ଗୋଟିଏ ହାତରେ ପୁଶ ଅପ୍‌ ମାରିଲେ ରାହୁଲ ଗାନ୍ଧି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଏବେ ସେ ବିଧାନସଭା ନିର୍ବାଚନ ପାଇଁ ତାମିଲନାଡୁରେ ଜୋରଦାର ପ୍ରଚାର କରୁଛନ୍ତି। ଏଥିପାଇଁ ସେ କେତେବେଳେ ମତ୍ସ୍ୟଜୀବୀଙ୍କ ସହ ସମୁଦ୍ରରେ ଡେଇଁ ପଡ଼ୁଛନ୍ତି ତ ଆଉ କେତେ ବେଳେ ନିଜେ ଜାଲ ଧରି ମାଛ ଧରିବାକୁ ଉଦ୍ୟମ କରୁଛନ୍ତି। ଏବେ ସୋଶାଲ ମିଡିଆରେ ରାହୁଲଙ୍କ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରାହୁଲ ଗାନ୍ଧି ଯୁବ ଛାତ୍ରଛାତ୍ରୀଙ୍କ ସହ ପୁଶ ଅପ୍‌ ମାରୁଥିବା […]

Rahul

Hemant Lenka
  • Published: Monday, 01 March 2021
  • , Updated: 01 March 2021, 05:20 PM IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଏବେ ସେ ବିଧାନସଭା ନିର୍ବାଚନ ପାଇଁ ତାମିଲନାଡୁରେ ଜୋରଦାର ପ୍ରଚାର କରୁଛନ୍ତି। ଏଥିପାଇଁ ସେ କେତେବେଳେ ମତ୍ସ୍ୟଜୀବୀଙ୍କ ସହ ସମୁଦ୍ରରେ ଡେଇଁ ପଡ଼ୁଛନ୍ତି ତ ଆଉ କେତେ ବେଳେ ନିଜେ ଜାଲ ଧରି ମାଛ ଧରିବାକୁ ଉଦ୍ୟମ କରୁଛନ୍ତି।

ଏବେ ସୋଶାଲ ମିଡିଆରେ ରାହୁଲଙ୍କ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରାହୁଲ ଗାନ୍ଧି ଯୁବ ଛାତ୍ରଛାତ୍ରୀଙ୍କ ସହ ପୁଶ ଅପ୍‌ ମାରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ତାମିଲନାଡୁର ସେଣ୍ଟ ଯୋଜେଫ ମ୍ୟାଟ୍ରୁକଲେସନ ହାୟର ସେକେଣ୍ଡାରୀ ସ୍କୁଲରେ ରାହୁଲ ଗାନ୍ଧି ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ।


ଏହି ସମୟରେ ସେ ଜଣେ ଛାତ୍ରୀଙ୍କ ସହ ପୁଶ ଅପ୍‌ ମାରିଥିଲେ। ଛାତ୍ରୀ ଜଣଙ୍କ ବହୁତ କଷ୍ଟରେ ଦୁଇ ହାତରେ ପୁଶ ଅପ୍‌ ମାରୁଥିବା ବେଳେ ରାହୁଲ ବେଶ ଜୋଶର ସହ ଲଗାତର ପୁଶ ଅପ୍‌ ମାରି ଚାଲିଥିଲେ। ତେବେ ଶେଷରେ ସେ ଗୋଟିଏ ହାତରେ ପୁଶ ଅପ୍‌ ମାରି ସମସ୍ତଙ୍କୁ ଜଳକା କରି ଦେଇଥିଲେ।

ଏହି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ବିଜୁଳି ବେଗରେ ଭାଇରାଲ ହେବାରେ ଲାଗିଛି। ପୁଶ ଅପ ମାରି ରାହୁଲ ତାଙ୍କ ଫିଟନେଶ ଜବରଦସ୍ତ ଥିବା ଦେଖାଇଛନ୍ତି। ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଏହି ଭିଡିଓକୁ ରି ଟ୍ୱିଟ କରି ଲେଖିଛନ୍ତି ଯେ “ ଏ ବ୍ୟକ୍ତି ସତେରେ ବହୁତ କମାଲ।”

Related story