ପ୍ରତ୍ୟେକଙ୍କ ଦୃଷ୍ଟିକୋଣକୁ ସମ୍ମାନ ଜଣାଇ ଆଗକୁ ବଢ଼ିବାକୁ ହେବ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସମ୍ବୋଧିତ କରିଛନ୍ତି। ଦେଶବାସୀଙ୍କୁ ଅଭିବାଦନ ଜଣାଇ ସେ କହିଛନ୍ତି ଯେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ। ଦେଶ ସ୍ୱାଧୀନତା ପାଇବା ପରେ ଅନେକ ବାଟ ଅତିକ୍ରମ କରି ସାରିଛି। ଦୀର୍ଘ ୭୫ ବର୍ଷ ମଧ୍ୟରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିଛି। ଏହାରି ଭିତରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ଆସିଛି। ଏବେ ବିକାଶର ପଥରେ ଚାଲିବା ବେଳେ ଆମକୁ ସେହି […]

Ramnath-Kovind

Subhransu Sekhar
  • Published: Saturday, 14 August 2021
  • , Updated: 14 August 2021, 08:22 PM IST

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସମ୍ବୋଧିତ କରିଛନ୍ତି। ଦେଶବାସୀଙ୍କୁ ଅଭିବାଦନ ଜଣାଇ ସେ କହିଛନ୍ତି ଯେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ। ଦେଶ ସ୍ୱାଧୀନତା ପାଇବା ପରେ ଅନେକ ବାଟ ଅତିକ୍ରମ କରି ସାରିଛି। ଦୀର୍ଘ ୭୫ ବର୍ଷ ମଧ୍ୟରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିଛି। ଏହାରି ଭିତରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ଆସିଛି। ଏବେ ବିକାଶର ପଥରେ ଚାଲିବା ବେଳେ ଆମକୁ ସେହି ପ୍ରତିବନ୍ଧକକୁ ମଧ୍ୟ ଦୂର କରିବାକୁ ହେବ ଯାହା ଦେଶର ବିକାଶରେ ବାଧା ସୃଷ୍ଟି କରୁଛି। ଆମ ସମାଜରେ ବିଭିନ୍ନ ପ୍ରକାର ସମସ୍ୟା ଓ ତିକ୍ତତା ରହିଛି। କିନ୍ତୁ ବିବିଧତା ମଧ୍ୟରେ ପ୍ରତ୍ୟେକଙ୍କ ଦୃଷ୍ଟିକୋଣକୁ ସମ୍ମାନ ଜଣାଇ ଆମକୁ ଆଗକୁ ବଢ଼ିବାକୁ ହେବ।

ସେ କହିଛନ୍ତି, କରୋନା ମହାମାରୀରର ଆଶଙ୍କା ଏପର୍ଯ୍ୟନ୍ତ ଶେଷ ହୋଇନି। କିନ୍ତୁ କରୋନା ବିରୋଧରେ ଭାରତର ଲଢ଼େଇ ପ୍ରଶଂସନୀୟ। କରୋନା ଲଢେଇରେ ଭାରତ ବିଶ୍ୱରେ ମଧ୍ୟ ନିଜର ଅବଦାନ ରଖିଛି। ଦେଶରେ ଟିକାକରଣର ଗତି ବଢ଼ୁଛି। ଯାହାର ପ୍ରମାଣ ଦେଶରେ ୫୦ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଛନ୍ତି। ଟିକା ହେଉଛି ସର୍ବୋତ୍ତମ ସୁରକ୍ଷା। ତେଣୁ ସମସ୍ତ ଦେଶବାସୀଙ୍କୁ ଟିକା ନେବାକୁ ଅନୁରୋଧ କରୁଛନ୍ତି ରାଷ୍ଟ୍ରପତି। କରୋନା କାଳରେ ବୈଜ୍ଞାନିକଙ୍କ କାମ ପ୍ରଶଂସନୀୟ। କମ୍ ସମୟରେ ଟିକା ବାହାର କରିଥିବାରୁ ରାଷ୍ଟ୍ରପତି ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସକ ଏବଂ ଅନ୍ୟ କରୋନା ଯୋଦ୍ଧାମାନଙ୍କ ପାଇଁ କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇଛି। ଅନେକ କୋଭିଡ ଯୋଦ୍ଧା ପ୍ରାଣ ହରାଇଛନ୍ତି। ସେମାନଙ୍କୁ ଏହି ଅବସରରେ ମନେ ପକାଇଛନ୍ତି ରାଷ୍ଟ୍ରପତି। ତଥାପି ମହାମାରୀର ପ୍ରଭାବ ଏପର୍ଯ୍ୟନ୍ତ ଶେଷ ହୋଇନି ବୋଲି ରାଷ୍ଟ୍ରପତି କହିଛନ୍ତି।

ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି। ଅଲିମ୍ପିକ୍ସରେ ମହିଳା ଖେଳାଳିଙ୍କ ପ୍ରଦର୍ଶନ ବିକଶିତ ଭାରତର ଝଲକ। ବାପା'ମା ଝିଅଙ୍କୁ ଆଗକୁ ବଢିବା ଲାଗି ପ୍ରେରଣା ଦେବା ଉଚିତ୍ ବୋଲି ରାଷ୍ଟ୍ରପତି କହିଛନ୍ତି।

ସେହିପରି ଜଳବାୟୁ ସୁରକ୍ଷା ଉପରେ ରାଷ୍ଟ୍ରପତି କହିଛନ୍ତି, ଭାରତ କେବଳ ପ୍ୟାରିସ୍ ଜଳବାୟୁ ଚୁକ୍ତିନାମା ପାଳନ କରି ନାହିଁ ବରଂ ଜଳବାୟୁର ସୁରକ୍ଷା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିଠାରୁ ଅଧିକ ଅବଦାନ ରଖିଛି।

ଦେଶର ଗଣତନ୍ତ୍ର ସଂସଦୀୟ ବ୍ୟବସ୍ଥା ଉପରେ ଆଧାରିତ, ତେଣୁ ସଂସଦ ହେଉଛି ଆମର ଗଣତନ୍ତ୍ରର ମନ୍ଦିର। ସମସ୍ତ ଦେଶବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଆମ ଗଣତନ୍ତ୍ରର ଏହି ମନ୍ଦିର ନିକଟ ଭବିଷ୍ୟତରେ ଏକ ନୂଆ କୋଠାରେ ପ୍ରତିଷ୍ଠା ହେବାକୁ ଯାଉଛି। ସ୍ୱାଧୀନତାର ୭୫ ତମ ବାର୍ଷିକୀ ଅବସରରେ ଏହି ନୂଆ ଭବନର ଉଦଘାଟନ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ବିକାଶ ଯାତ୍ରାରେ ଏକ ଐତିହାସିକ ଆରମ୍ଭ ବୋଲି ରାଷ୍ଟ୍ରପତି କହିଛନ୍ତି।

Related story