ସିଦ୍ଧୁଙ୍କ କଥା ରହିଲା, ଇସ୍ତଫା ଦେଲେ ଆଡଭୋକେଟ୍‌ ଜେନେରାଲ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ କରିଥିବା ଜିଦ୍‌ ଶେଷରେ କାର୍ଯ୍ୟକାରୀ ହୋଇଛି। ସିଦ୍ଧୁ ଅସନ୍ତୁଷ୍ଟ ଥିବାରୁ ପଞ୍ଜାବର ଆଡଭୋକେଟ ଜେନେରାଲ ଏପିଏସ ଦେଓଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ପଦରୁ ହଟାଇବା ପାଇଁ ସିଦ୍ଧୁ ଦୀର୍ଘ ଦିନ ହେଲା ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚିନ୍ନଙ୍କ ଉପରେ ଚାପ ପକାଇଥିଲେ। ଶେଷରେ ଆଜି ଦେଓଲ ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦେଇଛନ୍ତି। ମାତ୍ର ମାସକ ତଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଞ୍ଜାବର ଆଡଭୋକେଟ […]

channi

Hemant Lenka
  • Published: Monday, 01 November 2021
  • , Updated: 01 November 2021, 04:16 PM IST

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ କରିଥିବା ଜିଦ୍‌ ଶେଷରେ କାର୍ଯ୍ୟକାରୀ ହୋଇଛି। ସିଦ୍ଧୁ ଅସନ୍ତୁଷ୍ଟ ଥିବାରୁ ପଞ୍ଜାବର ଆଡଭୋକେଟ ଜେନେରାଲ ଏପିଏସ ଦେଓଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ପଦରୁ ହଟାଇବା ପାଇଁ ସିଦ୍ଧୁ ଦୀର୍ଘ ଦିନ ହେଲା ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚିନ୍ନଙ୍କ ଉପରେ ଚାପ ପକାଇଥିଲେ।

ଶେଷରେ ଆଜି ଦେଓଲ ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦେଇଛନ୍ତି। ମାତ୍ର ମାସକ ତଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଞ୍ଜାବର ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଥିଲେ। ଶ୍ରୀ ଦେଓଲ ଏକଦା ଫେକ ଏନକାଉଣ୍ଟର ଓ କ୍ଷମତା ଅପବ୍ୟବହାର ମାମଲାରେ ଫସିଥିବା ଦୁଇ ପୁଲିସ୍‌ ଅଧିକାରୀଙ୍କ ପାଇଁ ମାମଲା ଲଢ଼ୁଥିଲେ।

ଏଥିପାଇଁ ତାଙ୍କୁ ପଞ୍ଜାବର ଆଡଭୋକେଟ୍‌ ଜେନେରାଲ ଭାବେ ଦିଆଯାଇଥିବା ନିଯୁକ୍ତିକୁ ସିଦ୍ଧୁ ବିରୋଧ କରିଥିଲେ। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଚନ୍ନି ଓ କଂଗ୍ରେସ ହାଇକମାଣ୍ଡ ମିଳିତ ଭାବେ ଶ୍ରୀ ଦେଓଲଙ୍କୁ ଇସ୍ତଫା ଦେବାକୁ କହିବା ପରେ ସେ ପଦ ଛାଡ଼ିଛନ୍ତି।

କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଞ୍ଜାବର ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟ କରୁଥିବା ଅତୁଲ ନନ୍ଦା ବି ପଦ ଛାଡ଼ିଥିଲେ। ଏହାପରେ ଏହି ପଦ ଖାଲି ପଡ଼ିଥିଲା। ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ଦେଓଲଙ୍କୁ ଆଡଭୋକେଟ ଜେନେରାଲ କରାଯାଇଥିଲା।

କିନ୍ତୁ ଏହାକୁ ସିଦ୍ଧୁ ଓ ତାଙ୍କ ସମର୍ଥକମାନେ ଜୋରଦାର ବିରୋଧ କରିଥିଲେ। ଏପରି କି ତାଙ୍କୁ ପଦରୁ ହଟାଇବାକୁ ସିଦ୍ଧୁ ଦାବି କରି ହଟଚମଟ ସୃଷ୍ଟି କରିଥିଲେ।

Related story