ସୁପ୍ରିୟା ସୁଲେଙ୍କୁ ଘେରିଲେ, ପେଲା ଠେଲା କଲେ

ମୁମ୍ବାଇ: ଏନସିପି ମୁଖ୍ୟ ଶରଦପାୱାରଙ୍କ ବାସଭବନ ଆଗରେ ହୋହଲ୍ଲା। ପାଟିତୁଣ୍ଡ ଓ ଜୋରଦାର ହଟ୍ଟଗୋଳ। ସ୍ଥାୟୀ ଚାକିରି ଦାବି କରି ମହାରାଷ୍ଟ୍ର ସଡ଼କ ନିଗମ(ଏମଏସଆରଟିସି) କର୍ମଚାରୀମାନେ ଆଜି ଜୋରଦାର ବିକ୍ଷୋଭ କରିଛନ୍ତି । ଏହି ସମୟରେ ଆନ୍ଦୋଳନକାରୀମାନେ ଶରଦ ପାୱାର ଝିଅ ତଥା ଏମପି ସୁପ୍ରିୟା ସୁଲେଙ୍କୁ ଘେରିବା ସହ ଠେଲାପେଲା ହୋଇଛି। ସୁପ୍ରିୟା ସୁଲେଙ୍କୁ ଦୁର୍ବ୍ୟବହାର କରଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦୦ ଜଣ କର୍ମଚାରୀ ଶରଦ ପାୱାରଙ୍କ ବାସଭବନକୁ ଘେରାଉ କରିଥିଲେ। ଏହି ସମୟରେ […]

SUPRIYA SULE

Tapas Behera
  • Published: Friday, 08 April 2022
  • , Updated: 08 April 2022, 08:41 PM IST

ମୁମ୍ବାଇ: ଏନସିପି ମୁଖ୍ୟ ଶରଦପାୱାରଙ୍କ ବାସଭବନ ଆଗରେ ହୋହଲ୍ଲା। ପାଟିତୁଣ୍ଡ ଓ ଜୋରଦାର ହଟ୍ଟଗୋଳ। ସ୍ଥାୟୀ ଚାକିରି ଦାବି କରି ମହାରାଷ୍ଟ୍ର ସଡ଼କ ନିଗମ(ଏମଏସଆରଟିସି) କର୍ମଚାରୀମାନେ ଆଜି ଜୋରଦାର ବିକ୍ଷୋଭ କରିଛନ୍ତି । ଏହି ସମୟରେ ଆନ୍ଦୋଳନକାରୀମାନେ ଶରଦ ପାୱାର ଝିଅ ତଥା ଏମପି ସୁପ୍ରିୟା ସୁଲେଙ୍କୁ ଘେରିବା ସହ ଠେଲାପେଲା ହୋଇଛି। ସୁପ୍ରିୟା ସୁଲେଙ୍କୁ ଦୁର୍ବ୍ୟବହାର କରଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦୦ ଜଣ କର୍ମଚାରୀ ଶରଦ ପାୱାରଙ୍କ ବାସଭବନକୁ ଘେରାଉ କରିଥିଲେ।

ଏହି ସମୟରେ ସେମାନେ ବିଭିନ୍ନ ନାରାବାଜି କରିଥିଲେ। ସେମାନଙ୍କ ଚାକିରି ସ୍ଥାୟୀ କରିବା ପାଇଁ ଶରଦ ପାୱାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ  ସେମାନଙ୍କୁ  ଅଣଦେଖା କରି ଚାଲୁଛନ୍ତି। ଗତ ନଭେମ୍ବର ମାସରୁ ପ୍ରାୟ ୧୦୦୦ ଜଣ ଏମଏସଆରଟିସି କର୍ମଚାରୀ ଧର୍ମଘଟ ଜାରି ରଖିଛନ୍ତି। କିନ୍ତୁ ସେମାନଙ୍କ ଦାବି ପୂରଣ କରାଯାଉ ନାହିଁ। ଧର୍ମଘଟ କରିଥିବା କର୍ମଚାରୀଙ୍କୁ ଏପ୍ରିଲ ୧୨ରେ କାର୍ଯ୍ୟରେ ଯୋଗଦେବା ପାଇଁ ବମ୍ବେ ହାକୋର୍ଟ ନିର୍ଦ୍ଦେଶ ଦେବା ପରେ  ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା।

ଫଳରେ ସେମାନେ ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘର ଆଗରେ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ହାଇକୋର୍ଟ ଧାର୍ଯ୍ୟ କରିଥିବା ଦିନ ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ  ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଆଜି ଆନ୍ଦୋଳନ ଏତେ ତୀବ୍ର ଥିଲା ଯେ, ସେମାନେ ଜୋତା ଓ ଚପଲ ଫିଙ୍ଗିଥିଲେ। ତେବେ ଧର୍ମଘଟ ବେଳେ ୧୨୦ ଜଣ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି।

Related story