ରାହୁଲ ନା ପ୍ରିୟଙ୍କା ? କାହାକୁ ନେତା ଭାବେ ଚାହୁଁଥିଲେ ପିକେ  

ନୂଆଦିଲ୍ଲୀ: ନାଁ ରାହୁଲ ଗାନ୍ଧି। ନାଁ ପ୍ରିୟଙ୍କା ଗାନ୍ଧି । କଂଗ୍ରେସର ନେତୃତ୍ୱ ପାଇଁ ଏହି ଦୁହିଙ୍କ ଭିତରୁ କାହା ନାମ ବି ସେ ପ୍ରସ୍ତାବ ଦେଇ ନାହାନ୍ତି। ଗୁରୁବାର ଏକ ଜାତୀୟ ଟେଲିଭିଜନ ଶୋ’ରେ ଯୋଗ ଦେଇ ଏହା କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ତେବେ ଲିଡରସିପ୍‌ ଫର୍ମୁଲାରେ କେହି ତୃତୀୟ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ହୋଇଥିଲା କି ପ୍ରଶ୍ନ ହେବାରୁ ଏହାକୁ ଖଣ୍ଡନ କରିଥିଲେ ପ୍ରଶାନ୍ତ । ସେ କହିଛନ୍ତି ଯେ, କଂଗ୍ରେସରେ […]

PK

Tapas Behera
  • Published: Friday, 29 April 2022
  • , Updated: 29 April 2022, 01:09 PM IST

ନୂଆଦିଲ୍ଲୀ: ନାଁ ରାହୁଲ ଗାନ୍ଧି। ନାଁ ପ୍ରିୟଙ୍କା ଗାନ୍ଧି । କଂଗ୍ରେସର ନେତୃତ୍ୱ ପାଇଁ ଏହି ଦୁହିଙ୍କ ଭିତରୁ କାହା ନାମ ବି ସେ ପ୍ରସ୍ତାବ ଦେଇ ନାହାନ୍ତି। ଗୁରୁବାର ଏକ ଜାତୀୟ ଟେଲିଭିଜନ ଶୋ’ରେ ଯୋଗ ଦେଇ ଏହା କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ତେବେ ଲିଡରସିପ୍‌ ଫର୍ମୁଲାରେ କେହି ତୃତୀୟ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ହୋଇଥିଲା କି ପ୍ରଶ୍ନ ହେବାରୁ ଏହାକୁ ଖଣ୍ଡନ କରିଥିଲେ ପ୍ରଶାନ୍ତ । ସେ କହିଛନ୍ତି ଯେ, କଂଗ୍ରେସରେ ଲିଡରସିପ୍‌ ଫର୍ମୁଲାରେ ତୃତୀୟ ବ୍ୟକ୍ତିକୁ ନେଇ ଆଲୋଚନା ହୋଇ ନାହିଁ । ଏହି କାର୍ଯ୍ୟକ୍ରମରେ କଂଗ୍ରେସକୁ ଆଉ ପିକେଙ୍କର ଆବଶ୍ୟକତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଦଳର ତା’ର ନିଷ୍ପତ୍ତି ନିଜେ ନେଇ ପାରିବ ବୋଲି ସେ କହିଛନ୍ତି । ଆବଶ୍ୟକତା ଠାରୁ ମୋ ଛବିକୁ ଅଧିକ କରି ଉପସ୍ଥାପନା କରୁଛି ଗଣମାଧ୍ୟମ। ରାହୁଲ ଗାନ୍ଧିଙ୍କଠାରୁ ମୋର ଗୁରୁତ୍ୱ ଅଧିକ ନୁହଁ। ଯେଉଁଥି ପାଇଁ ରାହୁଲ ଗାନ୍ଧି ମୋ ଉପରେ ଫୋକସ କରିବେ। କଂଗ୍ରେସକୁ ଆଉ ପିକେର ଆବଶ୍ୟକତା ନାହିଁ। ଦଳ ତାର ନିଜ ନିଷ୍ପତ୍ତି ନେବାକୁ ସମର୍ଥ।  ମୁଁ ଯାହା କଂଗ୍ରେସକୁ କହିବା କଥା କହିଦେଇଛି। ଏବେ ତାକୁ ସେମାନେ କାର୍ଯ୍ୟକାରୀ କରିବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭରଶୀଳ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

କିଛି ଦିନ ତଳେ ଦଳରେ ମିଶିବାକୁ ପ୍ରଶାନ୍ତ କି‌ଶୋରଙ୍କୁ କଂଗ୍ରେସ ଦେଇଥିବା ପ୍ରସ୍ତାବକୁ ସେ ମନା କରିଦେଥିଲେ। ଏହାର ଅର୍ଥ କଂଗ୍ରେସ ପାଇଁ ଚାଣକ୍ୟ ସାଜି ଆଉ ରଣନୀତି ପ୍ରସ୍ତୁତ କରିବେ ନାହିଁ ପ୍ରଶାନ୍ତ କିଶୋର। ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରି କଂଗ୍ରେସ କ୍ଷମତାସମ୍ପନ୍ନ କ୍ରିୟାନୁଷ୍ଠାନ ଗୋଷ୍ଠୀ ବା ସ୍ୱତନ୍ତ୍ର ଟାସ୍କଫୋର୍ସର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲା। ଏହି ଗୋଷ୍ଠୀ ୨୦୨୪ ପୂର୍ବରୁ କଂଗ୍ରେସ ସମ୍ମୁଖୀନ ହେଉଥିବା ରାଜନୀତିକ ଚ୍ୟାଲେଞ୍ଜର ମୁକାବିଲା କରି ଥାଆନ୍ତା। ହେଲେ ଏହି ପ୍ରସ୍ତାବକୁ ପ୍ରଶାନ୍ତ କିଶୋର ମନା କରି ଦେଇଛନ୍ତି। ଦଳକୁ ସଶକ୍ତ କରିବା ପାଇଁ ପ୍ରଶାନ୍ତ କିଶୋର ମୁକ୍ତ ଭାବେ କାମ କରିବାକୁ ଚାହୁଁଥିଲେ। ହେଲେ କଂଗ୍ରେସ ତାଙ୍କୁ ମୁକ୍ତ ଭାବେ କାମ କରିବାର ସୁଯୋଗ ନ ଦେବାରୁ ସେ ଦଳ ସାମିଲ ହେବେ ନାହିଁ ବୋଲି କହିଥିବା ଜଣାପଡ଼ିଛି।

Related story