ବିଜେପି ପାଇଁ ପ୍ରଚାର କଲେ କଂଗ୍ରେସ ସାଂସଦ

ଚଣ୍ଡିଗଡ: ସ୍ୱାମୀଙ୍କ ପାଲଟିଗଲେ ବାଗି। ନିଜ ଦଳ ସହ ହିଁ କରିଲେ ବିଦ୍ରୋହ। କଂଗ୍ରେସରେ ଥାଇ ବିଜେପି ପାଇଁ କଲେ ପ୍ରଚାର। କେବଳ ସେତିକି ନୁହେଁ ବିଜେପି ବୈଠକରେ ମଧ୍ୟ ସାମିଲ ହେଲେ କଂଗ୍ରେସ ସାଂସଦ ପରନୀତ କୌର। ପୁଣି ଚର୍ଚ୍ଚାରେ ପଞ୍ଜାବ ରାଜନୀତି। ପଦାରେ ପଡିଛି କଂଗ୍ରେସର କନ୍ଦଳ। ମୁଖ୍ୟମନ୍ତ୍ରୀ ଚନ୍ନି ଓ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ନଥମୁଣି ପୁଣି ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। କଂଗ୍ରେସ […]

preneet-kaur

preneet-kaur

Madhupriya Mistry
  • Published: Sunday, 13 February 2022
  • Updated: 13 February 2022, 01:40 PM IST

Sports

Latest News

ଚଣ୍ଡିଗଡ: ସ୍ୱାମୀଙ୍କ ପାଲଟିଗଲେ ବାଗି। ନିଜ ଦଳ ସହ ହିଁ କରିଲେ ବିଦ୍ରୋହ। କଂଗ୍ରେସରେ ଥାଇ ବିଜେପି ପାଇଁ କଲେ ପ୍ରଚାର। କେବଳ ସେତିକି ନୁହେଁ ବିଜେପି ବୈଠକରେ ମଧ୍ୟ ସାମିଲ ହେଲେ କଂଗ୍ରେସ ସାଂସଦ ପରନୀତ କୌର।

ପୁଣି ଚର୍ଚ୍ଚାରେ ପଞ୍ଜାବ ରାଜନୀତି। ପଦାରେ ପଡିଛି କଂଗ୍ରେସର କନ୍ଦଳ। ମୁଖ୍ୟମନ୍ତ୍ରୀ ଚନ୍ନି ଓ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ନଥମୁଣି ପୁଣି ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। କଂଗ୍ରେସ ଦଳର ସାଂସଦ ଥାଇ ବି ଦଳ ବିରୋଧରେ ପ୍ରଚାର କରିଛନ୍ତି ପରନୀତ କୌର। ତାଙ୍କର ଏହି ନିର୍ବାଚନୀ ପ୍ରଚାର ଏବେ କଂଗ୍ରେସ ପାଇଁ ମହଙ୍ଗା ପଡିବ ବୋଲି ଅଶଙ୍କା କରାଯାଉଛି।

ସୂଚନା ମୁତାବକ କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରିନ୍ଦର ସିଂ ଗତବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ। ଏହାପରେ ସେ ପଞ୍ଜାବ ଲୋକ କଂଗ୍ରେସ ବା ପିଏଲ୍‌ସି ନାମରେ ଏକ ଦଳ ଗଠନ କରି ଚଳିତ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିଛନ୍ତି। ହେଲେ ଅମରିନ୍ଦରଙ୍କ ପତ୍ନୀ ପରନୀତ କୌର ଏବେ ବି କଂଗ୍ରେସ ପକ୍ଷରୁ ସାଂସଦ ଅଛନ୍ତି।

ଚଳିତ ବିଧାନସଭା ନିର୍ବାଚନରେ ପିଏଲସି ବିଜେପି ମେଣ୍ଟ ହୋଇଥିବାରୁ ଶନିବାର ଦିନ ପଟିଆଲା ଠାରେ ବିଜେପି ଅମିରନ୍ଦରଙ୍କ ସପକ୍ଷରେ ଏକ ବୈଠକ କରିଥିଲା। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜର ପାରମ୍ପରିକ ଆସନ ପଟିଆଲା(ସହର)ରୁ ନିର୍ବାଚନ ଲଢ଼ୁଛନ୍ତି। ତେଣୁ ଏହି ବୈଠକରେ ପଟିଆଲା ସାଂସଦ ପରନୀତ କୌର ମଧ୍ୟ ଯୋଗ ଦେଇଥିଲେ। ସେ ଏଥିରେ ଯୋଗ ଦେଇ ନିଜ ସ୍ୱାମୀ ଅମରିନ୍ଦରଙ୍କ ପାଇଁ ଭୋଟ ମାଗିବା ସହ ଜୋରସୋର୍‌ରେ ପ୍ରଚାର କରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଂଗ୍ରେସ ସାଂସଦ ପରନୀତ କୌର କଂଗ୍ରେସର ନିର୍ବାଚନୀ ପ୍ରଚାର ଠାରୁ ଦୂରେଇ ରହିଛି। ସେ କଂଗ୍ରେସ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇ ନାହାଁନ୍ତି। ସେପଟେ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରୁ ବହିସ୍କାର ମଧ୍ୟ କରାଯାଇ ନାହିଁ । ହେଲେ ଦଳରେ ରହି ଦଳ ବିରୋଧରେ ପ୍ରଚାର କରିବା ପରେ ଏହା କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଛି। ସେ କୁଆଡେ ନିଜ ସ୍ୱାମୀଙ୍କ ଦଳରେ ମିଶିବା ନେଇ ଚର୍ଚ୍ଚା ହେଉଛି।

କିଛିଦିନ ପୂର୍ବେ ପଟିଆଲ ସହରାଞ୍ଚଳ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇଥିବା ବିଷ୍ଣୂ ଶର୍ମା କହିଥିଲେ କି ଯଦି ପରନୀତ କୌର ଦଳ ପାଇଁ ପ୍ରଚାର ନକରିବେ ତେବେ ସେ ଦଳରୁ ଇସ୍ଥଫା ଦିଅନ୍ତୁ। ସେପଟେ ମୁଁ ମୋ ପରିବାର ସହ ଅଛି। ମୋ ପରିବାର ଠାରୁ କେହି ଉପରେ ନାହାନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତର ଦେଇ କୌର କହିଥିଲେ।

ସୂଚନାମୁତାବକ, ଗତବର୍ଷ ନଭେମ୍ବରରେ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। କଥିତ ରୂପେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ସ୍ପଷ୍ଟିକରଣ ମଗାଯାଇଥିଲା। କିନ୍ତୁ ଏହି ଖବରକୁ କୌର ଖଣ୍ଡନ କରି ତାଙ୍କୁ କୌଣସି ନୋଟିସ ମିଳିନଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story