ସୋନିଆ ଦେବେ ଲୋଭନୀୟ ଅଫର, ଅଣ ଏନଡିଏ ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବେ ପିକେ

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କ ପ୍ରସ୍ତାବ ଉପରେ ମାରାଥନ ବୈଠକ ଓ ବରିଷ୍ଠ ନେତାଙ୍କ ମତାମତା ନେବା ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ତାଙ୍କ ଆଗାମୀ ରଣନୀତି ପ୍ରସ୍ତୁତ କରିଛନ୍ତି। ବିପର୍ଯ୍ୟୟ ମଧ୍ୟରେ ଥିବା କଂଗ୍ରେସକୁ ଉଦ୍ଧାର କରିବା ପାଇଁ ପିକେଙ୍କୁ ସୋନିଆ ଦଳରେ ମିଶାଇବୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହା ଉପରେ ମୋହର ମାରିବା ପୂର୍ବରୁ ସୋନିଆ ପୁଣିଥରେ ପିକେଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ। ଏହି ସମୟରେ […]

sonia

Hemant Lenka
  • Published: Thursday, 21 April 2022
  • , Updated: 21 April 2022, 06:00 PM IST

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କ ପ୍ରସ୍ତାବ ଉପରେ ମାରାଥନ ବୈଠକ ଓ ବରିଷ୍ଠ ନେତାଙ୍କ ମତାମତା ନେବା ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ତାଙ୍କ ଆଗାମୀ ରଣନୀତି ପ୍ରସ୍ତୁତ କରିଛନ୍ତି। ବିପର୍ଯ୍ୟୟ ମଧ୍ୟରେ ଥିବା କଂଗ୍ରେସକୁ ଉଦ୍ଧାର କରିବା ପାଇଁ ପିକେଙ୍କୁ ସୋନିଆ ଦଳରେ ମିଶାଇବୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହା ଉପରେ ମୋହର ମାରିବା ପୂର୍ବରୁ ସୋନିଆ ପୁଣିଥରେ ପିକେଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ। ଏହି ସମୟରେ ତାଙ୍କୁ ଦଳକୁ ଆଣିବା ପାଇଁ ସୋନିଆ କିଛି ଲୋଭନୀୟ ଅଫର ମଧ୍ୟ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ପିକେଙ୍କୁ ଦଳକୁ ନେବା ପାଇଁ ସୋନିଆ ଏବେ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛନ୍ତି। ହେଲେ ପିକେ ଏ ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି। ସମ୍ଭବତଃ କଂଗ୍ରେସର ହାତ ଧରିବା ପାଇଁ ପିକେ ଆଉ କିଛି ସମୟ ନେଇପାରନ୍ତି। କଂଗ୍ରେସର ପ୍ରସ୍ତାବ ଉପରେ ରାଜି ହେବା ପୂର୍ବରୁ ପିକେ ଅଣ ଏନଡିଏ ମୁଖ୍ୟମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ।

ଏମାନଙ୍କ ମଧ୍ୟରେ ମମତା ବାନାର୍ଜୀ, ଏମକେ ଷ୍ଟାଲିନ, ଜଗନ ମୋହନ ରେଡ୍ଡୀ, ଉଦ୍ଧବ ଠାକରେ ଓ କେ ଚନ୍ଦ୍ରଶେଖର ରାଓ ରହିଛନ୍ତି। ଏମାନଙ୍କ ବ୍ୟତୀତ ବ୍ୟକ୍ତିଗତ ସମ୍ପର୍କ ରଖିଥିବା ଆଉ କିଛି ତୁଙ୍ଗ ନେତାଙ୍କୁ ମଧ୍ୟ ପିକେ ଭେଟିବାର କାର୍ଯ୍ୟକ୍ରମ ରହିଛି। ୧୦୦ରୁ ଅଧିକ ଲୋକସଭା ଆସନ ଉପରେ ନିୟନ୍ତ୍ରଣ ହାସଲ କରି ତଦନୁସାରେ ରଣନୀତି ପ୍ରସ୍ତୁତ କରିବାକୁ ମୁଡରେ ରହିଛନ୍ତି ପ୍ରଶାନ୍ତ କିଶୋର।

ଅଣ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାରୁ ସେ ୨୦୨୪ ସାଧାରଣ ନିର୍ବାଚନରେ ଏଥିରୁ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି। ତେଣୁ କଂଗ୍ରେସରେ ମିଶିବା ପୂର୍ବରୁ ପିକେ ଅଣ ଏନଡିଏ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠ କରିବେ।

ବିଗତ କିଛି ଦିନ ହେଲା ପ୍ରଶାନ୍ତ କିଶୋର ନିୟମିତ ଭାବେ ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ପି ଚଦାମ୍ବରମ, ଦିଗବିଜୟ ସିଂହ, କମଲ ନାଥ, ମୁକୁଲ ୱାସନିକ, ଅଜୟ ମାକେନ, ଅମ୍ବିକା ସୋନି, ଏକେ ଆଣ୍ଟୋନୀ, ମଲ୍ଲିକାର୍ଜୁନ ଖାଡଗେ, ଅଶୋକ ଗେହଲଟ, ଭୂପେଶ ବାଘେଲ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ନିଜର ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି।

୨୦୨୪ ସାଧାରଣ ନିର୍ବାଚନର ରଣନୀତି ଓ ସାଂଗଠନିକ ପୁର୍ନଗଠନ ହିଁ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ରହିଥିଲା। ଆଲୋଚନା ବେଳେ କଂଗ୍ରେସ ନେତାମାନେ ତାଙ୍କୁ ରଣନୀତି ପ୍ରସ୍ତୁତ କରିବା ପରିବର୍ତ୍ତେ ଦଳରେ ସାମିଲ ହୋଇ କାମ କରନ୍ତୁ ବୋଲି କହିଛନ୍ତି। ଏହାପରେ ସେ ଦଳରେ ମିଶିବା ପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି।

କିଛି ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ କଂଗ୍ରେସର ନଂ ୨ ସ୍ଥାନ ପ୍ରଶାନ୍ତ କିଶୋର ନେବାକୁ ଚାହୁଁଛନ୍ତି। ହେଲେ ଏହି ଖବରକୁ କଂଗ୍ରେସ ସୂତ୍ରରୁ ଖଣ୍ଡନ କରାଯାଇଛି। ତଥାପି ସୋନିଆ ୱାନ ଟୁ ୱାନ ଆଲୋଚନା କରିବା ବେଳେ ପିକେଙ୍କୁ ଦଳରେ କିଛି ଲୋଭନୀୟ ପଦପଦବୀର ଅଫର କରିପାରନ୍ତି। ଏହାଦ୍ୱାରା ସେ ସିଧାସଳଖ ଗାନ୍ଧି ପରିବାର ସହ ଜଡ଼ିତ ହୋଇ ସବୁ କିଛି ରଣନୀତି ପ୍ରସ୍ତୁତ କରିପାରିବେ।

Related story