ଆସନ୍ତାକାଲି ହେଉଛି ରାଷ୍ଟ୍ରପତି ନିର୍ବାଚନ, ଆଗରେ ଦ୍ରୌପଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ରାଷ୍ଟ୍ରପତି ନିର୍ବାଚନ । ଦେଶରେ କିଏ ହେବେ ପରବର୍ତ୍ତୀ  ରାଷ୍ଟ୍ରପତି ସେ ନେଇ ହେବ ଭୋଟ୍। ଏନ୍‌ଡିଏରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ  ହୋଇଥିବା ବେଳେ ୟୁପିଏରୁ ପ୍ରାର୍ଥୀ ହୋଇଛନ୍ତି ଯଶବନ୍ତ ସିହ୍ନା । ଆସନ୍ତାକାଲି  ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହାର ପ୍ରଥମ ଦିନରେ ହିଁ  ଭୋଟ୍ ଦେବେ ସାଂସଦ । ତାସହ ସମସ୍ତ ରାଜ୍ୟର ବିଧାନସଭାରେ ବି ଭୋଟ୍  ଦେବେ ବିଧାୟକ ।  ସମର୍ଥନ ଦୃଷ୍ଟିରୁ ଦ୍ରୌପଦୀ ଆଗରେ […]

draupadi murmu

Tapas Behera
  • Published: Sunday, 17 July 2022
  • , Updated: 18 July 2022, 07:37 AM IST

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ରାଷ୍ଟ୍ରପତି ନିର୍ବାଚନ । ଦେଶରେ କିଏ ହେବେ ପରବର୍ତ୍ତୀ  ରାଷ୍ଟ୍ରପତି ସେ ନେଇ ହେବ ଭୋଟ୍। ଏନ୍‌ଡିଏରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ  ହୋଇଥିବା ବେଳେ ୟୁପିଏରୁ ପ୍ରାର୍ଥୀ ହୋଇଛନ୍ତି ଯଶବନ୍ତ ସିହ୍ନା । ଆସନ୍ତାକାଲି  ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହାର ପ୍ରଥମ ଦିନରେ ହିଁ  ଭୋଟ୍ ଦେବେ ସାଂସଦ । ତାସହ ସମସ୍ତ ରାଜ୍ୟର ବିଧାନସଭାରେ ବି ଭୋଟ୍  ଦେବେ ବିଧାୟକ ।  ସମର୍ଥନ ଦୃଷ୍ଟିରୁ ଦ୍ରୌପଦୀ ଆଗରେ ଥିବା ବେଳେ  ଯଶବନ୍ତ ବି କଡ଼ା ଟକ୍କର ଦେବେ । ଏନଡିଏ ସମେତ ବିଜେଡି, ୱାଇଏସଆର କଂଗ୍ରେସ, ବିଏସପି, ଶିରୋମଣୀ  ଅକାଳୀ ଦଳ, ଏଲଜେପି-ରାମବିଳାସଙ୍କ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ  କରୁଛନ୍ତି ।

ସେହିପରି ଯଶବନ୍ତଙ୍କ ସମର୍ଥନରେ ରହିଛନ୍ତି କଂଗ୍ରେସ, ଟିଏମସି,  ଏନସିପି, ସିପିଆଇ ଏବଂ ସିପିଆଇଏମ୍, ସିପିଏମ୍ଏଲ୍, ଡିଏମକେ,  ଆରଜେଡି, ଏସପି, ନ୍ୟାସନାଲ୍ କନଫରେନସ୍, ପିଡିପି, ଆରଏଲ୍ଡି,,  ଆରଏସ୍ପି, ଆଇୟୁଏଲଏଲ୍, ଟିଆରଏସ ଭଳି ରାଜନୈତିକ ଦଳ । ସେହିପରି ଜେଏମ୍ଏମ୍, ଏଆଇଏମଆଏମ, ଜେଡିଏସ୍, ଟିଡିପି, ଶିବସେନା  ଏବେ ଯାଏଁ ନିଷ୍ପତ୍ତି ନେଇ ନାହାନ୍ତି।

ଅନ୍ୟଏକ ସମୀକରଣ ଅନୁଯାୟୀ,   ଆଉ ବର୍ଷକ ପରେ  କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପ୍ରଥମେ ଗୁଜରାଟରେ ବିଧାନଦସଭା ନିର୍ବାଚନ ହେବାର ଅଛି। ଏହି ରାଜ୍ୟ ଜନସଂଖ୍ୟାର ୧୪.୮ ପ୍ରତିଶତ ଆଦିବାସୀ ହୋଇଥିବାରୁ ସେମାନଙ୍କ ଭୋଟ ହାସଲ ପାଇଁ ବିଜେପି ଉଦ୍ୟମ ଚଳାଇଛି। ଗତ ରାଷ୍ଟ୍ରପତି ନିର୍ବାଚନରେ ଦଳିତ ସମ୍ପ୍ରଦାୟର ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରି ବି​ଜେପି ଉତ୍ତର ପ୍ରଦେଶ ସହ ଅନ୍ୟ କେତେକ ଅଞ୍ଚଳରେ ଦଳିତ ଭୋଟ ପାଇବାକୁ ସମର୍ଥ ହୋଇଥିଲା। ଏବେ ସମାନ ସୂତ୍ର ଅବଲମ୍ବନ ପୂର୍ବକ ଆଦିବାସୀ ଭୋଟ୍‌ ଉପରେ ଦଳ ଭରସା କରିଛି। ସାଧାରଣ ନିର୍ବାଚନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ଆଶା ରଖିଛି ଦଳ।

Related story