ଦରଦାମ ବୃଦ୍ଧି ନେଇ କଂଗ୍ରେସର ହଙ୍ଗାମା: ରାହୁଲ ଓ ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି ଆଜି ଦେଶବ୍ୟାପି କଂଗ୍ରେସ ଆନ୍ଦୋଳନ ଡାକରା ଦେଇଥିବା ବେଳେ ରାଜଧାନୀ ଦିଲ୍ଲୀ କମ୍ପମାନ ହୋଇଛି। ମୁଦ୍ରାସ୍ପିତି, ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଭବନ ଅଭିମୁଖେ ଯାତ୍ରା କରିଥିବା ବେଳେ ପୁଲିସ ବାଧାସୃଷ୍ଟି କରିଛି। ଆଜି ବିକ୍ଷୋଭ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରୟଙ୍କା  ଗାନ୍ଧି ଭଦ୍ରା ଓ ଶଶି ଥରୁରଙ୍କୁ ପୁଲିସ ଅଟକ ରଖିଛି। ସଂସଦୀୟ […]

rahul

rahul

Tapas Behera
  • Published: Friday, 05 August 2022
  • Updated: 05 August 2022, 04:01 PM IST

Sports

Latest News

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି ଆଜି ଦେଶବ୍ୟାପି କଂଗ୍ରେସ ଆନ୍ଦୋଳନ ଡାକରା ଦେଇଥିବା ବେଳେ ରାଜଧାନୀ ଦିଲ୍ଲୀ କମ୍ପମାନ ହୋଇଛି। ମୁଦ୍ରାସ୍ପିତି, ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଭବନ ଅଭିମୁଖେ ଯାତ୍ରା କରିଥିବା ବେଳେ ପୁଲିସ ବାଧାସୃଷ୍ଟି କରିଛି। ଆଜି ବିକ୍ଷୋଭ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରୟଙ୍କା  ଗାନ୍ଧି ଭଦ୍ରା ଓ ଶଶି ଥରୁରଙ୍କୁ ପୁଲିସ ଅଟକ ରଖିଛି। ସଂସଦୀୟ ସୁରକ୍ଷା ବଳ ଏବଂ ଦିଲ୍ଲୀ ପୁଲିସ ବିଜୟ ଚୌକ ରୋଡ଼କୁ ବ୍ଲକ କରିଛନ୍ତି। ସେହିପରି ସଂସଦରୁ ରାଷ୍ଟ୍ରପତି ଭବନ ରାସ୍ତାକୁ ପୁଲିସ ବାରିକେଡ କରିଛି। କଂଗ୍ରେସ ଏମପିମାନଙ୍କୁ ଅଟକାଇବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି।

ସେହିପରି କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସକୁ ଘେରାଉ ପାଇଁ ଯୋଜନା କରିଥିଲା। ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଲନୀ କରି ଦେଶରେ ଗଣତନ୍ତ୍ର ନାହିଁ ବୋଲି କ୍ଷୋଭର ସହ କହିଛନ୍ତି । ଆମ ଦେଶ ଏବେ ଏକଛତ୍ରବାଦୀ ଶାସକ ଅଧୀନକୁ ଚାଲିଯାଇଛି ବୋଲି ସେ କହିଛନ୍ତି।  ସେମାନଙ୍କୁ ସଂସଦରେ କହିବାକୁ ଦିଆଯାଉ ନାହିଁ । ବାହାରେ ପ୍ରଦର୍ଶନ କଲେ ଗିରଫ କରାଯାଉଛି । ରାହୁଲ ଆହୁରି କହିଛନ୍ତି ଯେ, ଦେଶ ଗଢା ହେବାକୁ ୭ ଦଶକ ଲାଗିଥିଲା ।

ହେଲେ ବିଜେପି ୮ ବର୍ଷରେ ଏହାକୁ ଶେଷ କରିଦେଇଛି। ବେରୋଜଗାରୀ, ହିଂସା ଓ ଦରଦାମ ଆଦି ପ୍ରସଙ୍ଗ ଉପରେ ବିଜେପି ଧ୍ୟାନ ଦେଉନାହିଁ । ସବୁଠୁ ବେଶୀ ବେକାରୀ ଭାରତରେ ଅଛନ୍ତି । ପେଟ୍ରୋଲ-ଡିଜେଲ ଓ ଗ୍ୟାସର ଦାମ୍ ବଢି ଚାଲିଛି । କିନ୍ତୁ ଅର୍ଥମନ୍ତ୍ରୀ ଦେଖୁନାହାଁନ୍ତି । କୌଣସି ଗାଁ କିମ୍ବା ସହରକୁ ଗଲେ ଲୋକେ ଦରଦାମ ବୃଦ୍ଧି ନେଇ ଅଭିଯୋଗ କରୁଛନ୍ତି । କିନ୍ତୁ ସରକାରଙ୍କୁ ଏହା ଦେଖାଯାଉନି । ସେ ସତ କହୁଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଉଛନ୍ତି । ତେଣୁ ତାଙ୍କ ପଛରେ ତଦନ୍ତକାରୀ ସଂସ୍ଥା ପଡିଛି  ବୋଲି ସେ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos