ଭୟଭୀତ ହୁଅ ନାହିଁ, ସତ୍ୟମେବ ଜୟତେ: ରାହୁଲ

ନୂଆଦିଲ୍ଲୀ: ସପ୍ତାହେ ହେବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ଅଚଳ କରି ଦେଇଛି ଟ୍ୱିଟର ଇଣ୍ଡିଆ। ପୀଡ଼ିତାଙ୍କ ପରିଚୟ ଉଜାଗର କରିଥିବାରୁ ରାହୁଲଙ୍କ ବିରୋଧରେ ଟ୍ୱିଟର ଏପରି କାର୍ଯ୍ୟାନୁଷ୍ଠାନ ନେଇଛି। ଏହାପରେ ଆଜି ମୁହଁ ଖୋଲି ରାହୁଲ ଅନ୍ୟତମ ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ସେମାନେ ଆମକୁ ଲକ୍ କରି ଦେଇପାରନ୍ତି, ହେଲେ ଆମର ସ୍ୱରକୁ ଚପାଇ ପାରିବେ ନାହିଁ। ରାହୁଲ ଗାନ୍ଧୀ ଇନଷ୍ଚାଗ୍ରାମରେ ଲେଖିଛନ୍ତି, ଯଦି ସହାନୁଭୂତି ଦେଖାଇବା ଏକ ଅପରାଧ, […]

Rahul-Gandhi

Subhransu Sekhar
  • Published: Thursday, 12 August 2021
  • , Updated: 12 August 2021, 08:35 PM IST

ନୂଆଦିଲ୍ଲୀ: ସପ୍ତାହେ ହେବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ଅଚଳ କରି ଦେଇଛି ଟ୍ୱିଟର ଇଣ୍ଡିଆ। ପୀଡ଼ିତାଙ୍କ ପରିଚୟ ଉଜାଗର କରିଥିବାରୁ ରାହୁଲଙ୍କ ବିରୋଧରେ ଟ୍ୱିଟର ଏପରି କାର୍ଯ୍ୟାନୁଷ୍ଠାନ ନେଇଛି। ଏହାପରେ ଆଜି ମୁହଁ ଖୋଲି ରାହୁଲ ଅନ୍ୟତମ ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ସେମାନେ ଆମକୁ ଲକ୍ କରି ଦେଇପାରନ୍ତି, ହେଲେ ଆମର ସ୍ୱରକୁ ଚପାଇ ପାରିବେ ନାହିଁ।

ରାହୁଲ ଗାନ୍ଧୀ ଇନଷ୍ଚାଗ୍ରାମରେ ଲେଖିଛନ୍ତି, ଯଦି ସହାନୁଭୂତି ଦେଖାଇବା ଏକ ଅପରାଧ, ତେବେ ମୁଁ ଦୋଷୀ। ଯଦି ଦୁଷ୍କର୍ମ ଓ ହତ୍ୟା ପୀଡିତାଙ୍କ ପାଇଁ ଲଢ଼େଇ କରିବା ଅପରାଧ, ତେବେ ମୁଁ ଦୋଷୀ। ସେମାନେ ଗୋଟିଏ ପ୍ଲାଟଫର୍ମରେ ଆମକୁ ବନ୍ଦ କରି ଦେଇପାରନ୍ତି। କିନ୍ତୁ ଲୋକଙ୍କ ସ୍ୱରକୁ ଚପାଇ ପାରିବେ ନାହିଁ। ଏହାପରେ ରାହୁଲ ଗାନ୍ଧୀ ଲେଖିଛନ୍ତି ଭୟଭୀତ ହୁଅ ନାହିଁ, ସତ୍ୟମେବ ଜୟତେ।

ସୂଚନାଯୋଗ୍ୟ, ଅଗଷ୍ଟ ୧ ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ପରେ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ୪ ତାରିଖ ଦିନ ରାହୁଲ ପୀଡ଼ିତାଙ୍କ ପରିବାରକୁ ଯାଇ ଭେଟିଥିଲେ। ଏହି ସମୟରେ ମୃତକଙ୍କ ପରିବାର ସହିତ ଗୋଟିଏ ଫଟୋ ଉଠାଇଥିଲେ। ହେଲେ ଏହି ଫଟୋକୁ ସେ ଟ୍ୱିଟରରେ ସାର୍ବଜନୀନ କରିଥିଲେ। କିନ୍ତୁ ଦେଶର ଆଇନ୍ ଅନୁଯାୟୀ କୌଣସି ପୀଡ଼ିତାଙ୍କ ପରିଚୟ କେହି ସାର୍ବଜନୀନ କରିପାରିବେ ନାହିଁ। ଏହାପରେ ରାହୁଲ୍ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ଲକ୍ କରିଛି ଟ୍ୱିଟର।

https://www.instagram.com/p/CSeRH9-hmur/?utm_source=ig_web_copy_link

ଟ୍ୱିଟରର ଏପରି ନିଷ୍ପତ୍ତିକୁ ନେଇ ମକରନ୍ଦ ସୁରେଶ ମାଡଲେକର ନାମକ ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିଚୟ ଉଜାଗାର କରିଥିବାରୁ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଥିଲେ।

ଟ୍ୱିଟର ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ସୂଚନା ଦେଇଛି ଯେ ଏହି ଟ୍ୱିଟ ପୋଷ୍ଟକୁ ହଟାଇ ଦେଇଛି। ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ସାମୟିକ ଭାବେ ଲକ୍ ହୋଇଛି। ଏହାପରେ ପରେ କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଫଟୋ ସୋଶାଲ ମିଡିଆରେ ସାର୍ବଜନୀନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପରେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଏବଂ ଅନ୍ୟ କିଛି କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ଟ୍ୱିଟର ଅଚଳ କରି ଦେଇଛି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ଯେଉଁ କାରଣ ପାଇଁ ଅଚଳ ହୋଇଛି ସେ ନେଇ କେବେ କିଛି କହି ନାହାନ୍ତି। ତାଙ୍କ ଆକାଉଣ୍ଟ ଅଚଳ ହେବା ପଛରେ ମୋଦି ସରକାର ବୋଲି ଦାୟୀ କହିଛନ୍ତି। କେନ୍ଦ୍ର ସରକାର ଡରାଇ ଧମକାଇ ଟ୍ୱିଟରକୁ ଏଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଛି। ସେହିପରି କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି, ଟ୍ୱିଟର ଆକାଉଣ୍ଟ ଅଚଳ ହେବା ସ୍ୱାଧୀନ ଅଭିବ୍ୟକ୍ତି ଉପରେ ଆକ୍ରମଣ। କିନ୍ତୁ ଶଶୀ ଥରୁର ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ଫଟୋ ସାର୍ବଜନୀନ କରିବା ଠିକ୍ କି ଭୁଲ୍ କିଛି କହି ନାହାନ୍ତି।

Related story