୪ମାସର ଗର୍ଭବତୀ, ତଥାପି ରୋଜା ରଖି କରୋନା ରୋଗୀଙ୍କ ସେବା କରୁଛନ୍ତି ଏହି ନର୍ସ

ସୁରତ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ହସ୍ପିଟାଲରେ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କରୋନା ସଂକ୍ରମଣ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ହେଲେ ଏଭଳି ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ କଥା ଚିନ୍ତା ନ କରି କରୋନା ଆକ୍ରାନ୍ତଙ୍କ ସେବା କରୁଛନ୍ତି। ଅନେକ ଘାତ ପ୍ରତିଘାତ ମଧ୍ୟରେ ବି ସେମାନେ ନିଜର ମାନବିକତା ଭୁଲି ନାହାନ୍ତି। […]

Nancy-Ayeza-Mistry

Hemant Lenka
  • Published: Saturday, 24 April 2021
  • , Updated: 24 April 2021, 05:58 PM IST

ସୁରତ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ହସ୍ପିଟାଲରେ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କରୋନା ସଂକ୍ରମଣ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ହେଲେ ଏଭଳି ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ କଥା ଚିନ୍ତା ନ କରି କରୋନା ଆକ୍ରାନ୍ତଙ୍କ ସେବା କରୁଛନ୍ତି।

ଅନେକ ଘାତ ପ୍ରତିଘାତ ମଧ୍ୟରେ ବି ସେମାନେ ନିଜର ମାନବିକତା ଭୁଲି ନାହାନ୍ତି। ଏପରି ଏକ ଘଟଣା ଗୁଜରାଟରୁ ଆସିଛି। ଏଠାରେ ଜଣେ ୪ ମାସର ଗର୍ଭବତୀ ନର୍ସ କ୍ରମାଗତ ଭାବେ କରୋନା ରୋଗୀଙ୍କ ସେବା କରିବାରେ କରୁଛନ୍ତି। ଏପରି କି ସେ ରମଜାନ ମାସ ଚାଲିଥିବାରୁ ଦିନ ସାରା ଉପବାସ ରହି ରୋଜା ମଧ୍ୟ ପାଳନ କରୁଛନ୍ତି। ଏହାସତ୍ତ୍ୱେ ସେ ରୋଗୀଙ୍କ ସେବା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ସୂଚନା ଅନୁସାରେ ସୁରତର ଗୋଟିଏ କୋଭିଡ୍‌ କେୟାର ହସ୍ପିଟାଲ୍‌ରେ ନର୍ସ ଭାବେ କାମ କରୁଛନ୍ତି ନାନସୀ ଆୟେଜା ମିସ୍ତ୍ରୀ। ସେ ଏବେ ୪ ମାସ ଗର୍ଭବତୀ ଅଛନ୍ତି। ଏହାସତ୍ତ୍ୱେ ସେ କୋଭିଡ କେୟାର ସେଣ୍ଟରରେ ଲଗାତାର ଡ୍ୟୁଟି କରିଚାଲିଛନ୍ତି। ବର୍ତ୍ତମାନ ପବିତ୍ର ରମଜାନ ମାସ ଚାଲିଛି।

ଏହି ସମୟରେ ଗର୍ଭବତୀ ଥିବା ନାନସୀ ଆୟେଜ ନିଜ ଧର୍ମର ପାଳନ କରିବା ପାଇଁ ଦିନ ସାରା ଉପବାସ କରୁଛନ୍ତି। ସେ ରୋଜା ରଖିଥିବାରୁ ପାଣି କି ଖାଦ୍ୟ ଗ୍ରହଣ କରୁନାହାନ୍ତି। ତଥାପି ସେ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି। ଦୈନିକ ୮ରୁ ୧୦ ଘଣ୍ଟା ସେ ସୁରତରେ ଥିବା ଅଟଳ କୋଭିଡ-୧୯ ସେଣ୍ଟର୍‌ରେ ଡ୍ୟୁଟି କରୁଛନ୍ତି।

ସେ କରୋନା ରୋଗୀଙ୍କ ସେବା କରୁଥିବାରୁ ତାଙ୍କ ପ୍ରତି ଓ ତାଙ୍କ ଛୁଆ ପ୍ରତି ସଂକ୍ରମଣର ଭୟ ରହିଛି। କିନ୍ତୁ ସେ ନିଜ କର୍ତ୍ତବ୍ୟରେ କେବେ ହେଲେ ମଧ୍ୟ ଅବହେଳା କରିନାହାନ୍ତି। କରୋନାର ପ୍ରଥମ ଲହର ବେଳେ ମଧ୍ୟ ନାନସୀ ଏଠାରେ ଆକ୍ରାନ୍ତଙ୍କ ସେବା କରିଥିଲେ।


ସେ କହିଛନ୍ତି, “ମୁଁ ଜଣେ ନର୍ସ ଭାବରେ ମୋର କର୍ତ୍ତବ୍ୟ କରିଚାଲିଛି। ମୁଁ ଜାଣିଛି ମୋ ପେଟରେ ଗୋଟିଏ ଛୁଆ ଅଛି। ତା’ ପ୍ରତି ବି ସଂକ୍ରମଣର ଭୟ ରହିଛି। ହେଲେ ମୋ ପାଇଁ ଡ୍ୟୁଟି ହେଉଛି ଗୁରୁତ୍ୱପୂର୍ଣ୍ଣ। ଉପରବାଲାର ଆର୍ଶୀବାଦ ଯୋଗୁ ମୁଁ ପବିତ୍ର ରମଜାନ ମାସରେ ଲୋକଙ୍କ ସେବା କରିବାର ସୁଯୋଗ ପାଇଛି। ମୋ ପାଇଁ ଲୋକଙ୍କ ସେବା ହିଁ ସବୁଠାରୁ ବଡ଼ ଇବାଦତ ବା ପ୍ରାର୍ଥନା।” ସେ କୋଭିଡ ସେଣ୍ଟର ଭିତରେ ରୋଗୀ ସେବା କରିବା ବେଳର ଫଟୋ ମଧ୍ୟ ଏଏନଆଇ ପକ୍ଷରୁ ଟ୍ୱିଟ କରାଯାଇଛି।

Related story