ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କୁ ଟାର୍ଗେଟ କଲେ ଟିଏମସି ଏମପି କଲ୍ୟାଣ ବାନାର୍ଜୀ। ତ୍ରୁଣମୂଳ କଂଗ୍ରେସ(ଟିଏମସି) ପକ୍ଷରୁ ନିର୍ବାଚନ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ପ୍ରଶାନ୍ତ କିଶୋରଙ୍କୁ ଜଣେ ଠିକାଦାର ବୋଲି କହିଛନ୍ତି କଲ୍ୟାଣ ବାନାର୍ଜୀ। ଟିଏମସି ଏମପି କହିଛନ୍ତି ଯେ, ଏକ ରାଜନୈତିକ ଦଳ ରାଜନୈତିକଦଳ ଭଳି ଚାଲିବା ଉଚିତ୍। ଏହା କୌଣସି ଠିକାଦାରୀ ପ୍ରକ୍ରିୟାରେ ଚାଲିବା ଉଚିତ୍ ନୁହେଁ। ମୁଁ ଗୋଟିଏ ଅଞ୍ଚଳରୁ ଏମପି ଅଛି। ହେଲେ ମ୍ୟୁନ୍ସିପାଲ କର୍ପୋରେସନର ବୋର୍ଡ଼ ପରିଚାଳନା ନିଯୁକ୍ତିରେ କେବେ କିଛି ପଚାରାଯାରଏନି। କିନ୍ତୁ ଉକ୍ତ ବୋର୍ଡ଼ରେ ଆଇ-ପିଏସି( ଇଣ୍ଡିଆନ୍ ପଳଟିକାଲ ଆକ୍ସନ୍ କମିଟି) ପକ୍ଷରୁ ଅନେକ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ଏକ ବିଚିତ୍ର କାରନାମା।
ତ୍ରୁଣମୂଳ କଂଗ୍ରେସର ବିଜୟ ପଛରେ ପ୍ରଶାନ୍ତ କିଶୋରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘ଦୁଆରେ ସର୍କାର ସ୍କିମ ଏବଂ ବାଙ୍ଗଲା ନିଜେର ମେକେଇ ଚାୟେ’ ଭଳି ପ୍ରଶାନ୍ତ କଶୋରଙ୍କ ସ୍ଲୋଗାନ ନିର୍ବାଚନ ପ୍ରଚାର ବେଳେ ମାଷ୍ଟର ଷ୍ଟ୍ରୋକ୍ ଭଳି କାମ କରିଥିଲା। ପ୍ରଶାନ୍ତ କିଶୋରଙ୍କ ନିର୍ବାଚନୀ ପ୍ରଚାର ରଣନୀତି ଟିଏମସିକୁ ଜବରଦସ୍ତ ଫାଇଦା ପହଞ୍ଚାଇ ଥିଲା। ଧରାଶାୟୀ ହୋଇଥିଲେ ବିରୋଧି।
ପ୍ରଶାନ୍ତ କିଶୋରଙ୍କ ରାଜନୀତି ଗେମ ପ୍ଲାନ୍ ପଶ୍ଚିମବଙ୍ଗରେ ଟିଏମସିଙ୍କୁ ପୁଣି ଥରେ କ୍ଷମତାସୀନ କରିବାରେ ସଫଳ ହୋଇଥିଲା। ସେହିପରି ପ୍ରଶାନ୍ତ କିଶୋର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ପରାମର୍ଶଦାତା ଅଛନ୍ତି। ତେବେ ପ୍ରଶାନ୍ତ କିଶୋରଙ୍କୁ ନେଇ ଟିଏମସି ଏବେ ଝଡ଼ ସୃଷ୍ଟି ହୋଇଛି।