ବଡ଼ ଧରଣର ବିଜୁଳି ବିଭ୍ରାଟ: ଅଫିସ ସମୟ ବଦଳିଲା, ଏସି ଚଲାଇବା ମନା

ଅମୃତସର: ପଞ୍ଜାବରେ ଏକ ବଡ଼ଧରଣର ବିଜୁଳି ସଙ୍କଟ ଦେଖାଦେଇଛି। ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡ୍ ଶିଳ୍ପ କ୍ଷେତ୍ରଗୁଡ଼ିକ ପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନିଆ ସାପ୍ତାହିକ ଛୁଟି ଘୋଷଣା କରିଛି। ରାଜ୍ୟରେ ହୋଇଥିବା ବିଦ୍ୟୁତ ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସଙ୍କଟ ଯୋଗୁ ଅନେକ ଜିଲ୍ଲାରେ ୧୦ରୁ ୧୫ ଘଣ୍ଟା ଯାଏ ବିଜୁଳି କାଟ ହେଉଛି। ବିଜୁଳି ଅଭାବରୁ ଚାଷୀମାନେ ମଧ୍ୟ ସମସ୍ୟାରେ ପଡ଼ିଛନ୍ତି। ଧାନବୁଣା ସମୟରେ ସେମାନେ ବିଜୁଳି […]

Hemant Lenka
  • Published: Friday, 02 July 2021
  • , Updated: 02 July 2021, 05:22 PM IST

ଅମୃତସର: ପଞ୍ଜାବରେ ଏକ ବଡ଼ଧରଣର ବିଜୁଳି ସଙ୍କଟ ଦେଖାଦେଇଛି। ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡ୍ ଶିଳ୍ପ କ୍ଷେତ୍ରଗୁଡ଼ିକ ପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନିଆ ସାପ୍ତାହିକ ଛୁଟି ଘୋଷଣା କରିଛି। ରାଜ୍ୟରେ ହୋଇଥିବା ବିଦ୍ୟୁତ ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ସଙ୍କଟ ଯୋଗୁ ଅନେକ ଜିଲ୍ଲାରେ ୧୦ରୁ ୧୫ ଘଣ୍ଟା ଯାଏ ବିଜୁଳି କାଟ ହେଉଛି। ବିଜୁଳି ଅଭାବରୁ ଚାଷୀମାନେ ମଧ୍ୟ ସମସ୍ୟାରେ ପଡ଼ିଛନ୍ତି। ଧାନବୁଣା ସମୟରେ ସେମାନେ ବିଜୁଳି ସଙ୍କଟର ସମ୍ମୁଖୀନ ହେଉଥିବାରୁ ଚିନ୍ତାରେ ପଡ଼ିଛନ୍ତି। ସେହିପରି ସରକାରୀ କାର୍ଯ୍ୟାଳୟର ସମୟ ସୀମାକୁ ହ୍ରାସ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି। ସରକାରୀ କାର୍ଯ୍ୟାଳୟଗୁଡ଼ିକ ଏବେ ବିଜୁଳି ସଙ୍କଟ ଯୋଗୁ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହା ସହିତ ଅଫିସଗୁଡ଼ିକରେ ଅଧିକାରୀମାନଙ୍କୁ ଏସି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ପଞ୍ଜାବରେ ବିଜୁଳି ଚାହିଦା ପ୍ରତିଦିନ ୧୪ ହଜାର ମେଗାୱାଟରୁ ଅଧିକ ରହୁଛି। ବୁଧବାର ବିଜୁଳି ଚାହିଦା ୧୪,୧୪୨ ମେଗାୱାଟରେ ପହଞ୍ଚି ଯାଇଥିଲା। ତେବେ ସପ୍ଲାଏ ୧୨,୮୪୨ ମେଗାୱାଟ ଥିବା ବେଳେ ଏହାଠାରୁ ଅଧିକ ଚାହିଦା ସରକାରଙ୍କୁ ଚିନ୍ତାରେ ପକାଇଛି। ଏହି ବିଜୁଳି ସଙ୍କଟକୁ ଦୃଷ୍ଟିରେ ରଖି ଅକାଳୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ ମଧ୍ୟ ନିଜ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଯଦି ସରକାର ଠିକ ଦିଗରେ କାମ କରିଥାଆନ୍ତେ, ତା’ହେଲେ ଏପରି ସ୍ଥିତି କେବେ ହେଲେ ସୃଷ୍ଟି ହୋଇନଥାଆନ୍ତା। ଯଦି ଆମେ ସଠିକ୍ ଦିଗରେ ଗତି କରିଥାଆନ୍ତୁ, ତା’ହେଲେ ମୁଖ୍ୟମନ୍ତ୍ରୀଙ୍କୁ ବିଦ୍ୟୁତ୍ କାଟ, ଅଫିସ ସମୟ ହ୍ରାସ କରିବା କମ୍ବା ସାଧାରଣ ଲୋକଙ୍କୁ ଏସି ବ୍ୟବହାର ନ କରିବାକୁ କହିବାକୁ ପଡ଼ି ନଥାଆନ୍ତା।

ସରକାର ଠିକ ଭାବେ କାମ କଲେ ପଞ୍ଜାବବାସୀ ୨୪ ଘଣ୍ଟିଆ ବିଜୁଳି ସେବା ପାଇପାରିବେ। ପଞ୍ଜାବ ପ୍ରତି ୟୁନିଟ ପିଛା ପ୍ରାୟ ୪.୫୪ ଟଙ୍କାରେ ବିଜୁଳି କିଣୁଛି। କିନ୍ତୁ ଜାତୀୟ ହାର ୩.୮୫ ଟଙ୍କା ଓ ଚଣ୍ଡିଗଡ଼ରେ ଏହା ୩.୪୪ ଟଙ୍କା ରହିଛି। ଶସ୍ତାରେ ବିଜୁଳି କିଣିବା ପାଇଁ ବିଧାନସଭାରେ ବିଧେୟକ ଆସିବା ସପକ୍ଷରେ ମଧ୍ୟ ସିଦ୍ଧୁ କହିଛନ୍ତି।

Related story