ବିଜେପିରେ ମିଶିବେ କଂଗ୍ରେସର ‘ଲଡ୍‌କୀ ହୁଁ ଲଡ୍‌ ସକତୀ ହୁଁ’ ଚେହେରା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସକୁ ସବୁଠାରୁ ବଡ଼ ଝଟକା ଲାଗିବାକୁ ଯାଉଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ‘ଲଡକୀ ହୁଁ ଲଡ ସକତୀ ହୁଁ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ହେଲେ ଏହି କାର୍ଯ୍ୟକ୍ରମର ଚେହେରା ବନିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ମୌର୍ଯ୍ୟ ଏବେ ଦଳର ହାତ ଛାଡ଼ିବାକୁ ବସିଛନ୍ତି। ସେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ମିଶି ୟୁପିରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଭୋଟରଙ୍କୁ ଏକାଠି […]

congress

Hemant Lenka
  • Published: Wednesday, 19 January 2022
  • , Updated: 20 January 2022, 03:44 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସକୁ ସବୁଠାରୁ ବଡ଼ ଝଟକା ଲାଗିବାକୁ ଯାଉଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ‘ଲଡକୀ ହୁଁ ଲଡ ସକତୀ ହୁଁ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ହେଲେ ଏହି କାର୍ଯ୍ୟକ୍ରମର ଚେହେରା ବନିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ମୌର୍ଯ୍ୟ ଏବେ ଦଳର ହାତ ଛାଡ଼ିବାକୁ ବସିଛନ୍ତି।

ସେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ମିଶି ୟୁପିରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଭୋଟରଙ୍କୁ ଏକାଠି କରୁଥିଲେ। ହେଲେ ଏବେ ସେ କଂଗ୍ରେସ ଛାଡ଼ି ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।

ପ୍ରିୟଙ୍କା ମୌର୍ଯ୍ୟ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ ବୋଲି ଆଶା କରିଥିଲେ। କିନ୍ତୁ ଦଳ ତାଙ୍କୁ ନିରାଶ କରିଛି। ଏଥିପାଇଁ ସେ ବିଜେପି ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରିୟଙ୍କା ଟିକେଟ ନ ମିଳିବାରୁ କଂଗ୍ରେସକୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ। ଟିକେଟ ବଣ୍ଟନରେ ଦଳ ହେରଫେର ଓ ଆର୍ଥିକ କାରବାର କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଉତ୍ତର ପ୍ରଦେଶ ମହିଳା କଂଗ୍ରେସର ଉପ ସଭାପତି ଥିବା ପ୍ରିୟଙ୍କା ମୌର୍ଯ୍ୟ କହିଛନ୍ତି, “ସେମାନେ(କଂଗ୍ରେସ) ମୋ ଫଟୋ, ମୋ ନାଁ ଓ ସୋଶାଲ ମିଡିଆରେ ମୋର ୧୦ ଲକ୍ଷ ଅନୁଗାମୀଙ୍କୁ ନେଇ ନିଜର ପ୍ରଚାର କଲେ। କିନ୍ତୁ ନିର୍ବାଚନ ବେଳେ ଟିକେଟ ଦେବାର ସମୟ ଆସିବାରୁ ସେମାନେ ଆଉ କାହାକୁ ଏହା ଦେଇଦେଲେ। ଏହା ସଂପୂର୍ଣ୍ଣ ଭାବେ ଅନ୍ୟାୟ। ସେମାନେ ଏପରି କରିବେ ବୋଲି ଆଗରୁ ନିଷ୍ପତ୍ତି ନେଇଥିଲେ। ମୁଁ ଓବିସି ବର୍ଗରୁ ଆସିଥିବାରୁ ମୋତେ ଟିକେଟ ମିଳିନି। ମୁଁ ପ୍ରିୟଙ୍କା ଗାନ୍ଧିଙ୍କ ସଚିବ ସନ୍ଦୀପ ସିଂହଙ୍କୁ ଲାଞ୍ଚ ଦେଇ ପାରି ନଥିଲି। ଏଥିପାଇଁ ସେମାନେ ମୋତେ ଟିକେଟ ଦେଇନାହାନ୍ତି।”

ଉତ୍ତର ପ୍ରଦେଶରେ ରହୁଥିବା ୫ କୋଟି ମହିଳା ଭୋଟରଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସ ‘ଲଡକୀ ହୁଁ ଲଡ ସକତୀ ହୁଁ’ ଅଭିଯାନ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ପଛରେ ପ୍ରିୟଙ୍କା ଗାନ୍ଧିଙ୍କ ହାତ ରହିଛି। ସେ ନିଜେ ଏହି ‘ଲଡକୀ ହୁଁ ଲଡ ସକତୀ ହୁଁ’ ନାରା ଦେଇ ପ୍ରଚାର କରୁଛନ୍ତି। ଏଥିପାଇଁ ବ୍ୟବହୃତ ହେଉଥିବା ପୋଷ୍ଟରରେ ପ୍ରିୟଙ୍କା ମୌର୍ଯ୍ୟ ସବୁଠାରୁ ଆଗରେ ରହୁଥିଲେ। ହେଲେ ଏବେ ସେ ବିଜେପିକୁ ଆଡ଼କୁ ଢଳିବା କଂଗ୍ରେସର ଚିନ୍ତା ବଢ଼ାଇଛି।

Related story