୯ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ରାହୁଲ ଗାନ୍ଧି, ପୁଣି କାଲି ହାଜର ହେବେ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି ଦୀର୍ଘ ୯ ଘଣ୍ଟା କାଳ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦୁଇଟି ପର୍ଯ୍ୟାୟରେ ରାହୁଲ ପ୍ରାୟ ୯ ଘଣ୍ଟା ଜେରାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମେ ତାଙ୍କୁ ଇଡିର ୩ ଜଣ ଅଧିକାରୀ ପ୍ରାୟ ୩ ଘଣ୍ଟା କାଳ ଜେରା କରିଥିଲେ। ଏହାପରେ ତାଙ୍କୁ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା। ବ୍ରେକ ମିଳିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମା’ ସୋନିଆ […]

Rahul-Gandhi

Hemant Lenka
  • Published: Monday, 13 June 2022
  • , Updated: 13 June 2022, 10:06 PM IST

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି ଦୀର୍ଘ ୯ ଘଣ୍ଟା କାଳ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦୁଇଟି ପର୍ଯ୍ୟାୟରେ ରାହୁଲ ପ୍ରାୟ ୯ ଘଣ୍ଟା ଜେରାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମେ ତାଙ୍କୁ ଇଡିର ୩ ଜଣ ଅଧିକାରୀ ପ୍ରାୟ ୩ ଘଣ୍ଟା କାଳ ଜେରା କରିଥିଲେ। ଏହାପରେ ତାଙ୍କୁ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା।

ବ୍ରେକ ମିଳିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମା’ ସୋନିଆ ଗାନ୍ଧିଙ୍କୁ ଦେଖା କରିଥିଲେ। ସେଠାରୁ ଫେରି ସେ ପ୍ରାୟ ଅପରାହ୍ନ ୪ଟା ବେଳେ ପୁଣି ଦିଲ୍ଲୀ ସ୍ଥିତି ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ। ସେ ପହଞ୍ଚିବା ପରେ ଇଡିର ଅଧିକାରୀମାନେ ତାଙ୍କୁ ଜେରା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ତାଙ୍କୁ ୬ ଘଣ୍ଟା କାଳ ଜେରା କରାଯାଇଛି। ଆଜିର ଜେରା ସରିବା ପରେ ରାହୁଲ ରାତି ପ୍ରାୟ ୯.୪୫ରେ ଇଡି ଅଫିସରରୁ ବାହାରିଛନ୍ତି।

ଆସନ୍ତାକାଲି ପୁଣି ତାଙ୍କୁ ହାଜାର ହେବାକୁ ଇଡି ନୋଟିସ ଦେଇଛି। ଆଜି ପ୍ରାୟ ୯ ଘଣ୍ଟାର ଜେରା ବେଳେ ଅଧିକାରୀମାନେ ରାହୁଲ ଗାନ୍ଧିଙ୍କ ପାଇଁ ପ୍ରସ୍ତୁତ କରିଥିବା କିଛି ପ୍ରଶ୍ନ ପଚାରି ପାରି ନାହାନ୍ତି। ତେଣୁ ଆସନ୍ତାକାଲି ତାଙ୍କୁ ଡକା ଯାଇଛି। ସେ ମଧ୍ୟ କାଲି ହାଜର ହେବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି ରାହୁଲ ଗାନ୍ଧିଙ୍କୁ ଇଡିର ଜେରାକୁ ବିରୋଧ କରି କଂଗ୍ରେସ ଦେଶର ସବୁ ରାଜ୍ୟରେ ଇଡି ଅଫିସ ଘେରାଉ କରିଥିଲା। କେନ୍ଦ୍ରର ବିଜେପି ସରକାର ଗାନ୍ଧି ପରିବାର ବିରୋଧରେ ଇଡିକୁ ବ୍ୟବହାର କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଆଜି ଦିଲ୍ଲୀରେ ମଧ୍ୟ ରାହୁଲଙ୍କ ସମର୍ଥନରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି।

କଂଗ୍ରେସର ବରିଷ୍ଠ ନେତା ଓ କର୍ମୀମାନେ ବିକ୍ଷୋଭରେ ସାମିଲ ହୋଇଥିଲେ। ତେବେ ଦିଲ୍ଲୀ ପୁଲିସ୍‌ ବରିଷ୍ଠ ନେତାମାନଙ୍କୁ ରାସ୍ତାରୁ ଉଠାଇ ନେଇ ଅଟକ ରଖିଛି। ପୁଲିସ୍‌ କଂଗ୍ରେସର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ କେସି ଭେନୁଗୋପାଲଙ୍କୁ ରାସ୍ତାରେ ଭିଡ଼ି ଭିଡ଼ି ଭ୍ୟାନକୁ ନେଉଥିବାର ଭିଡିଓ ସାମ୍ନାକୁ ଆସିଛି। ଜଣେ ରାଜ୍ୟସଭା ସଦସ୍ୟଙ୍କ ସହ ପୁଲିସ୍‌ର ଏପରି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍‌ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ହାଜରୀ ହେବାକୁ ଇଡି ନୋଟିସ ଦେଇଛି। ସେ ଆସନ୍ତା ୨୩ ତାରିଖରେ ହାଜାର ହେବାକୁ ସମୟ ପାଇଛନ୍ତି। ତେବେ ସୋନିଆ ବର୍ତ୍ତମାନ କୋଭିଡ ପରିବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related story