ଯୁବ କଂଗ୍ରେସ ନେତାଙ୍କ ଚୁଟି ଧରି ଝିଙ୍କିଲା ପୁଲିସ

ନୂଆଦିଲ୍ଲୀ: ବିଚ୍‌ ରାସ୍ତାରେ ଯୁବ କଂଗ୍ରେସ ନେତାଙ୍କ ଚୁଟି ଝିଙ୍କିଲା, ହାତ ମୋଡିଲା, ଗଳା ଧକ୍କା ଦେଇ ଜିପ୍‌ରେ ବସାଇଲା ପୁଲିସ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ। ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନ୍ୟାସନାଲ ହେରାଲ୍ଡା ମାମଲାରେ ଇଡି ଦ୍ୱିତୀୟ ଥର ପଚରାଉଚରା କରିବା ପାଇଁ ଡାକିଥିଲା। ତେବେ ଏହାକୁ ଜୋରଦାର ବିରୋଧ କରି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏତିକି ବେଳେ ଦିଲ୍ଲୀ ପୁଲିସ ଭାରତୀୟ ଯୁବ […]

Protesting Congress leader

Protesting Congress leader

Madhupriya Mistry
  • Published: Tuesday, 26 July 2022
  • Updated: 26 July 2022, 06:06 PM IST

Sports

Latest News

ନୂଆଦିଲ୍ଲୀ: ବିଚ୍‌ ରାସ୍ତାରେ ଯୁବ କଂଗ୍ରେସ ନେତାଙ୍କ ଚୁଟି ଝିଙ୍କିଲା, ହାତ ମୋଡିଲା, ଗଳା ଧକ୍କା ଦେଇ ଜିପ୍‌ରେ ବସାଇଲା ପୁଲିସ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ।

ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନ୍ୟାସନାଲ ହେରାଲ୍ଡା ମାମଲାରେ ଇଡି ଦ୍ୱିତୀୟ ଥର ପଚରାଉଚରା କରିବା ପାଇଁ ଡାକିଥିଲା। ତେବେ ଏହାକୁ ଜୋରଦାର ବିରୋଧ କରି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏତିକି ବେଳେ ଦିଲ୍ଲୀ ପୁଲିସ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିୱିଙ୍କୁ ଭ୍ୟାନ୍‌ରେ ବସାଇବା ପାଇଁ ଜୋରଜରଦସ୍ତ କରିଥିଲା।

ପୁଲିସ କର୍ମୀମାନେ ଶ୍ରୀନିବାସଙ୍କ ଚୁଟି ଭିଡିବା ସହ ତାଙ୍କ ହାତ ମୋଡି ଗଳା ଧକ୍କା ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ତାଙ୍କ ସହ କିଛି ଯବାନମାନେ ମାରପିଟ୍‌ କରିଥିବା ମଧ୍ୟ ଯୁବ କଂଗ୍ରେସର କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସାମ୍ନାକୁ ଆସିବା ପରେ ଖୁବଶୀଘ୍ର ଉକ୍ତ ପୁଲିସ କର୍ମୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ କହିଛି।

https://twitter.com/ANI/status/1551864431243452417?s=20&t=Va8z8oSLjRv7bsj8DTi8Qg

ସୂଚନା ମୁତାବକ, ମଙ୍ଗଳବାର ଦିନ ଇଡି ସମନ ପରେ ସୋନିଆ ଗାନ୍ଧି ଦ୍ୱିତୀୟ ଥର ପଚରାଉଚରା ପାଇଁ ଇଡି ଅଫିସରେ ପହଞ୍ଚିଥିଲେ। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରି ବିରୋଧୀଙ୍କ ସ୍ୱରକୁ ଦବାଇବା ପାଇଁ ଏକ ପ୍ରୟାସ ବୋଲି କହିଥିଲେ। ଏହାର ପ୍ରତିବାଦରେ ରାହୁଲ ଗାନ୍ଧୀ ଏବଂ ସମସ୍ତ କଂଗ୍ରେସ ସାଂସଦ ସଂସଦ ଭବନରୁ ରାଷ୍ଟ୍ରପତି ଭବନ ଯାଏ ପଦଯାତ୍ରା କରିଥିଲେ। ତେବେ ଏହି ପଦଯାତ୍ରାକୁ ବିଜୟ ଚୌକ ଠାରେ ପୁଲିସ ଅଟକାଇ ଦେଇଥିଲା। ଏହା ପରେ ସମସ୍ତ ନେତା ରାସ୍ତା ଉପରେ ଧାରଣାରେ ବସିଥିଲେ। ସେଠାରୁ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା।

ଗିରଫ ପରେ ରାହୁଲ ଗାନ୍ଧି ବିଜେପି ସରକାର ଉପରେ ବର୍ଷିଥିଲେ। ସେ କହିଥିଲେ, 'ଏକଛତ୍ରବାଦୀ ଶାସନକୁ ଦେଖ, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିପାରୁବ ନାହିଁ, ମୁଦ୍ରାସ୍ଫୀତି ଏବଂ ବେକାରୀ ବିଷୟରେ ଆଲୋଚନା କରିପାରିବ ନାହିଁ। ପୁଲିସ ଏବଂ ଏଜେନ୍ସିଗୁଡିକର ଅପବ୍ୟବହାର କରି, ଆମକୁ ଗିରଫ କରି ମଧ୍ୟ ତୁମେ ଆମକୁ କଦାପି ଚୁପ୍ କରାଇ ପାରିବ ନାହିଁ। କେବଳ 'ସତ୍ୟ' ହିଁ ଏହି ଏକଛତ୍ରବାଦୀ ଶାସନକୁ ଶେଷ କରିବ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos