ପେଗାସସ୍ ସ୍ପାଇୱେୟାର ୟୁନିଟକୁ ବନ୍ଦ କରିବ ଏନଏସ୍ଓ!

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଇୱେୟାର ନିର୍ମାଣ କରୁଥିବା ଇସ୍ରାଏଲ କମ୍ପାନୀ ଏନଏସ୍‌ଓ ଗ୍ରୁପ ଏବେ ଅଡ଼ୁଆରେ ପଡ଼ିଛି। ପେଗାସସ୍‌ ଦ୍ୱାରା ବିଭିନ୍ନ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ସାରା ବିଶ୍ୱରେ ଝଡ଼ ସୃଷ୍ଟି କରିଛି। ଏପରି କି ଏକାଧିକ ରାଷ୍ଟ୍ର ପେଗାସସ ତିଆରି କରୁଥିବା ଏନଏସ୍‌ଓକୁ କଳା ତାଲିକା ଭୁକ୍ତ କରିଛନ୍ତି। ସ୍ଥିତି ଏପରି ହୋଇଛି ଯେ କମ୍ପାନୀ ଏବେ ପେଗାସସ୍‌ ସ୍ପାଇୱେୟାର ପାଇଁ ପୂରା କ୍ଷତିରେ ଚାଲିଛି। ନିଜର ଋଣ ଅର୍ଥ ପୈଠ କରିବାକୁ ଏନଏସ୍‌ଓ […]

Pegasus

Hemant Lenka
  • Published: Tuesday, 14 December 2021
  • , Updated: 14 December 2021, 07:51 AM IST

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଇୱେୟାର ନିର୍ମାଣ କରୁଥିବା ଇସ୍ରାଏଲ କମ୍ପାନୀ ଏନଏସ୍‌ଓ ଗ୍ରୁପ ଏବେ ଅଡ଼ୁଆରେ ପଡ଼ିଛି। ପେଗାସସ୍‌ ଦ୍ୱାରା ବିଭିନ୍ନ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ସାରା ବିଶ୍ୱରେ ଝଡ଼ ସୃଷ୍ଟି କରିଛି। ଏପରି କି ଏକାଧିକ ରାଷ୍ଟ୍ର ପେଗାସସ ତିଆରି କରୁଥିବା ଏନଏସ୍‌ଓକୁ କଳା ତାଲିକା ଭୁକ୍ତ କରିଛନ୍ତି।

ସ୍ଥିତି ଏପରି ହୋଇଛି ଯେ କମ୍ପାନୀ ଏବେ ପେଗାସସ୍‌ ସ୍ପାଇୱେୟାର ପାଇଁ ପୂରା କ୍ଷତିରେ ଚାଲିଛି। ନିଜର ଋଣ ଅର୍ଥ ପୈଠ କରିବାକୁ ଏନଏସ୍‌ଓ ଡହଳ ବିକଳ ହେଉଛି। ତେଣୁ ପୂରା ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଏନଏସ୍‌ଓ ଗ୍ରୁପ୍‌ ଏବେ ବିବାଦୀୟ ପେଗାସସ୍‌ ସ୍ପାଇୱେୟାର ୟୁନିଟକୁ ବନ୍ଦ କରିବାକୁ ବିଚାର କରୁଛି। ଏଥିସହ ପୂରା କମ୍ପାନୀକୁ ମଧ୍ୟ ବିକ୍ରି କରିବାକୁ ଯୋଜନା କରୁଥିବା ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏନଏସଓ ଗ୍ରୁପ୍ ପେଗାସସ ୟୁନିଟକୁ ବନ୍ଦ କରିବା ସହ କମ୍ପାନୀକୁ ବିକ୍ରି କରିବା ପାଇଁ ଅନେକ ପୁଞ୍ଜି ବିନିଯୋଗ ସଂସ୍ଥା ସହିତ ଆଲୋଚନା କରିଛି। ସହାୟତା ପାଇଁ କମ୍ପାନୀ ମୋଏଲିସ୍ ଆଣ୍ଡ କୋର ପରାମର୍ଶ ଲୋଡ଼ିଛି। କମ୍ପାନୀକୁ ନିଜ ନିୟନ୍ତ୍ରଣକୁ ନେବା ପ୍ରକ୍ରିୟାରେ ଦୁଇ ଜଣ ଆମେରିକୀୟ ସଂସ୍ଥା ଆଗରେ ରହିଛନ୍ତି। ଏମାନେ ପେଗାସସ୍ ସ୍ପାଇୱେୟାରକୁ ନିୟନ୍ତ୍ରଣ ଓ ଏହାରର ୟୁନିଟକୁ ବନ୍ଦ କରିବା ଉପରେ ଆଲୋଚନା କରିଛନ୍ତି।

ଏହି ଦୁଇ ସଂସ୍ଥା ପ୍ରାୟ ୨୦୦ ନିୟୁତ ଡଲାରର ପୁଞ୍ଜି ବିନିଯୋଗ କରିବେ ବୋଲି ଜଣାପଡ଼ିଛି। ସେହିପରି ଏନଏସ୍ଓ ଗ୍ରୁପ୍ ପେଗାସସ ବଦଳରେ ଡ୍ରୋନ୍ ଟେକ୍ନୋଲୋଜିର ବିକାଶ ଦିଗରେ କାମ କରିବ। ଏପରି ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଏନଏସ୍‌ଓ ଗ୍ରୁପ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି।

ସୂଚନାଯୋଗ୍ୟ, ଭାରତର ପ୍ରାୟ ୩୦୦ ବିଶିଷ୍ଟ ବ୍ୟକ୍ତିଙ୍କ ଗତିବିଧି ଉପରେ ଗୁପ୍ତରେ ନଜର ରଖିବା ପାଇଁ ପେଗାସସ୍‌ ସ୍ପାଇୱେୟାର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ବାବଦରେ ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରାଯାଇଛି।

ଇସ୍ରାଏଲର ଏନଏସଓ ସଂସ୍ଥା କେବଳ ବିଭିନ୍ନ ସରକାରଙ୍କୁ ହିଁ ପେଗାସସ୍‌କୁ ସ୍ପାଇୱେୟାର ବିକ୍ରି କରିଥାଏ। ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଓ ଫ୍ରାନ୍ସର ଏକ ଅଣଲାଭକାରୀ ଗଣମାଧ୍ୟମ ଫର୍‌ବିଡିନ୍‌ ଷ୍ଟୋରିଜ୍‌ରେ ଏହି ତଥ୍ୟ ପ୍ରକାଶ ପାଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ସୁପ୍ରିମକୋର୍ଟ ଘଟଣାର ତଦନ୍ତ ପାଇଁ ନିକଟରେ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ସେହିପରି ଆମେରିକାର ମଧ୍ୟ ଏନଏସ୍‌ଓକୁ କଳା ତାଳିକା ଭୁକ୍ତ କରିଛି। ଫ୍ରାନ୍ସରେ ସ୍ପାଇୱେୟାରକୁ ନେଇ ସରକାର ତଦନ୍ତ କରୁଛନ୍ତି।

Related story