ଆଉ ଏକ ରାଜ୍ୟ ଲାଗୁ କଲା ନାଇଟ୍ କର୍ଫ୍ୟୁ

ଚଣ୍ଡିଗଡ: କୋଭିଡ ୨.୦ର ସଂକ୍ରମଣକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟ ସରକାର ଲକଡାଉନ ଏବଂ ନାଇଟ କର୍ଫ୍ୟୁ ଲାଗୁ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ପଞ୍ଜାବ ସରକାର ଆଜି ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ରାତି ୮ଟାରୁ ସକାଳ ୫ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି। ଏପ୍ରିଲ ୩୦ ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ। ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲିବ […]

PUNJAB-NIGHT-CURFEW

Subhransu Sekhar
  • Published: Monday, 19 April 2021
  • , Updated: 19 April 2021, 07:57 PM IST

ଚଣ୍ଡିଗଡ: କୋଭିଡ ୨.୦ର ସଂକ୍ରମଣକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟ ସରକାର ଲକଡାଉନ ଏବଂ ନାଇଟ କର୍ଫ୍ୟୁ ଲାଗୁ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ପଞ୍ଜାବ ସରକାର ଆଜି ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ରାତି ୮ଟାରୁ ସକାଳ ୫ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି। ଏପ୍ରିଲ ୩୦ ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ।

ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲିବ ହେଲେ କୌଣସି ବ୍ୟକ୍ତି ଏଠାକୁ ଆସିପାରିବେ ନାହିଁ। ଅନ୍ ଲାଇନ୍ ମଧ୍ୟରେ ଖାଇବା ଡେଲିଭରୀ ହେବ ବୋଲି ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ କୋଚିଂ ସେଣ୍ଟର, ଜିମ୍, ସ୍ପା, ସ୍ପୋର୍ଟସ କମ୍ପେକ୍ସ, ବାର, ରେଷ୍ଟୁରାଣ୍ଟ ଏବଂ ସିନେମା ହଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କ୍ୟାପଟେନ କହିଛନ୍ତି।

ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ କ୍ୟାପଟେନ ଅମରିନ୍ଦର ଏହି ନିଷ୍ପତ୍ତି ନେଇଛନ୍ତି। ସେହିପରି ପଞ୍ଜାବରେ ପ୍ରବେଶ କରିବାକୁ ସମସ୍ତ ଲୋକଙ୍କର ଆରଟିପିସିଆର ପରୀକ୍ଷା ହେବା ବାଧ୍ୟତାମୂଳକ। ରିପୋର୍ଟ ନେଗେଟିଭ ନଥିଲେ କେହି ପ୍ରବେଶ କରିପାରିବେ ନାହିଁ। ଏହି କୋଭିଡ ପରୀକ୍ଷାକୁ ଜୋରଦାର କରିବା ପାଇଁ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଆଦିରେ କୋଭିଡ ପରୀକ୍ଷା ବ୍ୟବସ୍ଥା କରାଯାଇଛି।

ସେହିପରି ବିଭିନ୍ନ ଘରୋଇ ଲ୍ୟାବ, ହସ୍ପିଟାଲରେ ହେଉଥିବା କୋଭିଡ୍ ପରୀକ୍ଷା ଦେୟ ମଧ୍ୟ କମାଇଛନ୍ତି ସରକାର। ଆରଟି-ପିସିଆର ଏବଂ ଆଣ୍ଟିଜେନ ଟେଷ୍ଟ ୪୫୦ ଓ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। କେହି ଏହାଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ ବୋଲି ଅମରିନ୍ଦର ସିଂହ ସରକାର କହିଛନ୍ତି।

ବିବାହ ଓ ଅନ୍ତିମ ସଂସ୍କାର ବେଳେ ୨୦ରୁ ଅଧିକ ବ୍ୟକ୍ତି ଏକାଠି ରହିପାରିବେ ନାହିଁ। ଯେଉଁଠି ୧୦ରୁ ଅଧିକ ଲୋକ ଉପସ୍ଥିତ ରହିବେ ସେହି ସ୍ଥାନରେ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି ସରକାର କହିଛନ୍ତି।

ଯେଉଁମାନେ କୋଭିଡ୍ ଆଇନ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସାପ୍ତାହିକ ବଜାର ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁମାନେ ଜନଗହଳି ସ୍ଥାନରେ ଯୋଗଦେଇଥିବେ ସେମାନେ ୫ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। ସେହିପରି ବସ୍ / ଟ୍ୟାକ୍ସି ଏବଂ ଅଟୋରେ ମୋଟ୍ ସିଟର ୫୦ ପ୍ରତିଶତ ଯାତ୍ରା କରିବେ। ଏହାବାଦ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବର୍ଷର ମେଡିକାଲ ପରୀକ୍ଷା ବାତିଲ କରାଯାଇଛି। ପ୍ରଥମ ବର୍ଷର ନର୍ସିଂ ବିଦ୍ୟାର୍ଥୀଙ୍କ ପାଇଁ ଅନଲାଇନ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

Related story