର କଣ୍ଟା ଓ ତାର ବାଡ଼ ଭଳି ୧୨ ଥାକିଆ ବ୍ୟାରିକେଡ ବ୍ୟବସ୍ଥା କରିଥିବା ପୁଲିସ୍‌ ଏବେ ଆଉ ଏକ ବଡ଼ ପଦକ୍ଷେପ ନେଇଛି।

ଚାଷୀମାନେ ଆନ୍ଦୋଳନ ବେଳେ ଯେମିତି ପଥର ମାଡ଼ ନ କରି ପାରିବେ, ସେଥିପାଇଁ ଦିଲ୍ଲୀ ପୁଲିସ ଟିକ୍‌ରି ସୀମାରେ ଜାଲି ବାନ୍ଧିବା ଆରମ୍ଭ କରିଛି। ଜାନୁଆରୀ ୨୬ ଟ୍ରାକ୍ଟର ରାଲି ବେଳେ ଯେଉଁ ଅଘଟଣ ଘଟିଥିଲା, ତା’ର ପୁନରାବୃତ୍ତି ଯେମିତି ନ ହେବ, ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଟିକରି ସୀମାରେ ଥିବା ଗୋଟିଏ ମେଟ୍ରୋ ପିଲାର୍‌ରେ ଜାଲି ଟାଙ୍ଗୁଥିବା ଜଣେ ଶ୍ରମିକ କହିଛନ୍ତି, ଏହି ଜାଲି ଗୁଡ଼ିକ ଗଲ୍ଫ, ଟେନିସ ଓ ଅନ୍ୟ କ୍ରୀଡ଼ା ଅନୁଷ୍ଠିତ ହେଉଥିବା ଷ୍ଟାଡିୟମରେ ଲଗାଯାଏ। ବଲ୍‌ ଯେମିତି ବାହାରକୁ ନ ଯିବ, ସେଥିପାଇଁ ଏଭଳି ଜାଲି ବ୍ୟବସ୍ଥା ହୁଏ। ଏଠାରେ ପଥର ମାଡ଼କୁ ରୋକିବା ପାଇଁ ଜାଲି ବନ୍ଧା ଯାଉଛି ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ପୂର୍ବଭଳି ଚାଷୀମାନେ ଆନ୍ଦୋଳନ କରୁଥିବା ଗାଜିପୁର, ଟିକରି ଓ ସିଙ୍ଘୁ ସୀମାରେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଦିଲ୍ଲୀ ପୁଲିସ୍‌ ସହ ବିଏସଏଫ ଯବାନ, ସଶସ୍ତ୍ର ସୀମା ବଳ, ସିଆଇଏସଏଫ, ସିଆରପିଏଫ ଓ ଦଙ୍ଗା ନିୟନ୍ତ୍ରଣକାରୀ ସ୍ୱତନ୍ତ୍ର ରାପିଡ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ଆନ୍ଦୋଳନ ସ୍ଥଳର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

Related story