ନିୟମ ଉଲ୍ଲଙ୍ଘନ ପାଇଁ ବିଜେପିର ପ୍ରିୟଙ୍କାଙ୍କୁ ନୋଟିସ୍‌

କୋଲକାତା: ଅଡ଼ୁଆରେ ବିଜେପିର ଭବାନୀପୁର ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ। ଦୁଇ ଦିନ ତଳେ ଭବାନୀପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ପ୍ରିୟଙ୍କାଙ୍କୁ ଆଜି ରିଟର୍ଣ୍ଣିଂ ଅଫିସର ନୋଟିସ କରିଛନ୍ତି। ସେ ନିର୍ବାଚନ ପାଇଁ ଜାରି ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ନୋଟିସ କରାଯାଇଥିବା ଜଣାପଡ଼ିଛି। ବୁଧବାର ରିଟର୍ଣ୍ଣିଂ ଅଫିସର ଜାରି କରିଥିବା ନୋଟିସରେ କହିଛନ୍ତି ଯେ ପ୍ରିୟଙ୍କା ତ୍ରିବେୱାଲ ନାମାଙ୍କନ ଦାଖଲ କରିବା ସମୟରେ ନିର୍ବାଚନ ଆଚରଣ ବିଧି ଓ କୋଭିଡ-୧୯ ଗାଇଡଲାଇନକୁ ଉଲ୍ଲଙ୍ଘନ […]

Priyanka

Hemant Lenka
  • Published: Wednesday, 15 September 2021
  • , Updated: 15 September 2021, 06:22 PM IST

କୋଲକାତା: ଅଡ଼ୁଆରେ ବିଜେପିର ଭବାନୀପୁର ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ। ଦୁଇ ଦିନ ତଳେ ଭବାନୀପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ପ୍ରିୟଙ୍କାଙ୍କୁ ଆଜି ରିଟର୍ଣ୍ଣିଂ ଅଫିସର ନୋଟିସ କରିଛନ୍ତି। ସେ ନିର୍ବାଚନ ପାଇଁ ଜାରି ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ନୋଟିସ କରାଯାଇଥିବା ଜଣାପଡ଼ିଛି।

ବୁଧବାର ରିଟର୍ଣ୍ଣିଂ ଅଫିସର ଜାରି କରିଥିବା ନୋଟିସରେ କହିଛନ୍ତି ଯେ ପ୍ରିୟଙ୍କା ତ୍ରିବେୱାଲ ନାମାଙ୍କନ ଦାଖଲ କରିବା ସମୟରେ ନିର୍ବାଚନ ଆଚରଣ ବିଧି ଓ କୋଭିଡ-୧୯ ଗାଇଡଲାଇନକୁ ଉଲ୍ଲଙ୍ଘନ କରିଛନ୍ତି। ନିର୍ବାଚନ କମିଶନ ନାମାଙ୍କନ ଦାଖଲ ସମୟରେ ଶୋଭାଯାତ୍ରା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଥିଲେ। କିନ୍ତୁ ପ୍ରିୟଙ୍କା ଏହାଠାରୁ ଅଧିକ ଗାଡ଼ିର ବ୍ୟବହାର କରି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି।

ସେହିପରି ନାମାଙ୍କନ ଦାଖଲ ପୂର୍ବରୁ ଓ ପରେ ଶୋଭାଯାତ୍ରା ନ କରିବାକୁ ଜାରି ନିୟମକୁ ମଧ୍ୟ ସେ ଉଲ୍ଲଙ୍ଘନ କରାଯାଇଛି। ତେଣୁ  କାହିଁକି ଉପ ନିର୍ବାଚନ ବେଳେ ତାଙ୍କୁ ଦିଆଯାଇଥିବା ଶୋଭାଯାତ୍ରାର ଅନୁମତିକୁ ରଦ୍ଦ କରା ନ ଯିବ, ତା’ର ଜବାବ ଦାଖଲ କରିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ପ୍ରିୟଙ୍କା କୌଣସି ପ୍ରକାରର ନିୟମ ବାହାରେ କାମ କରି ନଥିବା ସଫେଇ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ କମିଶନଙ୍କ ଆଗରେ ଏପରି ଅମୂଳ ଅଭିଯୋଗ କରି ମୋତେ ନିର୍ବାଚନ ପ୍ରଚାରରୁ ରୋକିବାକୁ ଚେଷ୍ଟା କରାଯାଉଛି। ନାମାଙ୍କନ ଦାଖଲ ସମୟରେ ଆମେ କେବଳ ଦୁଇଟି କାରର ବ୍ୟବହାର କରିଥିଲୁ।

ଅନ୍ୟ କାର୍‌ଗୁଡ଼ିକ ବିଷୟରେ ଆମେ କିଛି ବି ଜାଣିନୁ। ଗୋଟିଏ କାର୍‌ରେ ଶୁଭେନ୍ଦୁ ଅଧିକାରୀ ଓ ମୁଁ ରହିଥିଲୁ। ଆଉ ଗୋଟିଏ କାର୍‌ରେ ମୋ ସୁରକ୍ଷାକର୍ମୀ ରହିଥିଲେ। ମୋ ପାଖକୁ ଆସିଥିବା ନୋଟିସର ଜବାବ ଭାରତୀୟ ନିର୍ବାଚନ କମିଶନକୁ ଦିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ରେ ଭବାନୀପୁରରେ ଉପନିର୍ବାଚନ ପାଇଁ ଭୋଟିଂ ହେବ। ଏଠାରେ ଟିଏମସିରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ଟକ୍କର ଦେବାକୁ ବିଜେପି ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିଛି।

Related story