ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଲେ ପୂଜା ଭଟ୍ଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତେଲେଙ୍ଗାନାର ହାଇଦ୍ରାବାଦରୁ ଭାରତ ଯୋଡୋ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଆଜି ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ପୂଜା ଭଟ୍ଟ ସାମିଲ ହୋଇଥିଲେ। ଏହି ପଦଯାତ୍ରା ବେଳେ ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଥିଲେ ପୂଜା। ଯାହାର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାହୁଲ ଗାନ୍ଧି ଓ ପୂଜା ଭଟ୍ଟଙ୍କ ଫଟୋ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରେ କ୍ୟାପସନ ରହିଛି କି ପ୍ରତ୍ୟେକ ଦିନ ଦେଶକୁ ଭଲ ପାଉଥିବା ଲୋକ ରାହୁଲଙ୍କ ସହ ଯୋଡି ହେଉଛନ୍ତି ।

ଅଭିନେତ୍ରୀ ପୂଜା ଭଟ୍ଟ ସବୁବେଳେ ସୋସିଆଲ ମିଡିଆରେ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ମତ ଦେଇଥାନ୍ତି। ପୂଜା ଭଟ୍ଟ ୧୯୮୯ ମସିହାରେ ବଲିଉଡରେ ପ୍ରବେଶ କରିଥିଲେ। ଏହାସହ ସେ ଜଣେ ସିନେ ପ୍ରଯୋଜକ।

ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିବା ପୂଜା ଭଟ୍ଟ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ। ପୂଜ ଏହି ଯାତ୍ରାରେ ସାମିଲ ହୋଇ ରାହୁଲ ଗାନ୍ଧିଙ୍କ ସହ ୧୦.୫ କିଲୋମିଟର ଯାଏଁ ପଦଯାତ୍ରା କରିଥିଲେ। ଏଥିସହ ରାହୁଲଙ୍କ ସହ ଅନେକ ବିଷୟରେ ସେ ଆଲୋଚନା ମଧ୍ୟ କରିଥିଲେ।

ଭାରତ ଯୋଡ ଯାତ୍ରାର ଆଜି ୫୬ ତମ ଦିନ। ଏହି ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଗତକାଲି ହାଇଦ୍ରାବାଦରେ ରାହୁଲ ଗାନ୍ଧିଙ୍କର ଏହି ପଦଯାତ୍ରାରେ ରୋହିତ ଭେମୁଲାଙ୍କ ମା ଯୋଗ ଦେଇଥିଲେ। ସେ ରାହୁଲଙ୍କ ସହ କିଛି ବାଟ ଚାଲିବା ବେଳେ କହିଥିଲେ କି ଦେଶରେ ବଢୁଥିବା ଭେଦଭାବକୁ କେବଳ କଂଗ୍ରେସ ହିଁ ଦୂରେଇ ପାରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।