ବିମାନରେ ମଦ ପିଇଥିଲେ କି ପଞ୍ଜାବ ମୁଖ୍ୟମନ୍ତ୍ରୀ? କେନ୍ଦ୍ରମନ୍ତ୍ରୀ ସିନ୍ଧିଆ କହିଲେ ଏମିତି କଥା

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିମାନରେ ଅତ୍ୟଧିକ ମଦ ପିଇଥିବାରୁ ତାଙ୍କୁ ଜର୍ମାନୀର ଗୋଟିଏ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଥିବା ଅଭିଯୋଗର ଯାଞ୍ଚ ହେଉଥିବା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ମୁଖ୍ୟମନ୍ତ୍ରୀ ମାନ  ଜର୍ମାନୀରୁ ଦିଲ୍ଲୀ ଆସିବାକୁ ଥିବା ବେଳେ ଅତ୍ୟଧିକ ନିଶା ଯୋଗୁ ତାଙ୍କୁ ଫ୍ରାଙ୍କଫ୍ରଟ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଥିବା ଗତକାଲି ଏକାଧିକ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଆପ୍‌ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ଘଟଣାର ଗୁରୁତ୍ୱ […]

Punjab

  • Published: Tuesday, 20 September 2022
  • , Updated: 20 September 2022, 06:15 PM IST

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିମାନରେ ଅତ୍ୟଧିକ ମଦ ପିଇଥିବାରୁ ତାଙ୍କୁ ଜର୍ମାନୀର ଗୋଟିଏ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଥିବା ଅଭିଯୋଗର ଯାଞ୍ଚ ହେଉଥିବା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ମୁଖ୍ୟମନ୍ତ୍ରୀ ମାନ  ଜର୍ମାନୀରୁ ଦିଲ୍ଲୀ ଆସିବାକୁ ଥିବା ବେଳେ ଅତ୍ୟଧିକ ନିଶା ଯୋଗୁ ତାଙ୍କୁ ଫ୍ରାଙ୍କଫ୍ରଟ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଥିବା ଗତକାଲି ଏକାଧିକ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଆପ୍‌ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ଘଟଣାର ଗୁରୁତ୍ୱ ଅଧିକ ଥିବାରୁ ଏହାକୁ ଯାଞ୍ଚ କରାଯାଉଥିବା ସିନ୍ଧିଆ କହିଛନ୍ତି।

ସୋମବାର ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ଅଭିଯୋଗ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ମାନଙ୍କୁ ଲୁଫଥାନସା ବିମାନରୁ ଅତ୍ୟଧିକ ମଦ୍ୟପାନ ଯୋଗୁ ଫ୍ରାଙ୍କପ୍ରଟ ବିମାନବନ୍ଦରେ ଓହ୍ଲାଇ ଦିଆଯାଇଥିଲା। କଂଗ୍ରେସ ନେତା ପ୍ରତାପ ସିଂହ ବାଜୱା ମଧ୍ୟ ଘଟଣାର ତଦନ୍ତ ଦାବି କରି କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କ ପାଖକୁ ଚିଠି ଲେଖିଥିଲେ।

ଏହାପରେ ଆଜି ପ୍ରତିକ୍ରିୟା ଦେଇ ସିନ୍ଧିଆ କହିଛନ୍ତି, “ଯାହା ବି ଘଟିଛି ବିଦେଶ ମାଟିରେ ଘଟିଛି। ଆମକୁ କୌଣସି ନିର୍ଯାସରେ ପହଞ୍ଚିବା ପୂର୍ବରୁ ପୂରା ତଥ୍ୟକୁ ଯାଞ୍ଚ କରିବାକୁ ପଡ଼ିବ। ଲୁଫଥାନସା ଏୟାରଲାଇନକୁ ତଥ୍ୟ ଦେବାକୁ ହେବ। ମୋ ପାଖକୁ ଆସିଥିବା ଅନୁରୋଧକୁ ଭିତ୍ତି କରି ମୁଁ ନିଶ୍ଚିତ ଘଟଣାର ଅନୁଧ୍ୟାନ କରିବି।”

ଅନ୍ୟପକ୍ଷରେ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ଆପ୍‌ ଖଣ୍ଡନ କରିଛି। କେବଳ ମାନ ଓ ଆପ୍‌କୁ ବଦନାମ କରିବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ବିଦେଶ କମ୍ପାନୀଗୁଡ଼ିକୁ ପଞ୍ଜାବକୁ ଆକୃଷ୍ଟ କରିବା ପାଇଁ ମାନ ୮ ଦିନିଆ ଜର୍ମାନୀ ଗସ୍ତରେ ଯାଇଥିଲେ। ସେଠାରୁ ସୋମବାର ଫେରିବା ବେଳେ ଏପରି ଘଟିଥିବା ଅଭିଯୋଗ ହୋଇଛି।

Related story