ବିଜେପି ନେତା ତଜିନ୍ଦର ପାଲ ସିଂହଙ୍କ ଗିରଫଦାରି ଘଟଣାରେ ମୁହଁ ଖୋଲିଲେ ଖଟ୍ଟର

ଚଣ୍ଡିଗଡ଼: ପଞ୍ଜାବ ପୁଲିସ ପକ୍ଷରୁ ବିଜେପି ନେତା ତଜିନ୍ଦର ପାଲ ସିଂହ ବାଗାଙ୍କୁ  ଗିରଫ ଘଟଣାରେ ମୁହଁ ଖୋଲିଛନ୍ତି  ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। ସେ କହିଛନ୍ତି ଯେ ଏହି ଗିରଫଦାରି ବେଳେ ଆବଶ୍ୟକ ପ୍ରକ୍ରିୟା ପାଳନ କରାଯାଇନାହିଁ। ଏହା ଏକ ରାଜନୈତିକ ପ୍ରସଙ୍ଗ। ନିର୍ବାଚନ ସମୟରେ ସେ କିଛି କଥା କହିଥିଲେ । ରାଜନୈତିକ ଭାଷଣରେ ସାଧାରଣତଃ ପରସ୍ପରକୁ ଦୋଷାରୋପ ଥାଏ । ଯଦି କିଛି ଭାସଣରେ ଆପତ୍ତିଜନକ ଥାଏ ଏକଥା ପ୍ରଥମେ ନିର୍ବାଚନ କମିଶନ […]

manohar-lal-khattar

Tapas Behera
  • Published: Friday, 06 May 2022
  • , Updated: 06 May 2022, 09:40 PM IST

ଚଣ୍ଡିଗଡ଼: ପଞ୍ଜାବ ପୁଲିସ ପକ୍ଷରୁ ବିଜେପି ନେତା ତଜିନ୍ଦର ପାଲ ସିଂହ ବାଗାଙ୍କୁ  ଗିରଫ ଘଟଣାରେ ମୁହଁ ଖୋଲିଛନ୍ତି  ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। ସେ କହିଛନ୍ତି ଯେ ଏହି ଗିରଫଦାରି ବେଳେ ଆବଶ୍ୟକ ପ୍ରକ୍ରିୟା ପାଳନ କରାଯାଇନାହିଁ। ଏହା ଏକ ରାଜନୈତିକ ପ୍ରସଙ୍ଗ।

ନିର୍ବାଚନ ସମୟରେ ସେ କିଛି କଥା କହିଥିଲେ । ରାଜନୈତିକ ଭାଷଣରେ ସାଧାରଣତଃ ପରସ୍ପରକୁ ଦୋଷାରୋପ ଥାଏ । ଯଦି କିଛି ଭାସଣରେ ଆପତ୍ତିଜନକ ଥାଏ ଏକଥା ପ୍ରଥମେ ନିର୍ବାଚନ କମିଶନ ବୁଝିବା କଥା। ପରେ ପୁଲିସ ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା  । କିନ୍ତୁ ଜଣେ ରାଜନୈତିକ ବ୍ୟକ୍ତିକୁ ପୁଲିସ ଦ୍ୱାରା ଏପରି ଗିରଫ କରାଯିବା ଉଚିତ ନୁହଁ ବୋଲି ସେ କହିଛନ୍ତି। ପେଶାଦାର ଅପରାଧୀଙ୍କ ଭଳି ପଞ୍ଜାବ ପୁଲିସ ତଜିନ୍ଦର ପାଲ ସିଂହ ଆଚରଣ କରିଥିବା ସେ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ସାଇବର ସେଲରେ ରୁଜୁ ଅଭିଯୋଗ ଆଧାରରେ ବିଜେପି ନେତା ତଜିନ୍ଦର ପାଲ ସିଂହ ବାଗାଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ୍‌। ଆଜି ସକାଳୁ ତାଙ୍କୁ ପଞ୍ଜାବ ପୁଲିସ୍‌ର ଦିଲ୍ଲୀରୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜଣେ ବିଜେପି ନେତାଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ପୁଲିସ୍‌ର ୫୦ ଜଣ କର୍ମଚାରୀ ଦିଲ୍ଲୀରେ ପହଞ୍ଚିଥିଲେ। ଆପ୍‌ ନେତା ସନ୍ନି ସିଂହ ପ୍ରଥମେ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ସଂପାଦକ ତଜିନ୍ଦରଙ୍କ ବିରୋଧରେ ଗୋଟିଏ ଅଭିଯୋଗ କରିଥିଲେ। ତଜିନ୍ଦର ସୋଶାଲ ମିଡିଆରେ ଉସକାଇବା ଭଳି ବୟାନ ଦେବା ସହ ଗୁଜବ ପ୍ରଚାର କରୁଛନ୍ତି। ଏଥିସହ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବାକୁ ମଧ୍ୟ ପ୍ରୟାସ କରୁଛନ୍ତି ବୋଲି ସନ୍ନି ସିଂହ ଅଭିଯୋଗ କରିଥିଲେ।

ଏହାବାଦ ମାର୍ଚ୍ଚ ୩୦ରେ ଦିଲ୍ଲୀରେ ଚାଲିଥିବା ଗୋଟିଏ ଆନ୍ଦୋଳନ ବେଳେ ତଜିନ୍ଦର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦେଇଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ପୁଲିସ୍ ନିକଟରେ ଦାଖଲ କରାଯାଇଥିଲା। ଏସବୁକୁ ଆଧାର କରି ପଞ୍ଜାବ ପୁଲିସ୍‌ର ୫୦ ଜଣିଆ ଦଳ ଆଜି ଦିଲ୍ଲୀ ସ୍ଥିତ ତଜିନ୍ଦରଙ୍କ ଘରେ ପହଞ୍ଚିଥିଲେ। ଏହାପରେ ସେମାନେ ତାଙ୍କୁ ଗିରଫ କରି ନିଜ ସହ ନେଇ ଯାଇଛନ୍ତି। ତେବେ ବିଜେପି ପକ୍ଷରୁ ତଜିନ୍ଦରଙ୍କ ଗିରଫଦାରୀକୁ ନିନ୍ଦା କରାଯାଇଛି।

Related story