ଚନ୍ନିଙ୍କ ବଡ଼ ଘୋଷଣା, ପ୍ରତ୍ୟାହାର ହେବ କୃଷକଙ୍କ କେସ୍‌

ଚଣ୍ଡିଗଡ: ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଆଜି କୃଷକଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ରେଲୱେ ଟ୍ରାକ୍‌ ଉପରେ ଧାରଣା ଦେବାକୁ ନେଇଁ କୃଷଙ୍କ ଉପରେ ଆର୍‌ପିଏଫ୍‌ ତରଫରୁ କରାଯାଇଥିବା କେସ୍‌ ରଦ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ଆର୍‌ପିଏଫ୍‌ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଶୀଘ୍ର ମାମଲା ପ୍ରତ୍ୟାହାର କରିବାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। କୃଷି ଆଇନ୍‌କୁ ବିରୋଧ କରିବା ସମୟରେ ଶତାଧିକ କୃଷକ […]

Channi

Madhupriya Mistry
  • Published: Saturday, 02 October 2021
  • , Updated: 02 October 2021, 03:32 PM IST

ଚଣ୍ଡିଗଡ: ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଆଜି କୃଷକଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ରେଲୱେ ଟ୍ରାକ୍‌ ଉପରେ ଧାରଣା ଦେବାକୁ ନେଇଁ କୃଷଙ୍କ ଉପରେ ଆର୍‌ପିଏଫ୍‌ ତରଫରୁ କରାଯାଇଥିବା କେସ୍‌ ରଦ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ଆର୍‌ପିଏଫ୍‌ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଶୀଘ୍ର ମାମଲା ପ୍ରତ୍ୟାହାର କରିବାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

କୃଷି ଆଇନ୍‌କୁ ବିରୋଧ କରିବା ସମୟରେ ଶତାଧିକ କୃଷକ ରେଳ ଟ୍ରାକ୍‌ ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସେମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା।

ସେପଟେ ମୁଖ୍ୟମନ୍ତ୍ରୀ ଚନ୍ନି କରୋନା ମହାମାରୀରେ ବାପା-ମା' ହରାଇଥିବା ଝିଅଙ୍କ ପାଇଁ ଆଶୀର୍ବାଦ ଯୋଜନରେ ଇନ୍‌କମ୍‌ ଲିମିଟ୍‌ ବା ଆୟ ସୀମା ହଟାଇବା ପାଇଁ ଘୋଷଣା କରିଛନ୍ତି। ଏଥିସହ ୨୦୦୪ ଜାନୁଆରୀ ୧ ଠାରୁ ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ଫ୍ୟାମିଲି ପେନ୍‌ସନ ସ୍କିମ୍‌ ମଧ୍ୟ ମଞ୍ଜୁରୀ ହୋଇଛି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଚରଣଜିତ ସିଂହ ଚନ୍ନି କୃଷକଙ୍କୁ ପାଣି ଓ ବିଦ୍ୟୁତ ବିଲ୍‌ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ କ୍ୟାବିନେଟ୍‌ ବୈଠକ ପରେ ଚନ୍ନି ୨ କିଲୋ ୱାଟ ପର୍ଯ୍ୟନ୍ତ  ବିଦ୍ୟୁତ୍‌ ବିଲ୍‌ ଛାଡ ଘୋଷଣା କରି ନିଜ ପ୍ରତିଶ୍ରୁତି ପୂରଣ କରିଥିଲେ। ଏଥିସହ ଯେଉଁମାନଙ୍କ ବିଦ୍ୟୁତ୍‌ କାଟି ଦିଆଯାଇଛି, ସେମାନଙ୍କୁ ପୁଣି ଥରେ ବିଦ୍ୟୁ କନେକସନ୍‌ ଯୋଗାଇ ଦିଆଯିବ। ଏହାଦ୍ୱାରା ୫୩ ଲକ୍ଷ ପରିବାରକୁ ଲାଭ ମିଳିବ ବୋଲି ସେ କହିଥିଲେ।

ଚନ୍ନି ଆହୁରି କହିଥିଲେ, 'ପଞ୍ଜାବ ସରକାର କୃଷକଙ୍କ ସହ ଅଛି। ସେ କୃଷକଙ୍କୁ ଦୁର୍ବଳ ହେବାକୁ ଦେବେ ନାହିଁ। ମୁଁ କୃଷକଙ୍କ ପାଇଁ କିଛି କରିବାରେ। ଯଦି କୃଷକଙ୍କ ଉପରେ କୌଣସି ଆଞ୍ଚ ଆସେ ତେବେ ମୁଁ ନିଜ ବେକ କାଟି ଦେବି।' ଏଥିସହ ସେ କେନ୍ଦ୍ର ସରକାରଙ୍କୁ କୃଷି ଆଇନ୍‌ ଫେରାଇ ନେବାକୁ ଅନୁରୋଧ କରିଥିଲେ।

Related story