ହ୍ୱାଟସଆପ୍‌ରେ ସେରମ ସିଇଓଙ୍କ ଫଟୋ ଲଗାଇ ଲୁଟି ନେଲେ ୧ କୋଟି

ପୁଣେ: ମହାମାରୀ କରୋନା ଠାରୁ ବିଭିନ୍ନ ସଂକ୍ରାମକ ରୋଗ ବିରୋଧରେ ଟିକା ବାହାର କରିଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲାଙ୍କ ଫଟୋ ବ୍ୟବହାର କରି ଠକେଇ। ୭ ଜଣ ଲୋକ ପୁନାୱାଲାଙ୍କ ଫଟୋ ହ୍ୱାଟସଆପ୍‌ରେ ବ୍ୟବହାର କରି ଜଣଙ୍କ ଦ୍ୱାରା ଏକାଧିକ ଆକାଉଣ୍ଟକୁ ୧.୦୧ କୋଟି ଟଙ୍କା ପଠାଇ ଠକେଇ କରିଛନ୍ତି। ଏହି ଘଟଣାରେ ପୁଣେ ପୁଲିସ ୭ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ବୁନ୍ଦଗାର୍ଡେନ ପୁଲିସ୍‌ […]

adar

  • Published: Friday, 25 November 2022
  • , Updated: 25 November 2022, 07:32 PM IST

ପୁଣେ: ମହାମାରୀ କରୋନା ଠାରୁ ବିଭିନ୍ନ ସଂକ୍ରାମକ ରୋଗ ବିରୋଧରେ ଟିକା ବାହାର କରିଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲାଙ୍କ ଫଟୋ ବ୍ୟବହାର କରି ଠକେଇ। ୭ ଜଣ ଲୋକ ପୁନାୱାଲାଙ୍କ ଫଟୋ ହ୍ୱାଟସଆପ୍‌ରେ ବ୍ୟବହାର କରି ଜଣଙ୍କ ଦ୍ୱାରା ଏକାଧିକ ଆକାଉଣ୍ଟକୁ ୧.୦୧ କୋଟି ଟଙ୍କା ପଠାଇ ଠକେଇ କରିଛନ୍ତି। ଏହି ଘଟଣାରେ ପୁଣେ ପୁଲିସ ୭ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ବୁନ୍ଦଗାର୍ଡେନ ପୁଲିସ୍‌ ଷ୍ଟେସନରେ ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଅଭିଯୁକ୍ତମାନେ ଗୋଟିଏ ହ୍ୱାଟସଆପ୍‌ ଆକାଉଣ୍ଟରେ ପୁନାୱାଲାଙ୍କ ଫଟୋ ବ୍ୟବହାର କରିଥିଲେ। ଏହି ଆକାଉଣ୍ଟ ବ୍ୟବହାର କରି ସେମାନେ ଟିକା ଉତ୍ପାଦନ କମ୍ପାନୀର ନିର୍ଦ୍ଦେଶକ ସତୀଶ ଦେଶପାଣ୍ଡେଙ୍କୁ ଟଙ୍କା ଟ୍ରାନ୍ସଫର ପାଇଁ ମେସେଜ କରିଥିଲେ।

ମେସେଜ ପାଇବା ପରେ ସତୀଶ ଦେଶପାଣ୍ଡେ କମ୍ପାନୀ ଫଣ୍ଡରୁ ୧.୦୧ କୋଟି ଟଙ୍କା ହ୍ୱାଟସଆପ୍‌ରେ ଥିବା ୮ଟି ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ପୁନାୱାଲାଙ୍କ ଫଟୋ ଥିବାରୁ ସେ ଏହି ମେସେଜ ଅନୁସାରେ କାମ କରିଥିଲେ।

ତେବେ ପରବର୍ତ୍ତୀ ଅବସ୍ଥାରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପୁଲିସ୍‌ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ଜୋନ ୨ର ଡେପୁଟି କମିଶନର ଅଫ ପୁଲିସ୍‌ ସମର୍ଥନ ପାଟିଲ କହିଛନ୍ତି, ହ୍ୱାଟସଆପ୍‌ରେ ଥିବା ୮ଟି ଆକାଉଣ୍ଟ ୮ ଜଣ ବ୍ୟକ୍ତିଙ୍କର। ସେମାନଙ୍କୁ ମଧ୍ୟରୁ ୭ ଜଣଙ୍କୁ ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି।

ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଖୋଜୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ୮ଟି ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୪୦ ଜଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା। ସେ ସବୁ ଆକାଉଣ୍ଟକୁ ସିଜ୍‌ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ୍‌ ଏହି ସବୁ ଆକାଉଣ୍ଟରୁ ମୋଟ ୧୩ ଲକ୍ଷ ଟଙ୍କା ଜବତ ହୋଇଛି।

ଅଭିଯୁକ୍ତମାନେ ବି.ଟେକ ଓ ବି.ଏସି ଗ୍ରାଜ୍ୟୁଏଟ। ସେମାନଙ୍କ ଘର ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ। ଗିରଫ ୭ ଜଣଙ୍କ ମଧ୍ୟରୁ ଜଣେ ଗୋଟିଏ ବ୍ୟବସାୟିକ ବ୍ୟାଙ୍କରେ କାମ ମଧ୍ୟ କରୁଥିଲା ବୋଲି ଡିସିପି ପାଟିଲ କହିଛନ୍ତି।

Related story